ମ୍ୟୁଜିକ୍‌ର ତାଳେତାଳେ ମଞ୍ଚରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ କଲେ ଯୁବକ ଓ ଯୁବତୀ

ସମ୍ବଲପୁର(ସଞ୍ଜୟ ଜେନା): ମ୍ୟୁଜିକ୍‌ର ତାଳେ ତାଳେ ମଞ୍ଚରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ କରୁଛନ୍ତି ଯୁବକ ଓ ଯୁବତୀମାନେ। ଆଉ ଦେଖାଇଥିଲେ ଗୋଟେ ପରେ ଗୋଟେ ଜବଦସ୍ତ ପୋଜ୍‌। ବଡ଼ି ବିଲ୍‌ଡରମାନଙ୍କ ସୁନ୍ଦର ଶରୀର ସାଙ୍ଗକୁ ଆକର୍ଷଣୀୟ ମାଂସପେସୀ ପ୍ରଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏପରି ଚିତାକର୍ଷକ ବଡିବିଲ୍‌ଡିଂ ପ୍ରତିଯୋଗିତା ସମ୍ୱଲପୁର ସହର ଉପକଣ୍ଠ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ହୋଇଥିଲା। ରବିବାର ସଂଧ୍ୟାରେ ସମ୍ୱଲପୁରରେ ଆୟୋଜିତ ହୋଇଥିଲା ରାଜ୍ୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା। ସମ୍ବଲପୁର ଜିଲ୍ଲା ବଡି […]

Sambalpur

Manoranjan Sial
  • Published: Monday, 14 March 2022
  • , Updated: 14 March 2022, 09:44 PM IST

ସମ୍ବଲପୁର(ସଞ୍ଜୟ ଜେନା): ମ୍ୟୁଜିକ୍‌ର ତାଳେ ତାଳେ ମଞ୍ଚରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ କରୁଛନ୍ତି ଯୁବକ ଓ ଯୁବତୀମାନେ। ଆଉ ଦେଖାଇଥିଲେ ଗୋଟେ ପରେ ଗୋଟେ ଜବଦସ୍ତ ପୋଜ୍‌। ବଡ଼ି ବିଲ୍‌ଡରମାନଙ୍କ ସୁନ୍ଦର ଶରୀର ସାଙ୍ଗକୁ ଆକର୍ଷଣୀୟ ମାଂସପେସୀ ପ୍ରଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏପରି ଚିତାକର୍ଷକ ବଡିବିଲ୍‌ଡିଂ ପ୍ରତିଯୋଗିତା ସମ୍ୱଲପୁର ସହର ଉପକଣ୍ଠ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ହୋଇଥିଲା।

ରବିବାର ସଂଧ୍ୟାରେ ସମ୍ୱଲପୁରରେ ଆୟୋଜିତ ହୋଇଥିଲା ରାଜ୍ୟ ସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା। ସମ୍ବଲପୁର ଜିଲ୍ଲା ବଡି ବିଲ୍‌ଡର ଓ ଫିଟ୍‌ନେସ୍‌ ସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୨୫୦ରୁ ଅଧିକ ପୁରୁଷ ଓ ମହିଳା ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତା ବିଭିନ୍ନ ପର୍ଯ୍ୟାୟ ଦେଇ ଆଗକୁ ବଢିଥିଲା।

ପ୍ରତି ପର୍ଯ୍ୟାୟରେ ଏଲିମିନେସନ୍‌ ହୋଇଥିଲା। ଚୂଡାନ୍ତ ପର୍ଯ୍ୟାୟକୁ ଉନ୍ନିତ ହୋଇଥିଲେ ପ୍ରତିଯୋଗୀ। ଯୁବକମାନଙ୍କ ପରେ ଯୁବତୀମାନେ ପ୍ରତିଯୋଗିତାରେ ସାମିଲ ହୋଇ ନିଜ ନିଜର ସୁନ୍ଦର ଓ ସୁଢଳ ଶରୀର ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ ସମ୍ବଲପୁରର ସୌମ୍ୟ ରଞ୍ଜନ ପ୍ରଧାନ ମିଷ୍ଟର ଓଡ଼ିଶା ଓ କଟକର ଜ୍ଞାନାଞ୍ଜଳୀ ସାହୁ ମିସ୍‌ ଓଡ଼ିଶା ହୋଇଛନ୍ତି। ବିଜୟୀଙ୍କୁ ଯଥାକ୍ରମେ ୪୦ ହଜାର ଓ ୧୫ ହଜାର ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ପ୍ରତିଯୋଗିତା ମାଧ୍ୟମରେ କେବଳ ପୁରସ୍କାର ଜିତିବା ତାହା ନୁହେଁ, ସୁସ୍ଥ ଓ ସୁନ୍ଦର ଶରୀର ଗଠନ କରି ଯୁବ ସମାଜକୁ ସ୍ୱାସ୍ଥ୍ୟ ସଚେତନ ରହିବାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ବୋଲି ଆୟୋଜକମାନେ କହିଛନ୍ତି।  ସମ୍ବଲପୁରରେ ଏଭଳି ଏକ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ୧୧ ବର୍ଷ ପରେ ଆୟୋଜନ କରାଯାଇ ପାରିଥିବାରୁ ଆୟୋଜକମାନଙ୍କୁ  ଧନ୍ୟବାଦ ଦେଇଛନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। ଏହି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ସମ୍ବଲପୁରର ପୂର୍ବତନ ବିଧାୟିକା ଡକ୍ଟର ରାସେଶ୍ୱରୀ ପାଣିଗ୍ରାହୀ ଯୋଗଦେଇଥିଲେ।

Related story