କଲମ୍ୱୋ: କଲମ୍ୱୋରେ ଖେଳାଯାଉଥିବା ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟର ଆଜି ତୃତୀୟ ଦିନ। ୩ ୱିକେଟରେ ୧୪୦ ରନରୁ ଆଜି ଖେଳ ଆରମ୍ଭ କରିବ ଘରୋଇ ଦଳ। ଗତକାଲି ପ୍ରଥମ ଇନିଂସ ଖେଳ ଆରମ୍ଭ କରି ଶ୍ରୀଲଙ୍କା ମାତ୍ର ୧ ରନରେ ପ୍ରଥମ ୱିକେଟ ହରାଇଥିଲା। ପରେ ସ୍ଥିତି ସମ୍ଭାଳିଥିଲା ଦଳ। ପୂର୍ବରୁ ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ ୬ ୱିକେଟରେ ୩୧୯ ରନରୁ ଖେଳ ଆରମ୍ଭ କରି ଆଉ ମାତ୍ର ୭୪ ରନ୍ ଯୋଡି ପାରିଥିଲା। ପ୍ରଥମ ଇନିଂସରେ ୩୯୩ ରନରେ ଅଲ୍ଆଉଟ୍ ହୋଇଥିଲା ଟିମ ଇଣ୍ଡିଆ। ଭାରତ ପକ୍ଷରୁ ଯୁବ କ୍ରିକେଟର ଲୋକେଶ ରାହୁଲଙ୍କ ଶତକ ହାସଲ କରିଥିଲେ।