ଭାରତ ହାରିଲା ରାଜକୋଟ ଦିନିକିଆ; ଦକ୍ଷିଣ ଆଫ୍ରିକା୨-୧ରେ ଆଗୁଆ

ରାଜକୋଟ: ରାଜକୋଟ ଦିନିକିଆରେ ଦକ୍ଷିଣ ଆଫ୍ରିକା ଦମଦାର ବିଜୟ ହାସଲ କରିଛି। ଭାରତକୁ ୧୮ ରନରେ ପରାସ୍ତ କରିଛି ଭ୍ରମଣକାରୀ ଦଳ। ଏହି ବିଜୟ ସହ ଗାନ୍ଧି-ମାଣ୍ଡେଲା ୫ଟିକିଆ ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ହୋଇଯାଇଛି। ଆଜି ପୁଣି ଫେଲ ମାରିଛି ଭାରତର ବ୍ୟାଟିଂ ଲାଇନ୍। ଓପନର ରୋହିତ ଶର୍ମା, ବିରାଟ କୋହଲି ଓ ଧୋନୀଙ୍କୁ ଛାଡ଼ି ଦେଲେ ବ୍ୟାଟିଂ କରିବାକୁ ଆସିଥିବା ବ୍ୟାଟ୍ସମ୍ୟାନମାନେ ଫେଲ୍ ମାରିଥିଲେ। ରୋହିତ ଶର୍ମା ୭୪ ବଲରୁ ୬୫ […]

ind-vs-SA-in-rajkot

Rakesh Mallick
  • Published: Sunday, 18 October 2015
  • , Updated: 18 October 2015, 04:42 PM IST

ରାଜକୋଟ: ରାଜକୋଟ ଦିନିକିଆରେ ଦକ୍ଷିଣ ଆଫ୍ରିକା ଦମଦାର ବିଜୟ ହାସଲ କରିଛି। ଭାରତକୁ ୧୮ ରନରେ ପରାସ୍ତ କରିଛି ଭ୍ରମଣକାରୀ ଦଳ। ଏହି ବିଜୟ ସହ ଗାନ୍ଧି-ମାଣ୍ଡେଲା ୫ଟିକିଆ ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ହୋଇଯାଇଛି।

ଆଜି ପୁଣି ଫେଲ ମାରିଛି ଭାରତର ବ୍ୟାଟିଂ ଲାଇନ୍। ଓପନର ରୋହିତ ଶର୍ମା, ବିରାଟ କୋହଲି ଓ ଧୋନୀଙ୍କୁ ଛାଡ଼ି ଦେଲେ ବ୍ୟାଟିଂ କରିବାକୁ ଆସିଥିବା ବ୍ୟାଟ୍ସମ୍ୟାନମାନେ ଫେଲ୍ ମାରିଥିଲେ। ରୋହିତ ଶର୍ମା ୭୪ ବଲରୁ ୬୫ ରନ, ବିରାଟ କୋହିଲି ୯୯ବଲରୁ ୭୭ ରନ୍ ଓ ଏମଏସ ଧୋନି ୬୧ ବଲରୁ ୪୭ ରନ୍ କରି ଦଳକୁ ବିଜୟ ଆଡକୁ ନେଇଥିଲେ। ଏହି ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ମିଡିଲ ଅଡର ବ୍ୟାଟ୍ସମ୍ୟାନମାନେ ଖେଳି ପାରି ନଥିଲେ। ଓପନର ଶିଖର ଧାୱନ ଆଜି ପୁଣି ଫେଲ୍ ମାରିଥିଲେ। ସେ ୨୯ଟି ବଲ୍ ଖେଳି ମାତ୍ର ୧୩ ରନ୍ ସଂଗ୍ରହ କରିଥିଲେ। ମିଡିଲରେ ଆସିଥିବା ସୁରେଶ ରାଇନା ୨ଟି ବଲ ଖେଳି ଖାତା ଖୋଲି ନ ପାରି ପ୍ୟାଭିଲିୟନକୁ ଫେରିଥିବା ବେଳେ ଗତ ମ୍ୟାଚରେ ତ୍ରାଣକର୍ତ୍ତା ସାଜିଥିବା ଆଜିଙ୍କ୍ୟ ରାହାଣେ ମାତ୍ର ୪ ରନ କରି ଆଉଟ ହୋଇଯାଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କେଲ ୪ଟି, ଡୁମିନି ଓ ତାହିର ଗୋଟିଏ ଲେଖାଏଁ ୱିକେଟ ନେଇ ଭାରତର ବ୍ୟାଟିଂ ଲାଇନକୁ ଧ୍ୱଂସ କରିଦେଇଥିଲେ।

ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ଓଭରରେ ୭ ୱିକେଟ୍ ହରାଇ ଭାରତ ଆଗରେ ୨୭୧ରନ୍ ଟାର୍ଗେଟ ରଖିଥିଲା। ଦଳପକ୍ଷରୁ ଓପନର୍ ଡି କକ୍ ୧୦୩ (୧୧୮), ଡୁ ପ୍ଲିସିସ୍ ୬୦(୬୩) ଓ ଡେଭିଡ୍ ମିଲର ୩୩(୪୧), ବେହେରାଦିନ୍ ୩୩(୩୬) ରନ୍  କରି ଅପରାଜିତ ରହିଥିଲେ। ଏହି ଶତକ ସହ ଭାରତ ବିରୋଧରେ ଏହା ହେଉଛି ଡି’ କକଙ୍କ ଚତୁର୍ଥ ଶତକ। ଭାରତ ପକ୍ଷରୁ ମୋହିତ ଶର୍ମା ୨ଟି ୱିକେଟ ନେଇଥିବା ବେଳେ ହରଭଜନ ସିଂ, ଅମିତ ମିଶ୍ର ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

Related story