ସୋସିଆଲ ମିଡିଆରେ ଭୁବନେଶ୍ୱର କୁମାରଙ୍କ ବେଟର୍ ହାଫଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ବୋଲର ଭୁବନେଶ୍ୱର କୁମାର ସବୁ କଳ୍ପନା ଜଳ୍ପନାର ଅନ୍ତ କରି ତାଙ୍କ ପ୍ରଶଂସକଙ୍କୁ ନିଜର ଗାର୍ଲଫ୍ରେଣ୍ଡ ବିଷୟରେ ଜଣାଇଛନ୍ତି। ନିଜ ଗାର୍ଲଫ୍ରେଣ୍ଡ ସହ ସମୟ କାଟୁଥିବା ସମୟରେ ଏକ ଫଟୋକୁ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭୁବି ଡେଟିଂ କରୁଥିବା ଏହି ସୁନ୍ଦରୀ ଯୁବତୀଙ୍କ ନାଁ ନୁପୁର ନାଗର ବୋଲି ଜଣାପଡିଛି। ସୋସିଆଲ ମିଡିଆରେ ଏହି ଫଟୋ ପୋଷ୍ଟ ହେବାପରେ ପ୍ରଶଂସକଙ୍କ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ପ୍ରଶଂସକ ଏହି […]

bhubaneswar-kumar

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 11:21 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ ବୋଲର ଭୁବନେଶ୍ୱର କୁମାର ସବୁ କଳ୍ପନା ଜଳ୍ପନାର ଅନ୍ତ କରି ତାଙ୍କ ପ୍ରଶଂସକଙ୍କୁ ନିଜର ଗାର୍ଲଫ୍ରେଣ୍ଡ ବିଷୟରେ ଜଣାଇଛନ୍ତି। ନିଜ ଗାର୍ଲଫ୍ରେଣ୍ଡ ସହ ସମୟ କାଟୁଥିବା ସମୟରେ ଏକ ଫଟୋକୁ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭୁବି ଡେଟିଂ କରୁଥିବା ଏହି ସୁନ୍ଦରୀ ଯୁବତୀଙ୍କ ନାଁ ନୁପୁର ନାଗର ବୋଲି ଜଣାପଡିଛି। ସୋସିଆଲ ମିଡିଆରେ ଏହି ଫଟୋ ପୋଷ୍ଟ ହେବାପରେ ପ୍ରଶଂସକଙ୍କ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ପ୍ରଶଂସକ ଏହି ଯୋଡିଙ୍କୁ ଶୁଭକାମନା ଦେଇଛନ୍ତି। ଭୁବି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ସମୟରେ କ୍ୟାପ୍ସନରେ ଲେଖିଥିଲେ, ଏହି ଫଟୋରେ ଦେଖାଯ଼ାଉଥିବା ଯୁବତୀ ମୋର ବେଟର୍ ହାପ୍।ଏହାପରେ ଚର୍ଚ୍ଚାଘେରକୁ ଆସିଯ଼ାଇଛନ୍ତି ଭୁବି।କିଛିଦିନ ପୂର୍ବେ ଭୁବି ଜଣେ ଝିଅ ସହ ଡିନର୍ ଡେଟ୍ ଯ଼ାଇଥିବା କଥା ଜଣାପଡିଥାଲା, ଯାହାକୁ ଭୁବି ଖଣ୍ଡନ କରିଥିଲେ।

Related story