ବୟସ ଜାଲିଆତି: ୧୯ ବର୍ଷରୁ କମ୍‌ ଓଡ଼ିଶା ଦଳରୁ ୬ ଖେଳାଳିଙ୍କୁ ବାଦ ଦେଲା ବିସିସିଆଇ

ମୁମ୍ବାଇ: ବୟସ ଜାଲିଆତି ଘଟଣାକୁ ନେଇ ଓସିଏକୁ ଶକ୍ତ ଧକ୍କା ଲାଗିଛି। ପୂର୍ବଞ୍ଚଳ ଭିନୁ ମାଙ୍କଡ ଟ୍ରଫି ଲାଗି ୧୯ ବର୍ଷରୁ କମ ଦଳ ପାଇଁ ଓଡ଼ିଶା ପଠାଇ ଥିବା ଖେଳାଳିଙ୍କ ମଧ୍ୟରୁ ୬ ଜଣଙ୍କୁ ବିସିସିଆଇ ବାଦ ଦେଇଛି। ଗତ ସିଜିନ ଓ ଚଳିତ ସିଜିନରେ ଦିଆଯାଇଥିବା ବୟସ ପ୍ରମାଣପତ୍ରରେ ତାଳମେଳ ରହୁ ନ ଥିବାରୁ ବିସିସିଆଇ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ବିସିସିଆଇ ବାଦ ଦେଇଥିବା ଖେଳାଳିମାନେ ହେଲେ ସୂର୍ଯ୍ୟକାନ୍ତ ସାମଲ, ହର୍ଷିତ ରାଠୋର, […]

bcci

Rakesh Mallick
  • Published: Friday, 30 September 2016
  • , Updated: 30 September 2016, 06:38 PM IST

ମୁମ୍ବାଇ: ବୟସ ଜାଲିଆତି ଘଟଣାକୁ ନେଇ ଓସିଏକୁ ଶକ୍ତ ଧକ୍କା ଲାଗିଛି। ପୂର୍ବଞ୍ଚଳ ଭିନୁ ମାଙ୍କଡ ଟ୍ରଫି ଲାଗି ୧୯ ବର୍ଷରୁ କମ ଦଳ ପାଇଁ ଓଡ଼ିଶା ପଠାଇ ଥିବା ଖେଳାଳିଙ୍କ ମଧ୍ୟରୁ ୬ ଜଣଙ୍କୁ ବିସିସିଆଇ ବାଦ ଦେଇଛି। ଗତ ସିଜିନ ଓ ଚଳିତ ସିଜିନରେ ଦିଆଯାଇଥିବା ବୟସ ପ୍ରମାଣପତ୍ରରେ ତାଳମେଳ ରହୁ ନ ଥିବାରୁ ବିସିସିଆଇ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।

ବିସିସିଆଇ ବାଦ ଦେଇଥିବା ଖେଳାଳିମାନେ ହେଲେ ସୂର୍ଯ୍ୟକାନ୍ତ ସାମଲ, ହର୍ଷିତ ରାଠୋର, କ୍ଷମା ସାଗର ବଳ, ସୂରଜ ସିଂହ, ପ୍ରତ୍ୟୁଶ ମହାପାତ୍ର ଓ ରାଜେଶ ମହାନ୍ତି।

ଏହି ଖେଳାଳିମାନେ ଟିମ୍‌ରୁ ବାଦ ହେବା ପରେ ଏମାନଙ୍କ ସ୍ଥାନ ନେବାକୁ ଓସିଏ ଏବେ ଅନ୍ୟ ଖେଳାଳିଙ୍କୁ ପଠାଇବ।

Related story