ପେଟିଏମ୍ ପୁଣି ବିସିସିଆଇର ପ୍ରାୟୋଜକ

ନୂଆଦିଲ୍ଲୀ: ପେଟିଏମର ମାଲିକ ‘ୱାନ୍ ୯୭ କମ୍ୟୁନିକେଶନ୍ ପ୍ରାଇଭେଟ୍ ଲିମିଟେଡ୍’ ବିସିସିଆଇର ଅନ୍ତର୍ଜାତୀୟ ଏବଂ ଘରୋଇ ମ୍ୟାଚ୍ ପାଇଁ ସ୍ପନସରଶିପ୍ ରାଇଟ୍ସ ବଜାୟ ରଖିଛି। ପେଟିଏମ୍ ୨୦୧୯ରୁ ୨୦୨୩ ଘରୋଇ ସିଜନରେ ପ୍ରତି ମ୍ୟାଚ୍ ପାଇଁ ୩.୮୦ କୋଟି ଟଙ୍କା ଲଗାଇବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ବୁଧବାର ପେଟିଏମ୍ ସହ ଏହି ଚୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରିଛି। ପେଟିଏମ୍ ୨୦୧୫ରେ ଚାରିବର୍ଷ ପାଇଁ ଏହି ରାଇଟ୍ସ ହାସଲ କରିଥିଲା। ତେବେ ପୁନଃଚୁକ୍ତି ନେଇ […]

paytm

Ranjit Kumar Jena
  • Published: Wednesday, 21 August 2019
  • , Updated: 21 August 2019, 09:04 PM IST

ନୂଆଦିଲ୍ଲୀ: ପେଟିଏମର ମାଲିକ 'ୱାନ୍ ୯୭ କମ୍ୟୁନିକେଶନ୍ ପ୍ରାଇଭେଟ୍ ଲିମିଟେଡ୍' ବିସିସିଆଇର ଅନ୍ତର୍ଜାତୀୟ ଏବଂ ଘରୋଇ ମ୍ୟାଚ୍ ପାଇଁ ସ୍ପନସରଶିପ୍ ରାଇଟ୍ସ ବଜାୟ ରଖିଛି। ପେଟିଏମ୍ ୨୦୧୯ରୁ ୨୦୨୩ ଘରୋଇ ସିଜନରେ ପ୍ରତି ମ୍ୟାଚ୍ ପାଇଁ ୩.୮୦ କୋଟି ଟଙ୍କା ଲଗାଇବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ବୁଧବାର ପେଟିଏମ୍ ସହ ଏହି ଚୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରିଛି। ପେଟିଏମ୍ ୨୦୧୫ରେ ଚାରିବର୍ଷ ପାଇଁ ଏହି ରାଇଟ୍ସ ହାସଲ କରିଥିଲା।

ତେବେ ପୁନଃଚୁକ୍ତି ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି, "ପେଟିଏମ୍ ୨୦୧୯ରୁ ୨୦୨୩ ଘରୋଇ ସିଜନ୍ ପାଇଁ ମୋଟ ୩୨୬.୮୦ କୋଟି ଟଙ୍କାର ନିଲାମ ଡାକ ଧାର୍ଯ୍ୟ କରିଛି। ସେହିପରି ବିଜେତା ନିଲାମ ଡାକ ୩.୮୦ କୋଟି ଟଙ୍କା ରହିଛି, ଯାହା ପୂର୍ବ ମ୍ୟାଚ୍ ତୁଳନାରେ ୫୮% ଅଧିକ। ପୂର୍ବ ଚୁକ୍ତିରେ ପ୍ରତି ମ୍ୟାଚ୍ ପାଇଁ ପେଟିଏମ୍ ୨.୪ କୋଟି ଟଙ୍କାର ବିଡ୍ ଲଗାଯାଇଥିଲା।"

ବିସିସିଆଇର ସିଇଓ ରାହୁଲ ଜୋହରି କହିଛନ୍ତି, "ପେଟିଏମ୍ ବିସିସିଆଇର ଘରୋଇ ସିରିଜର ଟାଇଟଲ୍ ପ୍ରାୟୋଜକ ହେବା ନେଇ ମୁଁ ବହୁତ ଖୁସି। ପେଟିଏମ୍ ଭାରତର ଅନ୍ୟତମ ନୂଆ ପିଢ଼ିର କମ୍ପାନୀ। ପେଟିଏମ୍ ଭାରତୀୟ କ୍ରିକେଟ୍ ସହ ତା'ର ଚୁକ୍ତି ବଢ଼ାଇଥିବାରୁ ବୋର୍ଡ ଗର୍ବିତ।"

ସେହିପରି ପେଟିଏମର ସିଇଓ ଓ ଫାଉଣ୍ଡର୍ ବିଜୟ ଶେଖର ଶର୍ମା କହିଛନ୍ତି, "ଆମେ ବିସିସିଆଇ ଓ ଭାରତୀୟ କ୍ରିକେଟ୍ ଟିମ୍ ସହ ପୁନଃଚୁକ୍ତି କରିବା ନେଇ ଖୁବ୍ ଉତ୍ସାହିତ। ପ୍ରତି ସିଜନରେ ଭାରତୀୟ କ୍ରିକେଟ୍ ଟିମ୍ ସହ ଆମର ପ୍ରତିଶ୍ରୁତି ମଜଭୁତ୍ ହେବାରେ ଲାଗିଛି। ଭାରତବାସୀ କ୍ରିକେଟକୁ ଭଲ ପାଆନ୍ତି ଏବଂ ପେଟିଏମ୍ କ୍ରିକେଟର ଅନ୍ୟତମ ବଡ଼ ପ୍ରଶଂସକ।"

Related story