ଭୁବନେଶ୍ୱରରେ ହେବ ହକି ବିଶ୍ୱକପ୍‌

ଭୁବନେଶ୍ୱର: ଚଳିତବର୍ଷ ଡିସେମ୍ୱର ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ହକି ବିଶ୍ୱକପ୍‌। ଏଥିରେ ୮ଟି ଦେଶ ଯୋଗଦେବେ। ଏନେଇ ଆଜି ବିଧିବଦ୍ଧଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶ୍ୱ ହକି ଲିଗ ପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୧୮ ନଭେମ୍ୱର ୨୮ରୁ ଡିସେମ୍ୱର ୧୬ ଯାଏ ହକି ବିଶ୍ୱକପ୍‌ ଆୟୋଜନ ହେବ। ଏଥିପାଇଁ ୭୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଖେଳାଳିମାନଙ୍କୁ ଆନ୍ତର୍ଜାତିୟ ମାନର ସୁବିଧା ସୁଯୋଗ ଯୋଗାଇ […]

hocky-world-cup

Rakesh Mallick
  • Published: Monday, 27 March 2017
  • , Updated: 27 March 2017, 10:57 PM IST

ଭୁବନେଶ୍ୱର: ଚଳିତବର୍ଷ ଡିସେମ୍ୱର ପହିଲାରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବ ହକି ବିଶ୍ୱକପ୍‌। ଏଥିରେ ୮ଟି ଦେଶ ଯୋଗଦେବେ। ଏନେଇ ଆଜି ବିଧିବଦ୍ଧଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶ୍ୱ ହକି ଲିଗ ପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ।

୨୦୧୮ ନଭେମ୍ୱର ୨୮ରୁ ଡିସେମ୍ୱର ୧୬ ଯାଏ ହକି ବିଶ୍ୱକପ୍‌ ଆୟୋଜନ ହେବ। ଏଥିପାଇଁ ୭୫ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଖେଳାଳିମାନଙ୍କୁ ଆନ୍ତର୍ଜାତିୟ ମାନର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଆୟୋଜିତ ବୈଠକରେ କ୍ରୀଡ଼ାମନ୍ତ୍ରୀ ସୁଦାମ ମାରାଣ୍ଡି, ଏଫ୍‌ଆଇଏଚ୍‌ ସଭାପତି ନରିନ୍ଦର ବାତ୍ରା, ହକି ଇଣ୍ଡିଆ ସିଇଓ ଏଲିନା ନରମାନ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ।

Related story