ଫାଇନାଲ୍ ନଖେଳି ବି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଥାପା

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ବକ୍ସର ତଥା ୪ ଥର ଏସିଆନ୍‌ ଗେମ୍ସ ପଦକ ବିଜେତା ଶିବ ଥାପା ପ୍ରେସିଡେଣ୍ଟ କପ୍‌ରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି। କଜାଖସ୍ତାନର ଆସ୍ତାନାରେ ଚାଲିଥିବା ପ୍ରେସିଡେଣ୍ଟ କପ୍‌ ଫାଇନାଲ୍‌ରେ ଶିବ ଥାପା ୱାକ୍ ଓଭର ପାଇ ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୬୩ କେଜି ବର୍ଗର ଫାଇନାଲରେ ଥାପାଙ୍କ ମୁକାବିଲା କାଜଖସ୍ତାନର ଜାକିର ସୈଫୁଲ୍ଲିନଙ୍କ ସହ ହେବାର ଥିଲା। ହେଲେ ଆହତ ଥିବା ଯୋଗୁ ଜାକିର ଫାଇନାଲ ମ୍ୟାଚ୍‌ ଖେଳିବାକୁ […]

ru

Hemant Lenka
  • Published: Saturday, 20 July 2019
  • , Updated: 20 July 2019, 08:38 PM IST

ନୂଆଦିଲ୍ଲୀ: ଭାରତର ପ୍ରସିଦ୍ଧ ବକ୍ସର ତଥା ୪ ଥର ଏସିଆନ୍‌ ଗେମ୍ସ ପଦକ ବିଜେତା ଶିବ ଥାପା ପ୍ରେସିଡେଣ୍ଟ କପ୍‌ରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି। କଜାଖସ୍ତାନର ଆସ୍ତାନାରେ ଚାଲିଥିବା ପ୍ରେସିଡେଣ୍ଟ କପ୍‌ ଫାଇନାଲ୍‌ରେ ଶିବ ଥାପା ୱାକ୍ ଓଭର ପାଇ ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

୬୩ କେଜି ବର୍ଗର ଫାଇନାଲରେ ଥାପାଙ୍କ ମୁକାବିଲା କାଜଖସ୍ତାନର ଜାକିର ସୈଫୁଲ୍ଲିନଙ୍କ ସହ ହେବାର ଥିଲା। ହେଲେ ଆହତ ଥିବା ଯୋଗୁ ଜାକିର ଫାଇନାଲ ମ୍ୟାଚ୍‌ ଖେଳିବାକୁ ଚାହିଁ ନଥିଲେ।

ଏହି କାରଣରୁ ଥାପାଙ୍କୁ ବିଜେତା ଘୋଷଣା କରାଯାଇଛି। ଏହାପୂର୍ବରୁ ଥାପା ଏସିଆନ ଚାମ୍ପିୟନଶିପ୍‌ ସେମି ଫାଇନାଲ୍‌ରେ ଜାକିରଙ୍କ ଠାରୁ ପରାସ୍ତ ହୋଇଥିଲେ।

Related story