ଶ୍ରୀସନ୍ତଙ୍କ ଉପରୁ ଆଜୀବନ ବାସନ୍ଦ ହଟିଲା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଏସ୍ ଶ୍ରୀସନ୍ତଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏହି ୩୬ ବର୍ଷୀୟ କ୍ରିକେଟରଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦାଦେଶକୁ କୋହଳ କରି ଏହାକୁ ୭ ବର୍ଷ କରିଛି। ଫଳରେ ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ବ୍ୟାନ୍ ୧୩ ସେପ୍ଟେମ୍ବର, ୨୦୨୦ରେ ଶେଷ ହେବ। ବିସିସିଆଇ ଲୋକପାଳ ଡିକେ ଜୈନ୍ ଏକ ନିର୍ଦ୍ଦେଶ ଜାରି କହିଛନ୍ତି, ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ବ୍ୟାନକୁ କମାଇ ୭ ବର୍ଷ […]

sree

Ranjit Kumar Jena
  • Published: Tuesday, 20 August 2019
  • , Updated: 20 August 2019, 05:10 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ପେସ୍ ବୋଲର ଏସ୍ ଶ୍ରୀସନ୍ତଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏହି ୩୬ ବର୍ଷୀୟ କ୍ରିକେଟରଙ୍କ ଉପରେ ଲାଗିଥିବା ଆଜୀବନ ବାସନ୍ଦାଦେଶକୁ କୋହଳ କରି ଏହାକୁ ୭ ବର୍ଷ କରିଛି। ଫଳରେ ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ବ୍ୟାନ୍ ୧୩ ସେପ୍ଟେମ୍ବର, ୨୦୨୦ରେ ଶେଷ ହେବ। ବିସିସିଆଇ ଲୋକପାଳ ଡିକେ ଜୈନ୍ ଏକ ନିର୍ଦ୍ଦେଶ ଜାରି କହିଛନ୍ତି, ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ବ୍ୟାନକୁ କମାଇ ୭ ବର୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ୧୩ ସେପ୍ଟେମ୍ବର, ୨୦୧୩ରେ ଶ୍ରୀସନ୍ତଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା।

ଜୈନ୍ କହିଛନ୍ତି, "ଏବେ ଶ୍ରୀସନ୍ତ ୩୫ ବର୍ଷ ଅତିକ୍ରମ କରିସାରିଛନ୍ତି। କ୍ରିକେଟର୍ ଭାବେ ତାଙ୍କର ସର୍ବଶ୍ରେଷ୍ଠ ସମୟ ବିତିଯାଇଛି। ମୋ ମତରେ କୌଣସି ପ୍ରକାରର ବ୍ୟବସାୟିକ କ୍ରିକେଟ୍ କିମ୍ବା ବିସିସିଆଇ କିମ୍ବା ଏହାର ସଦସ୍ୟ ସଂଘ ସହ ଯୋଡ଼ିହେବା ମାମଲାରେ ଶ୍ରୀସନ୍ତଙ୍କ ଉପରେ ଲାଗିଥିବା ପ୍ରତିବନ୍ଧ ୧୩ ସେପ୍ଟେମ୍ବର, ୨୦୧୩ ଠାରୁ ୭ ବର୍ଷ କରାଯିବା ନ୍ୟାୟଯୁକ୍ତ ହେବ।"

ଏହା ପୂର୍ବରୁ ମାର୍ଚ୍ଚ, ୨୦୧୯ରେ ସୁପ୍ରିମକୋର୍ଟ ଶ୍ରୀସନ୍ତଙ୍କ ଉପରୁ ଆଜୀବନ ବାସନ୍ଦାଦେଶ ଉଠାଇଥିଲେ। ସୁପ୍ରିମକୋର୍ଟ କହିଥିଲେ, ବିସିସିଆଇ ପାଖରେ ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ କରିବାର ସବୁ ଅଧିକାର ଅଛି। ସୁପ୍ରିମକୋର୍ଟ ଆହୁରି କହିଥିଲେ, ଶ୍ରୀସନ୍ତଙ୍କ ଉପରେ ଲଗାଇଥିବା ବାସନ୍ଦାଦେଶ ଉପରେ ବିସିସିଆଇ ପୁନର୍ବିଚାର କରୁ। ସୁପ୍ରିମକୋର୍ଟ କହିଥିଲେ, ଆଜୀବନ ବାସନ୍ଦାଦେଶ ଅଧିକ ହେଇଯାଉଛି।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଶ୍ରୀସନ୍ତ କହିଥିଲେ, "ମୁଁ ଟେନିସ୍ ଷ୍ଟାର୍ ଲିଆଣ୍ଡର୍ ପେସଙ୍କ ବହୁତ ବଡ଼ ପ୍ରଶଂସକ। ଯଦି ସେ (ପେସ୍) ୪୫ ବର୍ଷ ବୟସରେ ଗ୍ରାଣ୍ଡସ୍ଲାମ୍ ଖେଳିପାରୁଛନ୍ତି, ନେହରା ୩୮ ବର୍ଷ ବୟସରେ ବିଶ୍ୱକପ୍ ଖେଳିପାରୁଛନ୍ତି, ତାହେଲେ ମୁଁ କାହିଁକି ଖେଳିପାରିବିନି। ମୋତେ ଏବେ ମାତ୍ର ୩୬ ବର୍ଷ। ଏବେ ମଧ୍ୟ ମୋର ଟ୍ରେନିଂ ଜାରି ରହିଛି।"

ଜୁଲାଇ, ୨୦୧୫ରେ ଶ୍ରୀସନ୍ତ, ଅଙ୍କିତ ଚଭନ ଏବଂ ଅଜିତ୍ ଚାନ୍ଦେଲାଙ୍କ ସମେତ ସ୍ପଟ୍ ଫିକ୍ସିଂ ମାମଲାରେ ସମସ୍ତ ୩୬ଜଣ ଅଭିଯୁକ୍ତଙ୍କୁ ପଟିଆଲା ହାଉସ୍ କୋର୍ଟ ଅପରାଧ ମାମଲାରେ ଦୋଷମୁକ୍ତ କରିଥିଲେ। ଶ୍ରୀସନ୍ତ ୨୦୦୫ରେ ନାଗପୁରରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ ୨୦୦୬ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ। ଶ୍ରୀସନ୍ତ ୨୭ ଟେଷ୍ଟ ମ୍ୟାଚରେ ୩୭.୫୯ ହାରରେ ୮୭ ୱିକେଟ୍ ଏବଂ ୫୩ ଦିନିକିଆରେ ୩୩.୪୪ ହାରରେ ୭୫ ୱିକେଟ୍ ନେଇଛନ୍ତି।

Related story