ବିସିସିଆଇର ବଡ଼ ଘୋଷଣା, ୧୦କୁ ବୃଦ୍ଧି ପାଇଲା ଆଇପିଏଲ୍ ଟିମ୍ ସଂଖ୍ୟା

ନୂଆଦିଲ୍ଲୀ: ୨୦୨୧ରେ ଖେଳାଯିବାକୁଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)କୁ ଅଧିକ ରୋମାଞ୍ଚକର କରିବା ପାଇଁ ବିସିସିଆଇ ବଡ଼ ଘୋଷଣା କରିଛି। ୨୦୨୨ରେ ହେବାକୁଥିବା ଆଇପିଏଲରେ ଆଉ ଦୁଇ ନୂଆ ଟିମ୍ ଭାଗ ନେବେ। ଅର୍ଥାତ୍ ୮ ପରିବର୍ତ୍ତେ ଆଇପିଏଲରେ ୧୦ଟି ଅଂଶଗ୍ରହଣ କରିବେ। ଗୁରୁବାର ଅହମ୍ମଦାବାଦରେ ଆୟୋଜିତ ବିସିସିଆଇ ଏଜିମେରେ ଏହି ବଡ଼ ଘୋଷଣା କରାଯାଇଛି। ତେବେ ଦୁଇ ନୂଆ ଟିମ୍ ୨୦୨୧ ସଂସ୍କରଣରେ ସାମିଲ୍ ହେବେ ନାହିଁ। ଏହି ବୈଠକରେ ମଧ୍ୟ ଆଉ କିଛି ବଡ଼ […]

ipl22

Ranjit Kumar Jena
  • Published: Thursday, 24 December 2020
  • , Updated: 24 December 2020, 08:57 PM IST

ନୂଆଦିଲ୍ଲୀ: ୨୦୨୧ରେ ଖେଳାଯିବାକୁଥିବା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)କୁ ଅଧିକ ରୋମାଞ୍ଚକର କରିବା ପାଇଁ ବିସିସିଆଇ ବଡ଼ ଘୋଷଣା କରିଛି। ୨୦୨୨ରେ ହେବାକୁଥିବା ଆଇପିଏଲରେ ଆଉ ଦୁଇ ନୂଆ ଟିମ୍ ଭାଗ ନେବେ। ଅର୍ଥାତ୍ ୮ ପରିବର୍ତ୍ତେ ଆଇପିଏଲରେ ୧୦ଟି ଅଂଶଗ୍ରହଣ କରିବେ। ଗୁରୁବାର ଅହମ୍ମଦାବାଦରେ ଆୟୋଜିତ ବିସିସିଆଇ ଏଜିମେରେ ଏହି ବଡ଼ ଘୋଷଣା କରାଯାଇଛି। ତେବେ ଦୁଇ ନୂଆ ଟିମ୍ ୨୦୨୧ ସଂସ୍କରଣରେ ସାମିଲ୍ ହେବେ ନାହିଁ। ଏହି ବୈଠକରେ ମଧ୍ୟ ଆଉ କିଛି ବଡ଼ ନିଷ୍ପତ୍ତି ନିଆଯାଇଛି।

ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (IOC) ଠାରୁ ସ୍ପଷ୍ଟୀକରଣ ପରେ ବିସିସିଆଇ ୨୦୨୮ରେ ହେବାକୁଥିବା ଲସ୍ ଆଞ୍ଜେଲିସ୍ ଅଲିମ୍ପିକ୍ସରେ ଟି-୨୦ କ୍ରିକେଟ୍ ଅନ୍ତର୍ଭୁକ୍ତ ନେଇ ଆଇସିସିର ଦାବିଦାରକୁ ସମର୍ଥନ କରିଛି। ଏହାସହ କରୋନା ଯୋଗୁ ପ୍ରଭାବିତ ହୋଇଥିବା ସମସ୍ତ ପ୍ରଥମଶ୍ରେଣୀ କ୍ରିକେଟରଙ୍କୁ କ୍ଷତିପୂରଣ ଦେବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏହି କ୍ଷତିପୂରଣ ଉଭୟ ପୁରୁଷ ଓ ମହିଳା କ୍ରିକେଟରଙ୍କୁ ପ୍ରଦାନ କରାଯିବ।

ଜାନୁଆରୀରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସହ ଦୀର୍ଘଦିନ ଧରି ବନ୍ଦ ରହିଥିବା ବିସିସିଆଇର ଘରୋଇ କ୍ରିକେଟ୍ ସିଜନ୍ ଆରମ୍ଭ ହେବା ନେଇ ଘୋଷଣା କରାଯାଇଛି। ବୈଠକରେ ମଧ୍ୟ ମହିଳା ଟେଷ୍ଟ କ୍ରିକେଟ୍ ବିଷୟରେ ଆଲୋଚନା କରାଯାଇଛି। ସୟଦ ମୁସ୍ତାକ ଅଲୀ ଟ୍ରଫି ପରେ ମହିଳା ଘରୋଇ କ୍ରିକେଟ୍ ଆରମ୍ଭ ହେବ।

ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତା ରାଜୀବ ଶୁକ୍ଳାଙ୍କୁ ବୋର୍ଡର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନ ଉତ୍ତରାଖଣ୍ଡର ମହିମ୍ ବର୍ମାଙ୍କ ସ୍ଥାନ ନେବେ। ଏହାସହ ସୌରଭ ଗାଙ୍ଗୁଲି ଆଇସିସି ବୋର୍ଡର ଡାଇରେକ୍ଟର ରହିବେ ନେଇ ନିଷ୍ପତ୍ତି ନିଆଯାଇଛି। ପୂର୍ବତନ ରାଜ୍ୟସଭା ସାଂସଦ ରାଜୀବ ଶୁକ୍ଳା ଏହା ପୂର୍ବରୁ ଆଇପିଏଲର ଚେୟାରମ୍ୟାନ୍ ଥିଲେ।

ସୂଚନାଯୋଗ୍ୟ, ଆଇପିଏଲରେ ଆଉ ଦୁଇ ନୂଆ ଟିମ୍ ସାମିଲ୍ ହେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ଏବେ ଦୁଇ ନୂଆ ଟିମ୍ ସାମିଲ୍ ହେବା ହେବା ଆଇପିଏଲରେ ମୋଟ ୧୦ ଟିମ୍ ହୋଇଯିବେ। ଅର୍ଥାତ୍ ଆଗକୁ ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍ ସଂଖ୍ୟା ୯୪କୁ ବୃଦ୍ଧି ପାଇବ, ଯେଉଁଥି ପାଇଁ ଅଢ଼େଇ ମାସ ଦରକାର। ଏହାଦ୍ୱାରା ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାଲେଣ୍ଡ ଅବ୍ୟବସ୍ଥିତ ହୋଇପାରେ।

Related story