ଆଜି ବି ମନେପଡ଼େ ବାରବାଟୀର ସେହି ଲଜ୍ଜା: ଅନ୍ତର୍ଜାତୀୟ ମ୍ୟାଚ୍‌ ବାସନ୍ଦ ପାଇଁ ହୋଇଥିଲା ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି। ଏଥିପାଇଁ ଦର୍ଶକଙ୍କ ମଧ୍ୟରେ ଭରି ରହିଛି ଉତ୍ସାହ। ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଏହି ମ୍ୟାଚ୍‌କୁ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି, କେବେଳ ମ୍ୟାଚ୍‌କୁ ଅପେକ୍ଷା। ବିଶେଷ କରି ସୁରକ୍ଷା ବ୍ୟବସ୍ଥାକୁ ନେଇ ଏଥର ପ୍ରଶାସନ ଓ ଓସିଏ ସମ୍ପୂର୍ଣ୍ଣ ଭାବେ ସତର୍କ ରହିଛି। କାରଣ ଦୁଇବର୍ଷ ପୂର୍ବରୁ ଯେଉଁଭଲି ବାରବାଟୀରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା ଏହାକୁ ନେଇ ସେତେବେଳେ ଚର୍ଚ୍ଚା […]

download

Rakesh Mallick
  • Published: Tuesday, 19 December 2017
  • , Updated: 19 December 2017, 10:41 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ବାରବାଟୀରେ ଖେଳାଯିବ ଟି-ଟ୍ୱେଣ୍ଟି। ଏଥିପାଇଁ ଦର୍ଶକଙ୍କ ମଧ୍ୟରେ ଭରି ରହିଛି ଉତ୍ସାହ। ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଏହି ମ୍ୟାଚ୍‌କୁ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି, କେବେଳ ମ୍ୟାଚ୍‌କୁ ଅପେକ୍ଷା। ବିଶେଷ କରି ସୁରକ୍ଷା ବ୍ୟବସ୍ଥାକୁ ନେଇ ଏଥର ପ୍ରଶାସନ ଓ ଓସିଏ ସମ୍ପୂର୍ଣ୍ଣ ଭାବେ ସତର୍କ ରହିଛି। କାରଣ ଦୁଇବର୍ଷ ପୂର୍ବରୁ ଯେଉଁଭଲି ବାରବାଟୀରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା ଏହାକୁ ନେଇ ସେତେବେଳେ ଚର୍ଚ୍ଚା ସୃଷ୍ଟି ହୋଇଥିଲା।

୫ ଅକ୍ଟୋବର ୨୦୧୫  ବାରବାଟୀ ଷ୍ଟାଡ଼ିୟମରେ ଇଂଲଣ୍ଡ-ଇଣ୍ଡିଆ ମଧ୍ୟରେ ଖେଳାଯାଇଥିଲା ଏହି ମ୍ୟାଚ୍‌। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଦକ୍ଷିଣ ଆଫ୍ରିକା ବୋଲିଂକୁ ସାମ୍ନା କରି ନପାରି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଆତ୍ମସମର୍ପଣ କରିଥିଲେ।

ଭାରତୀୟ ଦଳ ମାତ୍ର ୧୭.୨ ଓଭର ଖେଳି ୯୨ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଭାରତୀୟ ଦଳର ଏଭଳି ଦୟନୀୟ ଖେଳ ପ୍ରଦର୍ଶନରେ ଉତ୍‌କ୍ଷିପ୍ତ ହୋଇ ଦର୍ଶକ ପଡିଆ ମଧ୍ୟକୁ ପାଣି ବୋଟଲ ଫିଙ୍ଗି ଥିଲେ। ଯାହାକୁ ନେଇ ଅନେକ ସମୟ ଧରି ଖେଳ ବନ୍ଦ ରହିଥିଲା। ଏହି ଘଟଣା ସେତେବେଳେ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥାଲା। ଏବଂ ଓଡ଼ିଶା ପାଇଁ ଏହା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲେ ହରଭଜନ ସିଂଙ୍କ ସହ ଅନେକ କ୍ରକେଟର ଦର୍ଶକଙ୍କୁ ହାତ ଜୋଡ଼ି କ୍ଷମା ମାଗିଥିଲେ। ଶେଷରେ ମ୍ୟାଚ୍‌ ପୁଣିଥରେ ଆରମ୍ଭ ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତକୁ  ୬ ୱିକେଟରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଥିଲା।

ଏହିମ୍ୟାଚ୍‌ ପରେ ଖବର ଶୁଣିବାକୁ ମିଳିଥିଲା ଯେ ବାରବାଟୀ ଷ୍ଟାଡ଼ିୟମକୁ ଆଉ କୌଣସି ଆନ୍ତର୍ଜାତୀକ ମ୍ୟାଚ୍‌ ମିଳିବ ନାହିଁ। ଅନେକ ପୂର୍ବତନ କ୍ରିକେଟର୍ ବାରବାଟୀ ଷ୍ଟାଡ଼ିୟମକୁ ବ୍ୟାନ୍‌ କରିବା ପାଇଁ ଆବେଦନ କରିଥିଲେ।

ହେଲେ ଓସିଏ ପକ୍ଷରୁ ସଥାସମ୍ଭବ ପ୍ରୟାସ ପରେ ୨୦୧୭ ଜାନୁଆରୀ ୧୯ରେ ପୁଣିଥରେ ବାରବାଟୀରେ ଖେଳାଯାଇଥିଲା ଆନ୍ତର୍ଜାତୀକ ଦିନିକିଆ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଓସିଏ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ସୁରକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା କାଲିର ମ୍ୟାଚ୍‌ରେ ମଧ୍ୟ ବ୍ୟପକ ବନ୍ଦୋବସ୍ତ କରାଯାଇଛି। ପଡ଼ିଆ ମଧ୍ୟକୁ ଦର୍ଶକ ପାଣି ବୋଟଲ, ଖ୍ୟାଦପଦାର୍ଥ, ଗୁଟ୍‌କା, ବିଡ଼ି, ସିଗାରେଟ୍‌, ଦିଆସିଲ, ମାରାଣାସ୍ତ୍ର ଓ ଅନ୍ୟାନ ଜିନିଷ କିଛି ନେବାକୁ ବାରଣ କରାଯାଇଛି।

https://youtu.be/drw7qToWUSc

Related story