ଭାରତ-ବାଂଲାଦେଶ ଫତୁଲ୍ଲା ଟେଷ୍ଟ୍ ଡ୍ର, ଧାୱନ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’

ଢାକା: ଭାରତ-ବାଂଲାଦେଶ ମଧ୍ୟରେ ଫତୁଲ୍ଲା ଠାରେ ଖେଳା ଯାଇଥିବା ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ଡ୍ର ହୋଇଯାଇଛି। ବର୍ଷା ବାଧାପ୍ରାପ୍ତ ଏହି ଟେଷ୍ଟ୍ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୬ ୱିକେଟ୍ ହରାଇ ୪୬୨ ରନ୍ କରିଥିଲା। ବାଂଲାଦେଶ ପ୍ରଥମ ଇନିଂସରେ ୨୫୬ ରନ୍ କରିଥିଲା। ଫଲୋଅନ୍ ସହ ବାଂଲାଦେଶ ଦ୍ୱିତୀୟ ଇନିଂସ ଖେଳିଥିଲା। ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୨୩ ରନ୍ କରିଥିବା ବେଳେ ଦୁଇ ଦଳର ଅଧିନାୟକଙ୍କ ସହ ଆଲୋଚନା ପରେ ମ୍ୟାଚକୁ ଡ୍ର ଘୋଷଣା […]

teamindia

Rakesh Mallick
  • Published: Sunday, 14 June 2015
  • , Updated: 14 June 2015, 11:55 AM IST

ଢାକା: ଭାରତ-ବାଂଲାଦେଶ ମଧ୍ୟରେ ଫତୁଲ୍ଲା ଠାରେ ଖେଳା ଯାଇଥିବା ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ଡ୍ର ହୋଇଯାଇଛି। ବର୍ଷା ବାଧାପ୍ରାପ୍ତ ଏହି ଟେଷ୍ଟ୍ ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୬ ୱିକେଟ୍ ହରାଇ ୪୬୨ ରନ୍ କରିଥିଲା। ବାଂଲାଦେଶ ପ୍ରଥମ ଇନିଂସରେ ୨୫୬ ରନ୍ କରିଥିଲା। ଫଲୋଅନ୍ ସହ ବାଂଲାଦେଶ ଦ୍ୱିତୀୟ ଇନିଂସ ଖେଳିଥିଲା। ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୨୩ ରନ୍ କରିଥିବା ବେଳେ ଦୁଇ ଦଳର ଅଧିନାୟକଙ୍କ ସହ ଆଲୋଚନା ପରେ ମ୍ୟାଚକୁ ଡ୍ର ଘୋଷଣା କରାଯାଇଥିଲା। ୧୭୩ ରନ୍ କରିଥିବା ଶିଖର ଧାୱନଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ଦିଆଯାଇଥିଲା।

ଆଜି ଥିଲା ଭାରତ-ବାଂଲାଦେଶ ମଧ୍ୟସ୍ଥ ଏହି ଏକମାତ୍ର ଟେଷ୍ଟ ମ୍ୟାଚର ଅନ୍ତିମ ଦିନ। ଗତକାଲି ଚତୁର୍ଥ ଦିନରେ ମଧ୍ୟ ବର୍ଷା ବାଧକ ସାଜିବାରୁ ବାଂଲାଦେଶ ମାତ୍ର ୩୦.୧ ଓଭର ବ୍ୟାଟିଂ କରିଥିଲା। ଦଳ ୩ଟି ୱିକେଟ୍ କରି ୧୧୧ ରନ୍ କରିଥିଲା। ଏଇଥିରୁ ଆଜି ଦଳ ପୁଣି ଖେଳ ଆରମ୍ଭ କରିଥିଲା। ତେବେ ୨୫୬ ରନ୍ କରି ଦଳ ଅଲ୍ ଆଉଟ୍ ହୋଇଯାଇଥିଲା। ଏହା ପରେ ଭାରତ ବାଂଲାଦେଶକୁ ଫଲୋଅନ୍ ଦେଇଥିଲା। ଫଲୋଅନ୍ ମିଳିବା ପରେ ବାଂଲାଦେଶ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରଥମ ୬ ଓଭରରେ ଦଳ ମାତ୍ର ୧୨ ରନ୍ ସଂଗ୍ରହ କରିଥିଲା। ୧୦ ଓଭରରେ ଦଳ ବିନା କୌଣସି ୱିକେଟରେ ସଂଗ୍ରହ କରିଥିଲା ୧୭ ରନ୍। ଅନ୍ତିମ ଦିବସରେ ଆଉ ୩୦ ଓଭର ଖେଳ ବାକି ଥିବା ବେଳେ ୧୫ ଓଭର ପର୍ଯ୍ୟନ୍ତ ବାଂଲାଦେଶର ଗୋଟିଏ ବି ୱିକେଟ୍ ନପଡ଼ିବାରୁ ଦୁଇ ଦଳର ଅଧିନାୟକଙ୍କ ଆପୋଷ ସହମିତି କ୍ରମେ ମ୍ୟାଚକୁ ଡ୍ରରେ ଶେଷ କରିବାକୁ ରାଜି ହୋଇଥିଲେ। ଏହା ପରେ ମ୍ୟାଚକୁ ଡ୍ର ଘୋଷଣା କରାଯାଇଥିଲା।

