ଭୁବନେଶ୍ୱରରେ ଆୟୋଜିତ ହେବ ହାଫ୍ ମାରାଥନ୍

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ହାଫ୍ ମାରାଥନ୍। ଏନେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟିଲ୍ ମଧ୍ୟରେ ୩ବର୍ଷ ଲାଗି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ଏଥିରେ ଦେଶର ୫ହଜାରରୁ ଅଧିକ ଆଥଲେଟ୍ ଭାଗ ନେବେ। ଆସନ୍ତା ବର୍ଷ ଜାନୁଆରୀ ୧୦ରେ କଳିଙ୍ଗ ଷ୍ଟାଡିୟମରୁ ମାରାଥନ ବାହାରିବ। ଏନେଇ ଅନ୍ଲାଇନରେ ଆଜିଠାରୁ ଜାନୁଆରୀ ୬ଯାଏଁ ପଂଜୀକରଣ ହେବ। ସେହିପରି ଡିସେମ୍ୱର ୨୬ରୁ କଳିଙ୍ଗ ଷ୍ଟାଡିୟମରେ ଅଫ୍ ଲାଇନ୍ ପଂଜୀକରଣ ହେବ। […]

half-marathone

Rakesh Mallick
  • Published: Wednesday, 02 December 2015
  • , Updated: 02 December 2015, 01:44 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ହାଫ୍ ମାରାଥନ୍। ଏନେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟିଲ୍ ମଧ୍ୟରେ ୩ବର୍ଷ ଲାଗି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ଏଥିରେ ଦେଶର ୫ହଜାରରୁ ଅଧିକ ଆଥଲେଟ୍ ଭାଗ ନେବେ। ଆସନ୍ତା ବର୍ଷ ଜାନୁଆରୀ ୧୦ରେ କଳିଙ୍ଗ ଷ୍ଟାଡିୟମରୁ ମାରାଥନ ବାହାରିବ। ଏନେଇ ଅନ୍ଲାଇନରେ ଆଜିଠାରୁ ଜାନୁଆରୀ ୬ଯାଏଁ ପଂଜୀକରଣ ହେବ। ସେହିପରି ଡିସେମ୍ୱର ୨୬ରୁ କଳିଙ୍ଗ ଷ୍ଟାଡିୟମରେ ଅଫ୍ ଲାଇନ୍ ପଂଜୀକରଣ ହେବ। ଅନଲାଇନ୍ ଆବେଦନ ଲାଗି ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଟିଏସବିବିଏସ୍ଆରରନ୍ ଡଟ୍ କମ୍ ୱେବସାଇଟକୁ ଲୋକାର୍ପିତ କରାଯାଇଛି।

Related story