ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ୱେଣ୍ଟି: ଅନୁବନ୍ଧିତ ଓସିଏ କ୍ଲବ୍ ଓ ବିସିସିଆଇ ୟୁନିଟଙ୍କୁ ଟିକେଟ୍ ବିକ୍ରି ଆରମ୍ଭ

କଟକ: ବାରବାଟୀ ଟି-ଟ୍ୱେଣ୍ଟି ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଓସିଏ ଓ ବିସିସିଆଇ ଅନୁବନ୍ଧିତ କ୍ଲବ୍ ଏବଂ ୟୁନିଟମାନଙ୍କୁ ମଙ୍ଗଳବାର ଟିକେଟ୍ ବିକ୍ରି କରାଯାଉଛି। ଏମାନଙ୍କ ପାଇଁ ମୋଟ୍ ୧୩ ହଜାର ୫୦ଟି ଟିକେଟ୍ ରହିଛି। ବାରବାଟୀ କନଫରେନ୍ସ ହଲରେ ଟିକେଟ୍ ବିକ୍ରି କରାଯାଉଛି। ଅକ୍ଟୋବର ୧ ଓ ୩ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ ବାରବାଟୀର ୩ଟି କାଉଣ୍ଟରରେ ଟିକେଟ ବିକ୍ରି କରାଯିବ। ସେପଟେ ଅନଲାଇନରେ ଟିକେଟ ବୁକିଂ ପାଇଁ ଆଜି ଶେଷ ଦିନ। ସୂଚନାଯୋଗ୍ୟ, […]

ind-Sa-tecket

Rakesh Mallick
  • Published: Tuesday, 29 September 2015
  • , Updated: 29 September 2015, 12:09 PM IST

କଟକ: ବାରବାଟୀ ଟି-ଟ୍ୱେଣ୍ଟି ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ଓସିଏ ଓ ବିସିସିଆଇ ଅନୁବନ୍ଧିତ କ୍ଲବ୍ ଏବଂ ୟୁନିଟମାନଙ୍କୁ ମଙ୍ଗଳବାର ଟିକେଟ୍ ବିକ୍ରି କରାଯାଉଛି। ଏମାନଙ୍କ ପାଇଁ ମୋଟ୍ ୧୩ ହଜାର ୫୦ଟି ଟିକେଟ୍ ରହିଛି। ବାରବାଟୀ କନଫରେନ୍ସ ହଲରେ ଟିକେଟ୍ ବିକ୍ରି କରାଯାଉଛି। ଅକ୍ଟୋବର ୧ ଓ ୩ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ ବାରବାଟୀର ୩ଟି କାଉଣ୍ଟରରେ ଟିକେଟ ବିକ୍ରି କରାଯିବ। ସେପଟେ ଅନଲାଇନରେ ଟିକେଟ ବୁକିଂ ପାଇଁ ଆଜି ଶେଷ ଦିନ।

ସୂଚନାଯୋଗ୍ୟ, ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ଧର୍ମଶାଳାରେ ହେବାକୁ ଥିବାବେଳେ ଦ୍ୱିତୀୟ ଟି-୨୦ ମ୍ୟାଚ କଟକରେ ଖେଳାଯିବ।ସେହିପରି ତୃତୀୟ ଟି-୨୦ ମ୍ୟାଚ କୋଲକତାରେ ଖେଳାଯିବ। ଏଥିପାଇଁ ଉଭୟ ଦଳ ପ୍ରସ୍ତୁତ।

Related story