ଭାରତ-ପାକ୍ କ୍ରିକେଟ୍ ମ୍ୟାଚକୁ ଶିବସେନାର ବିରୋଧ: ମୁମ୍ବାଇରୁ ଦିଲ୍ଲୀକୁ ବିସିସିଆଇ-ପିସିବି ବୈଠକ ସ୍ଥାନାନ୍ତର

ମୁମ୍ୱାଇ: ପାକିସ୍ତାନ ସହିତ କ୍ରିକେଟ୍ ସମ୍ପର୍କକୁ ବିରୋଧ କରି ଶିବସେନା କର୍ମୀମାନେ ବିସିସିଆଇ କାର୍ଯ୍ୟାଳୟରେ ଆଜି ଧସେଇ ପସିଥିଲେ। ଏହାକୁ ନେଇ ମୁମ୍ୱାଇରେ ବିସିସିଆଇ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ହେବାକୁ ଥିବା ବୈଠକକୁ ବାତିଲ କରି ଦିଆଯାଇଥିଲା। ଏହି ବୈଠକ ଆସନ୍ତାକାଲି ଦିଲ୍ଲୀରେ ହେବ ବୋଲି ଜଣାପଡିଛି । ପାକିସ୍ତାନ ସହ ପୁଣି ଥରେ କ୍ରିକେଟ୍ ସମ୍ପର୍କ ସ୍ଥାପନ ନେଇ ହେବାକୁ ଥିବା ଆଲୋଚନାକୁ ଶିବସେନା ବିରୋଧ କରି ଆସୁଛି।  ଆସନ୍ତା ଡିସେମ୍ୱରରେ  ଭାରତ-ପାକିସ୍ତାନ ମଧ୍ୟରେ […]

bcci

Rakesh Mallick
  • Published: Monday, 19 October 2015
  • , Updated: 19 October 2015, 11:20 AM IST

ମୁମ୍ୱାଇ: ପାକିସ୍ତାନ ସହିତ କ୍ରିକେଟ୍ ସମ୍ପର୍କକୁ ବିରୋଧ କରି ଶିବସେନା କର୍ମୀମାନେ ବିସିସିଆଇ କାର୍ଯ୍ୟାଳୟରେ ଆଜି ଧସେଇ ପସିଥିଲେ। ଏହାକୁ ନେଇ ମୁମ୍ୱାଇରେ ବିସିସିଆଇ ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ ହେବାକୁ ଥିବା ବୈଠକକୁ ବାତିଲ କରି ଦିଆଯାଇଥିଲା। ଏହି ବୈଠକ ଆସନ୍ତାକାଲି ଦିଲ୍ଲୀରେ ହେବ ବୋଲି ଜଣାପଡିଛି । ପାକିସ୍ତାନ ସହ ପୁଣି ଥରେ କ୍ରିକେଟ୍ ସମ୍ପର୍କ ସ୍ଥାପନ ନେଇ ହେବାକୁ ଥିବା ଆଲୋଚନାକୁ ଶିବସେନା ବିରୋଧ କରି ଆସୁଛି।

 ଆସନ୍ତା ଡିସେମ୍ୱରରେ  ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ଖେଳାଯିବାର ପ୍ରସ୍ତାବ ରହିଛି। ଏ ସମ୍ପର୍କରେ ଆଲୋଚନା ପାଇଁ  ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ଶହରାୟର ଖାନ୍ ଆଜି ବିସିସିଆଇ ସଭାପତି ମନୋହରଙ୍କୁ ଭେଟିବାର ଥିଲା। ବିସିସିଆଇ ସଭାପତି ଶଶାଙ୍କ ମନୋହର ସକାଳେ ବୈଠକରେ ଯୋଗଦେବାକୁ ମୁଖ୍ୟ କାର୍ଯ୍ୟାଳୟକୁ ଆସିବା ପରେ ଶିବସେନାର ପ୍ରାୟ ୫୦ଜଣ କର୍ମୀ  ହଠାତ୍ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ। ସେମାନେ ପାକିସ୍ତାନ ବିରୋଧୀ ସ୍ଲୋଗାନ୍ ଦେବା ସହ କଳାପତାକା ପ୍ରଦର୍ଶନ କରିଥିଲେ। ଏପରି କି ଶିବସେନା କର୍ମୀମାନେ ବିସିସିଆଇ ସଭାପତି ଶଶାଙ୍କ ମନୋହରଙ୍କୁ ମଧ୍ୟ ଘେରି ଯାଇ ପାକିସ୍ତାନ ସହ ଦ୍ୱିପାକ୍ଷିତ ସିରିଜକୁ ବାତିଲ କରିବାକୁ ଦାବି କରିଥିଲେ।

Related story