କର୍ଫ୍ୟୁ ଯୋଗୁ ଗୌହାଟୀରେ ରଣଜୀ ଓ ଆଇଏସଏଲ୍ ମ୍ୟାଚ୍ ବାତିଲ

ନୂଆଦିଲ୍ଲୀ: ସିଏବି ବିରୋଧରେ ଉତ୍ତର-ପୂର୍ବ ରାଜ୍ୟ ଆସାମରେ ତୀବ୍ର ହିଂସା ଦେଖିବାକୁ ମିଳିଛି। ଏହାର ପ୍ରଭାବ ଏବେ ଖେଳ ଉପରେ ମଧ୍ୟ ପଡ଼ିଛି, ଯେଉଁକାରଣରୁ ଗୌହାଟୀରେ ରଣଜୀ ଟ୍ରଫି ମ୍ୟାଚ୍ ଏବଂ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍‌) ଫୁଟବଲ୍ ମ୍ୟାଚ୍ ମଧ୍ୟ ବାତିଲ କରିଦିଆଯାଇଛି। ଗୌହାଟୀରେ ଆସାମ ଓ ସର୍ଭିସେସ୍ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚର ଚତୁର୍ଥ ଦିବସ ଖେଳାଯିବାର ଥିଲା। ଅନ୍ୟପକ୍ଷରେ ନର୍ଥଇଷ୍ଟ ୟୁନାଇଟେଡ୍ ଏଫସି ଓ ଚେନ୍ନାୟିନ୍ ଏଫସି ମଧ୍ୟ ଆଇଏଲଏଲ୍ ଫୁଟବଲ୍ ମ୍ୟାଚକୁ […]

cerfew

cerfew

Ranjit Kumar Jena
  • Published: Thursday, 12 December 2019
  • Updated: 12 December 2019, 05:37 PM IST

ନୂଆଦିଲ୍ଲୀ: ସିଏବି ବିରୋଧରେ ଉତ୍ତର-ପୂର୍ବ ରାଜ୍ୟ ଆସାମରେ ତୀବ୍ର ହିଂସା ଦେଖିବାକୁ ମିଳିଛି। ଏହାର ପ୍ରଭାବ ଏବେ ଖେଳ ଉପରେ ମଧ୍ୟ ପଡ଼ିଛି, ଯେଉଁକାରଣରୁ ଗୌହାଟୀରେ ରଣଜୀ ଟ୍ରଫି ମ୍ୟାଚ୍ ଏବଂ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍‌) ଫୁଟବଲ୍ ମ୍ୟାଚ୍ ମଧ୍ୟ ବାତିଲ କରିଦିଆଯାଇଛି। ଗୌହାଟୀରେ ଆସାମ ଓ ସର୍ଭିସେସ୍ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚର ଚତୁର୍ଥ ଦିବସ ଖେଳାଯିବାର ଥିଲା। ଅନ୍ୟପକ୍ଷରେ ନର୍ଥଇଷ୍ଟ ୟୁନାଇଟେଡ୍ ଏଫସି ଓ ଚେନ୍ନାୟିନ୍ ଏଫସି ମଧ୍ୟ ଆଇଏଲଏଲ୍ ଫୁଟବଲ୍ ମ୍ୟାଚକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି।

ଏ ନେଇ ବିସିସିଆଇର ଜିଏମ୍ (କ୍ରିକେଟ୍ ଅପରେଶନ) ସବା କରିମ୍ କହିଛନ୍ତି, ରାଜ୍ୟ (ଆସାମ) କ୍ରିକେଟ୍ ସଂଘ ଆମକୁ ନ ଖେଳିବା ପାଇଁ ପରାମର୍ଶ ଦେଇଛି। ଖେଳାଳିମାନଙ୍କୁ ହୋଟେଲ ରୁମରେ ରହିବାକୁ କୁହାଯାଇଛି। ଆମ ପାଇଁ ଖେଳାଳିଙ୍କ ସୁରକ୍ଷା ସର୍ବପ୍ରଥମ। ଏହି ମ୍ୟାଚ୍ ପୁଣିଥରେ ଖେଳାଯିବ ନା ପଏଣ୍ଟ ଭାଗ କରାଯିବ, ତାହା ଉପରେ ପରେ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ସର୍ଭିସେସ୍ ପ୍ରଥମ ଇନିଂସରେ ୧୨୪ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ଆସାମ ୧୬୨ ରନ୍ କରି ଅଗ୍ରଣୀ ହାସଲ କରିଥିଲା। ସର୍ଭିସେସ୍ ଦ୍ୱିତୀୟ ଇନିଂସରେ ୨୭୯ ରନରେ ଅଲଆଉଟ୍ ହୋଇ ଆସାମକୁ ୨୪୨ ରନର ଟାର୍ଗେଟ୍ ଦେଇଥିଲା । ଏହି ଲକ୍ଷ୍ୟର ପିଛା କରି ଆସାମ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ବିନିମୟରେ ୭୪ ରନ୍ କରିଥିଲା।

ଅନ୍ୟପକ୍ଷରେ ଆଇଏସଏଲ୍ ମ୍ୟାଚ୍ ଇନ୍ଦିରା ଗାନ୍ଧି ଆଥଲେଟିକ୍ସ ଷ୍ଟାଡିୟମରେ ଖେଳାଯିବାର ଥିଲା। ଏ ନେଇ ଆଇଏସଏଲ୍ ପକ୍ଷରୁ କୁହାଯାଇଛି ଯେ ଗୌହାଟୀରେ କର୍ଫ୍ୟୁ କାରଣରୁ ନର୍ଥଇଷ୍ଟ ୟୁନାଇଟେଡ୍ ଏବଂ ଚେନ୍ନାଇ ଏଫସି ମଧ୍ୟ ଆଇଏସଏଲର ମ୍ୟାଚ୍ ଆଗାମୀ ସୂଚନା ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ଆମେ ଗତ ୪୮ ଘଣ୍ଟା ଧରି ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛୁ। ଖେଳାଳି, ପ୍ରଶଂସକ ଏବଂ ଷ୍ଟାଫଙ୍କ ସୁରକ୍ଷା ଆମ ପାଇଁ ସାର୍ବଭୌମ୍ୟ ଏବଂ ସେହି କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos