ଭାରତୀୟ ସିନିୟର୍ ମହିଳା ଫୁଟବଲ୍ ଦଳର ଚୟନକର୍ତ୍ତା ହେଲେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ

ଭୁବନେଶ୍ୱର: ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଭାରତୀୟ ସିନିୟର୍ ମହିଳା ଫୁଟବଲ୍ ଦଳର ଚୟନକର୍ତ୍ତା ହୋଇଛନ୍ତି। ଆସନ୍ତା ୨୧ରୁ ୫ଟି ଜୋନରେ ହେବାକୁ ଥିବା ଜାତୀୟ ମହିଳା ଫୁଟବଲ୍ ଚାମ୍ପିୟନସିପ୍ ପାଇଁ ସେ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲାଇବେ। ଶ୍ରଦ୍ଧାଞ୍ଜଳି ୟୁପି, ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଚଣ୍ଡିଗଡ଼, ଉତ୍ତରାଖଣ୍ଡ ଓ ପଞ୍ଜାବ ଆଦି ରାଜ୍ୟକୁ ଯାଇ ଭାରତୀୟ ଦଳ ପାଇଁ ଟ୍ୟାଲେଣ୍ଟହଣ୍ଟ କରିବେ। ଏଥିସହ ଜାନୁୟାରୀ ୨ରୁ ୧୫ତାରିଖ ପର୍ଯ୍ୟନ୍ତ ଜବଲପୁରରେ ହେବାକୁ ଥିବା କ୍ୱାର୍ଟର ଫାଇନାଲରୁ […]

sardha

Rakesh Mallick
  • Published: Thursday, 17 December 2015
  • , Updated: 17 December 2015, 03:17 AM IST

ଭୁବନେଶ୍ୱର: ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଭାରତୀୟ ସିନିୟର୍ ମହିଳା ଫୁଟବଲ୍ ଦଳର ଚୟନକର୍ତ୍ତା ହୋଇଛନ୍ତି। ଆସନ୍ତା ୨୧ରୁ ୫ଟି ଜୋନରେ ହେବାକୁ ଥିବା ଜାତୀୟ ମହିଳା ଫୁଟବଲ୍ ଚାମ୍ପିୟନସିପ୍ ପାଇଁ ସେ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲାଇବେ। ଶ୍ରଦ୍ଧାଞ୍ଜଳି ୟୁପି, ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଚଣ୍ଡିଗଡ଼, ଉତ୍ତରାଖଣ୍ଡ ଓ ପଞ୍ଜାବ ଆଦି ରାଜ୍ୟକୁ ଯାଇ ଭାରତୀୟ ଦଳ ପାଇଁ ଟ୍ୟାଲେଣ୍ଟହଣ୍ଟ କରିବେ।

ଏଥିସହ ଜାନୁୟାରୀ ୨ରୁ ୧୫ତାରିଖ ପର୍ଯ୍ୟନ୍ତ ଜବଲପୁରରେ ହେବାକୁ ଥିବା କ୍ୱାର୍ଟର ଫାଇନାଲରୁ ଫାଇନାଲ୍ ମ୍ୟାଚ୍ ପର୍ଯ୍ୟନ୍ତ ରହି ଖେଳାଳୀ ଚୟନ ଲାଗି ପିଲାଙ୍କ ଖେଳ ଉପରେ ନଜର ରଖିବେ। ପୂର୍ବରୁ ଶ୍ରଦ୍ଧାଞ୍ଜଳି ଜୁନିୟର ଓ ସବଜୁନିୟର ଜାତୀୟ ଦଳର ଚୟନକର୍ତ୍ତା ରହିସାରିଛନ୍ତି।

Related story