ଭାରତ-ଦକ୍ଷିଣ ଆଫ୍ରିକା ସିରିଜରୁ ପାକିସ୍ତାନ ଅମ୍ପାୟାରଙ୍କୁ ପ୍ରତ୍ୟାହାର କଲା ଆଇସିସି

ମୁମ୍ବାଇ: ପାକିସ୍ତାନ ସହ କ୍ରିକେଟ୍ ସମ୍ପର୍କକୁ ଶିବସେନାର ବିରୋଧ ପରେ ଚଳିତ ଭାରତ-ଦକ୍ଷିଣ ଆଫ୍ରିକା ଦିନିଆକି ସିରିଜରେ ଅମ୍ପାୟାରିଂ କରୁଥିବା ପାକିସ୍ତାନ ଅମ୍ପାୟାର ଆଲିମ ଦରଙ୍କୁ ଆଇସିସି ପ୍ରତ୍ୟାହାର କରିନେଇଛି। ଅନ୍ୟପକ୍ଷେ କ୍ରିକେଟ ଭାଷ୍ୟକାର ୱାସିମ ଆକ୍ରମ ଏବଂ ସୋଏବ ଅଖତାର ମଧ୍ୟ ପରବର୍ତ୍ତୀ ମ୍ୟାଚରେ କମେଣ୍ଟ୍ରି କରିବାରୁ ଓହରି ଯାଇଛନ୍ତି। ପାକିସ୍ତାନ ସହ କ୍ରିକେଟ ପୁନଃ ସମ୍ପର୍କକୁ ବିରୋଧ କରି ସୋମାବର ମୁମ୍ୱାଇ ବିସିସିଆଇ କାର୍ଯ୍ୟାଳୟକୁ ଶିବସେନା କର୍ମୀମାନେ ଧସେଇ ପଶିଥିଲେ। ପାକିସ୍ତାନ ସହ ହେବାକୁ […]

aleem-dar

Rakesh Mallick
  • Published: Tuesday, 20 October 2015
  • , Updated: 20 October 2015, 08:06 AM IST

ମୁମ୍ବାଇ: ପାକିସ୍ତାନ ସହ କ୍ରିକେଟ୍ ସମ୍ପର୍କକୁ ଶିବସେନାର ବିରୋଧ ପରେ ଚଳିତ ଭାରତ-ଦକ୍ଷିଣ ଆଫ୍ରିକା ଦିନିଆକି ସିରିଜରେ ଅମ୍ପାୟାରିଂ କରୁଥିବା ପାକିସ୍ତାନ ଅମ୍ପାୟାର ଆଲିମ ଦରଙ୍କୁ ଆଇସିସି ପ୍ରତ୍ୟାହାର କରିନେଇଛି। ଅନ୍ୟପକ୍ଷେ କ୍ରିକେଟ ଭାଷ୍ୟକାର ୱାସିମ ଆକ୍ରମ ଏବଂ ସୋଏବ ଅଖତାର ମଧ୍ୟ ପରବର୍ତ୍ତୀ ମ୍ୟାଚରେ କମେଣ୍ଟ୍ରି କରିବାରୁ ଓହରି ଯାଇଛନ୍ତି। ପାକିସ୍ତାନ ସହ କ୍ରିକେଟ ପୁନଃ ସମ୍ପର୍କକୁ ବିରୋଧ କରି ସୋମାବର ମୁମ୍ୱାଇ ବିସିସିଆଇ କାର୍ଯ୍ୟାଳୟକୁ ଶିବସେନା କର୍ମୀମାନେ ଧସେଇ ପଶିଥିଲେ। ପାକିସ୍ତାନ ସହ ହେବାକୁ ଥବା କ୍ରିକେଟ ସିରିଜି ସମ୍ପର୍କୀତ ଆଲୋଚନାକୁ ସେମାନେ ବିରୋଧ କରିଥିଲେ । ଏହାସହ ପାକିସ୍ତାନ ଅମ୍ପାୟାର ଭାରତରେ ମ୍ୟାଚ୍ ପରିଚାଳନା କରୁଥିବାରୁ ଏହାର ମଧ୍ୟ ବିରୋଧ କରିଥିଲେ ଶିବସେନା କର୍ମୀ। ତୁରନ୍ତ ତାଙ୍କୁ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଆଇସିସି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଚେନ୍ନାଇରେ ହେବାକୁ ଥିବା ଚତୁର୍ଥ ଓ ମୁମ୍ୱାଇରେ ହେବାକୁ ଥିବା ପଞ୍ଚମ ମ୍ୟାଚ ପାଇଁ ଅମ୍ପାୟାରିଂ କରିବାକୁ ଥିବା ଆଲିମ୍ ଦରଙ୍କୁ ପ୍ରତ୍ୟାହାର କରି ନେଇଛି। ତେବେ ୱାସିମ୍ ଆକ୍ରମ ଓ ସୋଏବ ଅଖତର ସୁରକ୍ଷା ଦୃଷ୍ଟିରୁ ନିଜ ଆଡୁ ଓହରି ଯାଇଥିବା ସୂଚନା ଦେଇଛନ୍ତି।

Related story