ଇଂଲଣ୍ଡକୁ ହରାଇ ଇତିହାସ ରଚିଲା ବେଲଜିୟମ୍: ପ୍ରଥମ ଥର ପାଇଁ ହାସଲ କଲା ଏହି କିର୍ତ୍ତୀମାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡକୁ ୨-୦ ଗୋଲ୍‌ରେ ହରାଇ ଫିଫା ବିଶ୍ୱକପ୍‌ରେ ତୃତୀୟ ସ୍ଥାନ ହାସଲ କରିଛି ବେଲଜିୟମ୍‌। ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ବେଲଜିୟମ୍‌ ତୃତୀୟ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛି। ତୃତୀୟ ସ୍ଥାନ ପାଇଁ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ସାମ୍ନାସାମ୍ନା ହୋଇଥିଲେ ଦୁଇ ୟୁରୋପୀୟ ଦେଶ। ଏହି ମ୍ୟାଚ୍‌ ରୁଷିଆର ସେଣ୍ଟ ପିଟର୍ସବର୍ଗ ଷ୍ଟାଡ଼ିୟମରେ ଖେଳାଯାଉଥିଲା। ବେଲଜିୟମ ଆଜିର ମ୍ୟାଚ୍‌ରେ ବେଶ୍‌ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲା। ଆରମ୍ଭରୁ ଏକ ଗୋଲ୍ ସ୍କୋର୍‌ […]

tag_reuters.com,2018_newsml_RC16F2285410_114039227_768x432

Rakesh Mallick
  • Published: Saturday, 14 July 2018
  • , Updated: 14 July 2018, 10:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଂଲଣ୍ଡକୁ ୨-୦ ଗୋଲ୍‌ରେ ହରାଇ ଫିଫା ବିଶ୍ୱକପ୍‌ରେ ତୃତୀୟ ସ୍ଥାନ ହାସଲ କରିଛି ବେଲଜିୟମ୍‌। ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ପାଇଁ ବେଲଜିୟମ୍‌ ତୃତୀୟ ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛି। ତୃତୀୟ ସ୍ଥାନ ପାଇଁ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ସାମ୍ନାସାମ୍ନା ହୋଇଥିଲେ ଦୁଇ ୟୁରୋପୀୟ ଦେଶ। ଏହି ମ୍ୟାଚ୍‌ ରୁଷିଆର ସେଣ୍ଟ ପିଟର୍ସବର୍ଗ ଷ୍ଟାଡ଼ିୟମରେ ଖେଳାଯାଉଥିଲା। ବେଲଜିୟମ ଆଜିର ମ୍ୟାଚ୍‌ରେ ବେଶ୍‌ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲା। ଆରମ୍ଭରୁ ଏକ ଗୋଲ୍ ସ୍କୋର୍‌ କରି ଅଗ୍ରଣୀ ଲାଭ କରିଥିଲା ବେଲଜିୟମ। ପ୍ରଥମ ଗୋଲ୍‌ ୪ ମିନିଟରେ କରିଥିଲା। ଏବଂ ମ୍ୟାଚ୍‌ର ୮୨ ମିନିଟ୍‌ରେ ବିଜୟ ସୂଚକ ଗୋଲ୍ କରିଥିଲା ବେଲଜିୟମ୍‌। ଆସନ୍ତା କାଲି ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

Related story