ଭାରତ-ପାକିସ୍ତାନ କ୍ରିକେଟ୍ ସିରିଜ୍ ନେଇ କୌଣସି ନିଷ୍ପତ୍ତି ହୋଇନି: ସୁଷମା

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କ୍ରିକେଟ୍ ସିରିଜ୍ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ରବିବାର ଏହି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ନିକଟରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ସଭାପତି ଶାହରିଆର ଖାନ୍ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ଭାରତ-ପାକିସ୍ତାନ କ୍ରିକେଟ୍ ସିରିଜ୍ ପୁଣି ଥରେ ଆରମ୍ଭ କରିବା ନେଇ ଆଲୋଚନା କରିଥିଲେ। ଚଳିତ ବର୍ଷ ଡିସେମ୍ବରରେ ଦୁବାଇରେ ଭାରତ-ପାକିସ୍ତାନ ମଧ୍ୟରେ ତିନୋଟି ଟେଷ୍ଟ୍, ୫ଟି ଦିନିକିଆ ଓ ଦୁଇଟି ଟ୍ୱେଣ୍ଟି ଟ୍ୱେଣ୍ଟି […]

sushmaswaraj

Rakesh Mallick
  • Published: Sunday, 31 May 2015
  • , Updated: 31 May 2015, 02:49 PM IST

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ କ୍ରିକେଟ୍ ସିରିଜ୍ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ରବିବାର ଏହି ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ।

ନିକଟରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ସଭାପତି ଶାହରିଆର ଖାନ୍ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ସମୟରେ ସେ ଭାରତ-ପାକିସ୍ତାନ କ୍ରିକେଟ୍ ସିରିଜ୍ ପୁଣି ଥରେ ଆରମ୍ଭ କରିବା ନେଇ ଆଲୋଚନା କରିଥିଲେ। ଚଳିତ ବର୍ଷ ଡିସେମ୍ବରରେ ଦୁବାଇରେ ଭାରତ-ପାକିସ୍ତାନ ମଧ୍ୟରେ ତିନୋଟି ଟେଷ୍ଟ୍, ୫ଟି ଦିନିକିଆ ଓ ଦୁଇଟି ଟ୍ୱେଣ୍ଟି ଟ୍ୱେଣ୍ଟି ଖେଳାଯିବା ନେଇ ସେ ବିସିସିଆଇକୁ ପ୍ରସ୍ତାବ ଦେଇଥିଲେ। ତେବେ ଏହି ପ୍ରସ୍ତାବିତ ସିରିଜ୍ ଓ ଭେନ୍ୟୁ ନେଇ ବିସିସିଆଇ ପକ୍ଷରୁ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ କୌଣସି ପ୍ରତିଶ୍ରୁତି ଦିଆଯାଇ ନାହିଁ। ଏହା ଭାରତ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ ବୋଲି କୁହାଯାଇଥିଲା।

୨୦୦୮ ମୁମ୍ବାଇ ଆକ୍ରମଣ ପରଠାରୁ ପାକିସ୍ତାନ ସହିତ ଭାରତ ଦ୍ୱିପାକ୍ଷିକ ଟେଷ୍ଟ୍ ଖେଳି ନାହିଁ। ଆଉ ଏହା ଦୁଇ ଦେଶର କ୍ରିକେଟ୍ ସଂପର୍କକୁ ସନ୍ଦେହ ମଧ୍ୟକୁ ଠେଲି ଦେଇଛି। ୨୦୧୨ର ଦୁଇ ଦେଶ ମଧ୍ୟରେ ତିନୋଟି ଏକ ଦିବସୀୟ ଓ ଦୁଇଟି ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳା ଯାଇଥିଲା।

ପୁଣି ୨୦୦୯ରେ ପାକିସ୍ତାନରେ ଶ୍ରୀଲଙ୍କା ଖେଳାଳିଙ୍କୁ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ଜିମ୍ବାୱେ ସେଠାକୁ ଦ୍ୱିପାକ୍ଷିକ ସିରିଜ୍ ଖେଳିବାକୁ ଆସିଛି।

Related story