ଏହା ପୂର୍ବରୁ ପ୍ରଥମ ଦିନରୁ ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚର ପ୍ରଥମ ଇନିଂସରେ ଭାରତ ୬ ୱିକେଟ ହରାଇ ୪୬୨ ରନ୍ କରି ଥିଲା। ଟସ୍ ଜିତିବା ପରେ ଅଧିନାୟକ ବିରାଟ କୋହଲି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଦିନରେ ବର୍ଷା ବାରମ୍ବାର ବାଧା ସାଜିବା ସତ୍ୱେ ୫୬ ଓଭର ଖେଳ ହୋଇଥିଲା ଏବଂ ଦଳ କୌଣସି ୱିକେଟ୍ ନହରାଇ ୨୩୯ ରନ୍ କରିଥିଲା। ଶିଖର ଧାୱନ ୧୫୦ ରନ୍ ଓ ମୂରଲୀ ବିଜୟ ୮୯ ରନ୍ କରି ଅପରାଜୟ ରହିଥିଲେ। ଦ୍ୱିତୀୟ ଦିନ ବର୍ଷା ଯୋଗୁ ଆଦୌ ଖେଳ ହୋଇ ପାରି ନଥିଲା। ତୃତୀୟ ଦିନରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ତିନୋଟି ୱିକେଟ୍ ଅଳ୍ପ ସମୟ ମଧ୍ୟରେ ପଳାଇଥିଲା। ଶିଖର ଧାୱନ ୧୭୩ ରନ୍ କରି ଆଉଟ୍ ହୋଇଯାଇଥିଲା। ତାଙ୍କ ପରେ ପରେ ରୋହିତ ଶର୍ମା ଓ ବିରାଟ କୋହଲି ଆଉଟ୍ ହୋଇଯାଇଥିଲେ। ତେବେ ୮୯ ରନରେ ଅପରାଜୟ ଥିବା ଅନ୍ୟତମ ଓପନର ମୂରଲୀ ବିଜୟଙ୍କ ୧୫୦ ଓ ଆଜିଙ୍କ୍ୟ ରାହାଣେଙ୍କ ୯୮ ରନ୍ ବଳରେ ଦଳ ୪୬୨ ରନ୍ କରିପାରିଥିଲା। ଚତୁର୍ଥ ଦିନରେ ସେତିକିରେ ଭାରତ ପାଳି ଘୋଷଣା କରି ଦେବାରୁ ବାଂଲାଦେଶ ବ୍ୟାଟିଂ କରିଥିଲା। ବାଂଲାଦେଶର ପ୍ରଥମ ଇନିଂସ ୨୫୬ ରନରେ ଅଲ୍ ଆଉଟ୍ ହୋଇଯାଇଥିଲା। ରବିଚନ୍ଦ୍ରନ ଅଶ୍ୱିନୀ ୫ଟି ୱିକେଟ୍ ନେଇଥିବା ବେଳେ ଦୁଇ ବର୍ଷ ବ୍ୟବଧାନ ପରେ ଟେଷ୍ଟ୍ ଟିମକୁ ଫେରିଥିବା ହରଭଜନ ସିଂହ ୩ଟି ୱିକେଟ୍ ନେଇଥିଲେ।

ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ଡ୍ରରେ ଶେଷ ହୋଇଥିବା ବେଳେ ଦୁଇ ଦେଶ ମଧ୍ୟରେ ତିନିଟି ଦିନିଆ ମ୍ୟାଚ୍ ଖେଳାଯିବ।

Related story