ଭାରତ-ବାଂଲାଦେଶ ଟେଷ୍ଟ: ତୃତୀୟ ଦିନରେ ଭାରତକୁ ପ୍ରାରମ୍ଭିକ ଝଟକା

ଢାକା: ବର୍ଷା ବାଧାପ୍ରାପ୍ତ ଭାରତ-ବାଂଲାଦେଶ ଏକମାତ୍ର ଟେଷ୍ଟର ତୃତୀୟ ଦିନରେ ଭାରତକୁ ଝଟକା ଲାଗିଛି । ପ୍ରଥମ ଦିନରେ ୧୫୦ ରନ କରି ଅପରାଜିତ ଥିବା ଅନ୍ୟତମ ଓପନର ଶିଖର ଧାୱନ ତୃତୀୟ ଦିନରେ ଆଉ ମାତ୍ର ୨୩ ରନ କରି ପ୍ରଥମ ଖେଳାଳି ଭାବେ ଆଉଟ୍ ହୋଇଥିଲେ । ତାଙ୍କୁ ସକିବ ଅଲ୍ଲ ହସନ କଟ୍ ଆଣ୍ଡ ବୋଲ୍ଡ କରିଦେଇଥିଲେ । ଧାୱନଙ୍କ ଉଇକେଟ ପତନ ପରେ ପଡିଆକୁ ଆସିଥିବା ରୋହିତ ଶର୍ମା  ଏବଂ ବିରାଟ […]

murli

Rakesh Mallick
  • Published: Friday, 12 June 2015
  • , Updated: 12 June 2015, 09:56 AM IST

ଢାକା: ବର୍ଷା ବାଧାପ୍ରାପ୍ତ ଭାରତ-ବାଂଲାଦେଶ ଏକମାତ୍ର ଟେଷ୍ଟର ତୃତୀୟ ଦିନରେ ଭାରତକୁ ଝଟକା ଲାଗିଛି । ପ୍ରଥମ ଦିନରେ ୧୫୦ ରନ କରି ଅପରାଜିତ ଥିବା ଅନ୍ୟତମ ଓପନର ଶିଖର ଧାୱନ ତୃତୀୟ ଦିନରେ ଆଉ ମାତ୍ର ୨୩ ରନ କରି ପ୍ରଥମ ଖେଳାଳି ଭାବେ ଆଉଟ୍ ହୋଇଥିଲେ । ତାଙ୍କୁ ସକିବ ଅଲ୍ଲ ହସନ କଟ୍ ଆଣ୍ଡ ବୋଲ୍ଡ କରିଦେଇଥିଲେ । ଧାୱନଙ୍କ ଉଇକେଟ ପତନ ପରେ ପଡିଆକୁ ଆସିଥିବା ରୋହିତ ଶର୍ମା  ଏବଂ ବିରାଟ କୋହିଲ କ୍ରିଜରେ ବେଶି ସମୟ ତିଷ୍ଠି ପାରି ନ ଥିଲେ । ରୋହିତ ୯ଟି ବଲର ସମ୍ମୁଖୀନ ହୋଇ ମାତ୍ର ୬ ରନ ସଂଗ୍ରହ କରିଥିବା ବେଳେ ବିରାଟ ୨୨ ବଲ୍ ଖେଳି ୧୪ ରନ କରିବାକୁ ସକ୍ଷମ ହୋଇଥିଲେ । ମ୍ୟାଚର ପ୍ରଥମ ଦିନରେ ଭାରତ ମାତ୍ର ୫୬ ଓଭରରେ ୨୩୯ ରନ କରିଥିଲା । ତେବେ ବର୍ଷା ଯୋଗୁ ମ୍ୟାଚ ବନ୍ଦ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଖେଳ ଆଦୌ ସମ୍ଭବ ହୋଇପାରି ନ ଥିଲା । ଓପନର ମୂରଲୀ ବିଜୟ ୧୪୪ ଓ ଆଜିଙ୍କ୍ୟ ରାହାନେ ୫୫ ରନ କରି ଦଳର ସ୍ଥିତିକୁ ସମ୍ଭାଳିଛନ୍ତି । ଅନ୍ୟପକ୍ଷେ ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ଆହୁରି ଦୁଇରୁ ତିନିଦିନ ବର୍ଷା ଲାଗି ରହିବ ବୋଲି କୁହାଯାଇଛି । ଏପରିସ୍ଥିତିରେ ମ୍ୟାଚରେ ଫଳାଫଳ ବାହାରିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

Related story