ଜାହିରଙ୍କ ରିସେପ୍ସନ ପାର୍ଟିରେ କୋହଲିଙ୍କ କମାଲ: କେବଳ କ୍ରିକେଟ୍ ନୁହେଁ ଏଥିରେ ବି ସେ ମାହିର୍
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ କ୍ରିକେଟର ଜାହିର ଖାନ ଓ ଅଭିନେତ୍ରୀ ସାଗରିକା ଘଟଗେଙ୍କ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟିରେ ଅନେକ ଜଣାଶୁଣା ଅତିଥି ପହଞ୍ଚିଥିଲେ। କ୍ରିକେଟରଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି, ଆଥଲେଟ୍ ଓ ଅନେକ ପସିଦ୍ଧ ଲୋକ ଏହି ପାର୍ଟିରେ ପହଞ୍ଚିଥିଲେ। ମୁମ୍ବାଇର ତାଜ ପ୍ୟାଲେସରେ ଏହି ରିସେପ୍ସନ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ତାଙ୍କ ଗାର୍ଲଫ୍ରେଣ୍ଡ ଅନୁଷ୍କା ଶର୍ମା। ଏହି ପାର୍ଟିରେ ଏହି ଦୁହିଁକୁ ଏକାଠି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା। ଏହାସହ ଟେନିସ ସୁନ୍ଦରୀ ସାନିଆ ମିର୍ଜା, ସୁରେଶ ରାଇନା, ଆଶିଷ ନେହେରାଙ୍କ ସହ ଅନେକ ବଲିଉଡ କଳାକାର ସାମିଲ ହୋଇଥିଲେ। ନାଗପୁର ଟେଷ୍ଟରେ ବିଜୟ ପରେ ବିରାଟ ଜାହିର ଖାନଙ୍କ ରିସେପ୍ସନ ପାର୍ଟିରେ ପହଞ୍ଚିଥିଲେ। ଏହି ମ୍ୟାଚ୍ରେ ସେ ମ୍ୟାନ୍ ଅଫ ଦି ମ୍ୟାଚ୍ ମଧ୍ୟ ହୋଇଥିଲେ।
https://www.youtube.com/watch?v=wt4E0UjUW0o&feature=youtu.be&t=25
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।