ବୋର୍ଡ ସଭାପତି ଏକାଦଶ- ଦକ୍ଷିଣ ଆଫ୍ରିକା ଅଭ୍ୟାସ ମ୍ୟାଚ୍: ପ୍ରଥମ ଦିନର ଖେଳ ବାତିଲ୍

ବିଜୟନଗର: ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ଟିମ୍ ମଧ୍ୟରେ ତିନିଦିନିଆ ଅଭ୍ୟାସ ମ୍ୟାଚର ପ୍ରଥମ ଦିବସର ଖେଳ ବର୍ଷା ଯୋଗୁ ଧୋଇହୋଇ ଯାଇଛି। ପିଭିଜି ରାଜୁ ଏସିଏ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଖେଳାଯିବାକୁଥିବା ମ୍ୟାଚର ପ୍ରଥମ ଦିବସର ମଧ୍ୟାହ୍ନ ଭୋଜନ ପରେ ଖେଳକୁ ବାତିଲ କରିଦିଆଯାଇଥିଲା। ଏପରିକି ମ୍ୟାଚରେ ଟସ୍ ମଧ୍ୟ ପଡ଼ିପାରିନଥିଲା। ସକାଳ ୯.୩୦ ସମୟରେ ମ୍ୟାଚର ଟସ୍ ପଡ଼ିବାକୁ ଥିଲା, କିନ୍ତୁ ବର୍ଷା ଯୋଗୁ ଏଥିରେ ବିଳମ୍ବ ହୋଇଥିଲା। ଏହା ପରେ ବର୍ଷା […]

warmup

Ranjit Kumar Jena
  • Published: Thursday, 26 September 2019
  • , Updated: 26 September 2019, 06:20 PM IST

ବିଜୟନଗର: ବୋର୍ଡ ସଭାପତି ଏକାଦଶ ଓ ଦକ୍ଷିଣ ଆଫ୍ରିକା ଟିମ୍ ମଧ୍ୟରେ ତିନିଦିନିଆ ଅଭ୍ୟାସ ମ୍ୟାଚର ପ୍ରଥମ ଦିବସର ଖେଳ ବର୍ଷା ଯୋଗୁ ଧୋଇହୋଇ ଯାଇଛି। ପିଭିଜି ରାଜୁ ଏସିଏ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଖେଳାଯିବାକୁଥିବା ମ୍ୟାଚର ପ୍ରଥମ ଦିବସର ମଧ୍ୟାହ୍ନ ଭୋଜନ ପରେ ଖେଳକୁ ବାତିଲ କରିଦିଆଯାଇଥିଲା। ଏପରିକି ମ୍ୟାଚରେ ଟସ୍ ମଧ୍ୟ ପଡ଼ିପାରିନଥିଲା।

ସକାଳ ୯.୩୦ ସମୟରେ ମ୍ୟାଚର ଟସ୍ ପଡ଼ିବାକୁ ଥିଲା, କିନ୍ତୁ ବର୍ଷା ଯୋଗୁ ଏଥିରେ ବିଳମ୍ବ ହୋଇଥିଲା। ଏହା ପରେ ବର୍ଷା ଲାଗି ରହିବାରୁ ଅପରାହ୍ଣ ୧ଟା ବେଳେ ଖେଳ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏପରିକି ଆସନ୍ତାକାଲି ମଧ୍ୟ ଏଠାରେ ବର୍ଷାର ଆଶଙ୍କା ରହିଛି। ଅକ୍ଟୋବର ୨ ତାରିଖରୁ ବିଶାଖାପାଟଣାରେ ଆରମ୍ଭ ହେବାକୁଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମ୍ ପାଇଁ ଏହା ଏକମାତ୍ର ଅଭ୍ୟାସ ମ୍ୟାଚ୍।

ଭ୍ରମଣକାରୀ ଦଳ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ରୋହିତ୍ ଶର୍ମାଙ୍କ ପାଇଁ ଏହି ଅଭ୍ୟାସ ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ସେ ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ଓପନ୍ କରିବେ। ରୋହିତଙ୍କ ବ୍ୟତୀତ ଉମେଶ ଯାଦବ ଓ ମୟଙ୍କ ଅଗ୍ରୱାଲଙ୍କ ମଧ୍ୟ ଅଭ୍ୟାସ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ। ଉଭୟ ଉମେଶ ଓ ମୟଙ୍କ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

Related story