ନିଜ ଆହତକୁ ନେଇ ଏମିତି କହିଲେ ଭୁବନେଶ୍ୱର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପେସ୍ ବୋଲର ଭୁବନେଶ୍ୱର କୁମାର ଆହତ କାରଣରୁ ବର୍ତ୍ତମାନ ଟିମରୁ ବାହାରେ ଅଛନ୍ତି। ତେବେ ଭୁବି ପୁଣି କେବେ ଜାତୀୟ ଦଳକୁ ଫେରିବେ, ତାହା ନିଜେ ମଧ୍ୟ ଜାଣି ନାହାନ୍ତି। ଏ ନେଇ ଭୁବି କହିଛନ୍ତି, “ଟି-୨୦ ବିଶ୍ୱକପ୍ ପାଇଁ ଆହୁରି ୯ମାସ ସମୟ ବାକି ଅଛି। ବର୍ତ୍ତମାନ ଏ ସମ୍ବନ୍ଧରେ କିଛି ଭାବୁ ନାହିଁ। ସର୍ବପ୍ରଥମେ ମୋତେ ଫିଟ୍ ହେବାକୁ ପଡ଼ିବ ଏବଂ ମୋତେ ଜଣା ନାହିଁ ଯେ ମୁଁ କେବେ […]

bhuvi

Ranjit Kumar Jena
  • Published: Sunday, 29 December 2019
  • , Updated: 29 December 2019, 10:20 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପେସ୍ ବୋଲର ଭୁବନେଶ୍ୱର କୁମାର ଆହତ କାରଣରୁ ବର୍ତ୍ତମାନ ଟିମରୁ ବାହାରେ ଅଛନ୍ତି। ତେବେ ଭୁବି ପୁଣି କେବେ ଜାତୀୟ ଦଳକୁ ଫେରିବେ, ତାହା ନିଜେ ମଧ୍ୟ ଜାଣି ନାହାନ୍ତି। ଏ ନେଇ ଭୁବି କହିଛନ୍ତି, "ଟି-୨୦ ବିଶ୍ୱକପ୍ ପାଇଁ ଆହୁରି ୯ମାସ ସମୟ ବାକି ଅଛି। ବର୍ତ୍ତମାନ ଏ ସମ୍ବନ୍ଧରେ କିଛି ଭାବୁ ନାହିଁ। ସର୍ବପ୍ରଥମେ ମୋତେ ଫିଟ୍ ହେବାକୁ ପଡ଼ିବ ଏବଂ ମୋତେ ଜଣା ନାହିଁ ଯେ ମୁଁ କେବେ ଫିଟ୍ ହେବି।"

ବର୍ତ୍ତମାନ ଭୁବିଙ୍କର ସ୍ପୋର୍ଟ୍ସ ହାର୍ନିଆ ଉପଚାର ପାଇଁ ସର୍ଜରୀ କରାଯିବ କି ନାହିଁ, ତାହା ସ୍ଥିର ହୋଇନାହିଁ। ଏହି ଅଭିଜ୍ଞ ପେସ୍ ବୋଲର ଜଣକ କଥିତ ଭାବେ ନିଜର ରିହାବିଲିଟେଶନ୍ ପାଇଁ ଏନସିଏକୁ ଦାୟୀ କରିନାହାନ୍ତି। ତେବେ ନିଜର ହାର୍ନିଆ କଥା କିପରି ଏନସିଏ ଜାଣିପାରିଲା ନାହିଁ, ତାହା ଭୁବିଙ୍କୁ ସାମାନ୍ୟ ଚିନ୍ତିତ କରିଛି। ୨୯ ବର୍ଷୀୟ ଭୁବି କହିଛନ୍ତି, "ଏନସିଏ ଉପରେ ଯାହା କିଛି ନିଷ୍ପତ୍ତି ବିସିସିଆଇ ନେବ। ଏନସିଏ ନିଶ୍ଚିତ ଭାବେ ତା'ର ସର୍ବଶ୍ରେଷ୍ଠ ପ୍ରୟାସ କରିଥିବ। କିନ୍ତୁ ଏଥିରେ କ'ଣ ଭୁଲ୍ ରହିଲା, ତାହା ଜଣା ନପଡ଼ିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି।"

ଭୁବି ଆହୁରି କହିଛନ୍ତି, "ଏବେ ମୁଁ ଡାକ୍ତରଙ୍କୁ ସାକ୍ଷତ କରିବି, ଯାହା ପରେ ମୋର ସର୍ଜରୀ ହେବ କି ନାହିଁ, ତାହା ଜଣା ପଡ଼ିବ। କିନ୍ତୁ ମୋ ଜାଣିବାରେ ସ୍ପୋର୍ଟ୍ସ ହାର୍ନିଆ ମାମଲାରେ ସାଧାରଣତଃ ସର୍ଜରୀ କରାଯାଇଥାଏ। ତେଣୁ ଏଥିପାଇଁ ସର୍ବପ୍ରଥମେ ମୋତେ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡ଼ିବ।"

ଭାରତ ପକ୍ଷରୁ ୨୧ ଟେଷ୍ଟ, ୧୧୪ ଦିନିକିଆ ଏବଂ ୪୩ ଟି-୨୦ ମ୍ୟାଚ୍ ଖେଳିସାରିଥିବା ଭୁବି ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ କାରଣରୁ ୱେଷ୍ଟଇଣ୍ଡିଜ୍ ଗସ୍ତରୁ ବାଦ୍ ପଡ଼ିଥିଲେ। ତେବେ ଚଳିତମାସରେ ଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ସେ ଟିମକୁ ପ୍ରତ୍ୟାବର୍ତ୍ତନ କରିଥିଲେ, କିନ୍ତୁ ପୁଣିଥରେ ଆହତ ହୋଇଯାଇଥିଲେ।

Related story