ଭାରତ-ପାକ୍ ସିରିଜର ଭାଗ୍ୟ ଉଭୟ ଦେଶର ସରକାରଙ୍କ ହାତରେ: ସଚୀନ

ନ୍ୟୁୟର୍କ: ଭାରତ-ପାକିସ୍ତାନ ସିରିଜର ଭାଗ୍ୟ ଉଭୟ ଦେଶର ସରକାରଙ୍କ ଉପରେ ନିର୍ଭର କରେ। ଉଭୟ ଦେଶର ସଂପର୍କକୁ ଆଗେଇ ନେବାକୁ ଯଦି ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ସହାୟକ ହେବ ବୋଲି ଦୁଇ ଦେଶର ସରକାର ଅନୁଭବ କରିବେ, ତା’ହେଲେ ଯାଇ କିଛି ହୋଇପାରିବ। ଏ କଥା କହିଛନ୍ତି ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସଚୀନ ତେନ୍ଦୁଲକର। ତେନ୍ଦୁଲକର କହିଛନ୍ତି, ଏ ଯେଉଁ ପ୍ରସଙ୍ଗ ଉଠିଛି ସେଥିରେ କେବଳ ଭାରତ ଓ ପାକିସ୍ତାନର ସରକାରମାନେ ହିଁ […]

sachintendulkar

Rakesh Mallick
  • Published: Tuesday, 03 November 2015
  • , Updated: 03 November 2015, 11:11 AM IST

ନ୍ୟୁୟର୍କ: ଭାରତ-ପାକିସ୍ତାନ ସିରିଜର ଭାଗ୍ୟ ଉଭୟ ଦେଶର ସରକାରଙ୍କ ଉପରେ ନିର୍ଭର କରେ। ଉଭୟ ଦେଶର ସଂପର୍କକୁ ଆଗେଇ ନେବାକୁ ଯଦି ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ କ୍ରିକେଟ୍ ସିରିଜ୍ ସହାୟକ ହେବ ବୋଲି ଦୁଇ ଦେଶର ସରକାର ଅନୁଭବ କରିବେ, ତା’ହେଲେ ଯାଇ କିଛି ହୋଇପାରିବ। ଏ କଥା କହିଛନ୍ତି ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସଚୀନ ତେନ୍ଦୁଲକର।

ତେନ୍ଦୁଲକର କହିଛନ୍ତି, ଏ ଯେଉଁ ପ୍ରସଙ୍ଗ ଉଠିଛି ସେଥିରେ କେବଳ ଭାରତ ଓ ପାକିସ୍ତାନର ସରକାରମାନେ ହିଁ କୌଣସି ନିଷ୍ପତ୍ତି ନେଇପାରିବେ। ଭାରତ ଓ ପାକିସ୍ତାନ ମଧ୍ୟରେ ସୁସଂପର୍କ ରହିବା ଉଚିତ୍ ଓ ସଂପର୍କରେ ଉନ୍ନତି ଆସିବା ଦରକାର। ଦୁଇ ଦେଶ ମଧ୍ୟ କ୍ରିକେଟ୍ ସିରିଜ୍ ନଖେଳା ଯିବାର କୌଣସି କାରଣ ନାହିଁ। ତେବେ ଶେଷ ନିଷ୍ପତ୍ତି ଉଭୟ ଦେଶର ସରକାର ନେବେ। ଯଦି ଭାରତ ଓ ପାକିସ୍ତାନର ସରକାର ଚାହୁଁଛନ୍ତି ଯେ ଉଭୟ ଦେଶ ମଧ୍ୟରେ କୌଣସି ସିରିଜ୍ ହେବା ଉଚିତ୍ ନୁହେଁ, ତା’ହେଲେ ତାହାକୁ ସମସ୍ତେ ମାନି ନେବା ଉଚିତ୍।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦା କହିଥିଲେ ଯେ ଯଦି ଭାରତ ସରକାର ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜକୁ ଅନୁମତି ଦେଉ ନାହିଁ, ତା’ହେଲେ ପାକିସ୍ତାନ ମଧ୍ୟ ଆସନ୍ତାବର୍ଷ ଭାରତରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାଗ ନନେଉ। ପାକିସ୍ତାନ କ୍ରିକେଟ୍ ବୋର୍ଡ ଯେସାକୁ ତେସା ନୀତି ଆପଣାଇବା ଉଚିତ୍ ଓ ଦ୍ୱିପାକ୍ଷିକ ସିରିଜ୍ ଅପେକ୍ଷା ନିଜ ସମ୍ମାନକୁ ଅଧିକ ଗୁରୁତ୍ୱ ଦେବା ଉଚିତ୍।

Related story