ରିସେପ୍‌ସନ୍‌ ପାର୍ଟିରେ ବିରାଟ ଓ ଅନୁଷ୍କାଙ୍କୁ ମିଳିଲା ନୂଆ ନାଁ: ଯୁବରାଜ କଲେ ଖୁଲାସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ମଙ୍ଗଳବାର ୨୬ ଡିସେମ୍ବରକୁ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍‌ସନ୍‌ ପାର୍ଟି ଦେଇଛନ୍ତି। ଏହା ପୂର୍ବରୁ ବିରୁଷ୍କା ୨୧ ତାରିଖରେ ମଧ୍ୟ ଦିଲ୍ଲୀରେ ପ୍ରଥମ ରିସେପସନ୍‌ ପାର୍ଟି ଦେଇଥିଲେ। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଆକର୍ଷଣ ସାଜିଥିଲେ। ମୁମ୍ବାଇର ଏକ ତାରକା ହୋଟେଲରେ ଦ୍ୱିତୀୟ ରିସେପସନ୍‌ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ବଲିଉଡ୍ ଠାରୁ ଆରମ୍ଭ କରି ଖେଳ ଜଗତର ଅନେକ ହସ୍ତୀ […]

555_1514362474_618x347

Rakesh Mallick
  • Published: Wednesday, 27 December 2017
  • , Updated: 28 December 2017, 12:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ମଙ୍ଗଳବାର ୨୬ ଡିସେମ୍ବରକୁ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍‌ସନ୍‌ ପାର୍ଟି ଦେଇଛନ୍ତି। ଏହା ପୂର୍ବରୁ ବିରୁଷ୍କା ୨୧ ତାରିଖରେ ମଧ୍ୟ ଦିଲ୍ଲୀରେ ପ୍ରଥମ ରିସେପସନ୍‌ ପାର୍ଟି ଦେଇଥିଲେ। ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଆକର୍ଷଣ ସାଜିଥିଲେ।

ମୁମ୍ବାଇର ଏକ ତାରକା ହୋଟେଲରେ ଦ୍ୱିତୀୟ ରିସେପସନ୍‌ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ବଲିଉଡ୍ ଠାରୁ ଆରମ୍ଭ କରି ଖେଳ ଜଗତର ଅନେକ ହସ୍ତୀ ସାମିଲ ହୋଇଥିଲେ। କେବଳ ଏତିକି ନୁହେଁ  ଜଣାଶୁଣା ବ୍ୟବସାୟୀ ନେତା ମନ୍ତ୍ରୀଙ୍କୁ ବି ଦେଖିବାକୁ ମିଳିଥିଲା ଏହି ପାର୍ଟିରେ। ଏହି ଅବସରରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ଏହି ପାର୍ଟିରେ ସାମିଲ ହୋଇଥିଲେ। ଏହି ରିସେପସନ୍‌ ପାର୍ଟିରେ ଯୁବି ବିରୁଷ୍କାଙ୍କୁ ଶୁଭେଚ୍ଛା ଦେବା ସହ ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ।

ଯୁବି ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ବିରୁଷ୍କାଙ୍କ ସହ ଉଠାଇଥିବା ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଯୁବ ବିରାଟ କୋହଲିଙ୍କୁ ‘ଚିକୁ’ ଓ ଅନୁଷ୍କା ଶର୍ମାଙ୍କୁ ‘ରୋଜି ଭାବି’ ସମ୍ଭୋଧନ କରି ତାଙ୍କ ବିବାହ ଜୀବନ ସୁଖମୟ ହେଉ ବୋଲି ବଧାଇ ଦେଇଛନ୍ତି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଡିସେମ୍ବର ୨୧ରେ ଦିଲ୍ଲୀର ତାଜ ହୋଟଲରେ ବିରାଟ-ଅନୁଷ୍କା ପ୍ରଥମ ରିସେପସନ୍‌ ପାର୍ଟି ଦେଇଥିଲେ। ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରେ ରହିବା ପରେ ବିରାଟ ଓ ଅନୁଷ୍କା ଗତ ୧୧ ତାରିଖରେ ବିବାହ କରିଥିଲେ। ଇଟାଲୀର ମିଲାନରେ ଉଭୟଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିଲା। ପରେ ଏହି ସେଲିବ୍ରିଟି ଯୋଡ଼ି କିଛିଦିନ ପାଇଁ ହନିମୁନ ଟ୍ରିପରେ ଯାଇ ଭାରତ ଫେରିଥିଲେ।

https://youtu.be/qdywyua1qqg?t=22

Related story