ବାରାବାଟୀ ଟି-ଟ୍ୱେଣ୍ଟି: ପିଚ୍‌ ଅନୁଧ୍ୟାନ ପାଇଁ କଟକରେ ପହଞ୍ଚିଲେ ବିସିସିଆଇ ଅଧିକାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବର ମାସରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଏଥିପାଇଁ ପିଚ ଅନୁଧ୍ୟାନ କରିବା ପାଇଁ ବିସିସିଆଇର ଅଧିକାରୀମାନେ ଆଜି କଟକରେ ପହଞ୍ଚିଛନ୍ତି। ସେମାନେ ଭିତ୍ତିଭୂମି ଅନୁଧ୍ୟାନ କରିବେ। ଶ୍ରୀଲଙ୍କା ଟିମ ଭାରତ ଗସ୍ତରେ ଆସି ତିନିଟି ଟେଷ୍ଟ, ତିନିଟି ଏକଦିବସୀୟ ଓ ତିନିଟି ଟି- ଟ୍ୱେଣ୍ଟି ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି।  ପୂର୍ବରୁ ଟିମ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯାଇ ୯-୦ରେ ସିଂହଳୀ […]

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 09:39 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବର ମାସରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ। ଏଥିପାଇଁ ପିଚ ଅନୁଧ୍ୟାନ କରିବା ପାଇଁ ବିସିସିଆଇର ଅଧିକାରୀମାନେ ଆଜି କଟକରେ ପହଞ୍ଚିଛନ୍ତି। ସେମାନେ ଭିତ୍ତିଭୂମି ଅନୁଧ୍ୟାନ କରିବେ। ଶ୍ରୀଲଙ୍କା ଟିମ ଭାରତ ଗସ୍ତରେ ଆସି ତିନିଟି ଟେଷ୍ଟ, ତିନିଟି ଏକଦିବସୀୟ ଓ ତିନିଟି ଟି- ଟ୍ୱେଣ୍ଟି ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି।  ପୂର୍ବରୁ ଟିମ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯାଇ ୯-୦ରେ ସିଂହଳୀ ଦଳକୁ ପରାସ୍ତ କରିଥିଲା।

Related story