ୟୁସୁଫ ପଠାନ୍‌ଙ୍କୁ ଝଟକା: ୫ ମାସ ସସ୍‌ପେଣ୍ଡ କଲା ବିସିସିଆଇ

Ordigital Desk
  • Published: Tuesday, 09 January 2018
  • , Updated: 09 January 2018, 08:57 PM IST
<p>ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟର ୟୁସୁଫ ପଠାନଙ୍କୁ ଝଟକା ଲାଗିଛି। ଡୋପ ଟେଷ୍ଟରେ ଧରାପଡ଼ିବା ପରେ ତାଙ୍କୁ ବିସିସିଆ କ୍ରିକେଟରୁ ୫ ମାସ ପାଇଁ ନିଲମ୍ବନ କରିଛି।</p> <p>ପଠାନଙ୍କ ବିରୋଧରେ ନିଷିଦ୍ଧ ଇଞ୍ଜେକ୍ସନ ନେବା ଅଭିଯୋଗ ହୋଇଥିଲା। ଡୋପିଂ ଆଇନ ଉଲ୍ଲଂଘନ ଅଭିଯୋଗରେ ଏହି ନିର୍ଦ୍ଦେଶ ଦେଇଛି ବିସିସିଆଇ। ୟୁସୁଫ ବରୋଦା ଟିମରୁ ରଣଜୀ ଖେଳୁଛନ୍ତି। ହେଲେ ପରବର୍ତ୍ତୀ କୌଣସି ମ୍ୟାଚ ପାଇଁ ତାଙ୍କୁ ଚୟନ ନକରିବାକୁ ବରୋଦା କ୍ରିକେଟ ବୋର୍ଡକୁ ନିର୍ଦ୍ଦେଶ ଦେଇଛି ବିସିସିଆଇ।</p> <p>ଗତ ମାର୍ଚ୍ଚ ୨୦୧୭ରେ ହୋଇଥିଲା ୟୁସୁଫଙ୍କ ଡୋପ ଟେଷ୍ଟ। ତାଙ୍କ ପରିସ୍ରା ନମୂନାରେ ଟର୍ବୁଟାଲାଇନ ନାମକ ପଦାର୍ଥ ମିଳିଥିଲା। ନିଲମ୍ବନ ପରେ ପ୍ରତିକ୍ରିୟାରେ ୟୁସୁଫ୍ କହିଛନ୍ତି, &ldquo;ଭଗବାନଙ୍କ ଉପରେ ଭରସା ଅଛି। ନ୍ୟାୟ ପ୍ରକ୍ରିୟାକୁ ସମ୍ମାନ ଦେଇ ସମସ୍ତ ନିୟମକୁ ପାଳନ କରିବି। ନିଜ ପକ୍ଷ ରଖିବାକୁ ସୁଯୋଗ ଦେଇଥିବାରୁ ବିସିସିଆଇକୁ ଧନ୍ୟବାଦ ଜଣାଉଛି।&rdquo;</p>

Related story