ଯୁବରାଜଙ୍କ ନାଁରେ ମାମଲା ରୁଜୁ: ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଲେ ଭାଇବୋହୂ

  ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟାର କ୍ରିକେଟର୍‌ ଯୁବରାଜ ସିଂଙ୍କ ପାଇଁ ଏବେ  ସବୁକିଛି ଠିକ୍‌ ଚାଲିନାହିଁ। ଦୀର୍ଘଦିନ ଧରି ସେ ଭାରତୀୟ କ୍ରିକେଟ୍‌ ଦଳରୁ ଦୂରେଇ ରହିଥିବା ବେଳେ ଏବେ ଆଉ ଏକ ସଂକଟ ତାଙ୍କୁ ଚିନ୍ତାରେ ପକାଇଦେଇଛି। ଯୁବରାଜଙ୍କ ଭାଇବୋହୂ ଆକାଂକ୍ଷା ଶର୍ମା ତାଙ୍କ ବିରୋଧରେ ଏକ ମାମଲା ଦର୍ଜ କରିଛନ୍ତି। କେବଳ ଯୁବରାଜଙ୍କ ଉପରେ ନୁହେଁ ଯୁବାରଜଙ୍କ ମା’ ଓ ଭାଇ’ଙ୍କ ଉପରେ ମଧ୍ୟ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି […]

Rakesh Mallick
  • Published: Wednesday, 18 October 2017
  • , Updated: 18 October 2017, 04:50 PM IST

 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଷ୍ଟାର କ୍ରିକେଟର୍‌ ଯୁବରାଜ ସିଂଙ୍କ ପାଇଁ ଏବେ  ସବୁକିଛି ଠିକ୍‌ ଚାଲିନାହିଁ। ଦୀର୍ଘଦିନ ଧରି ସେ ଭାରତୀୟ କ୍ରିକେଟ୍‌ ଦଳରୁ ଦୂରେଇ ରହିଥିବା ବେଳେ ଏବେ ଆଉ ଏକ ସଂକଟ ତାଙ୍କୁ ଚିନ୍ତାରେ ପକାଇଦେଇଛି। ଯୁବରାଜଙ୍କ ଭାଇବୋହୂ ଆକାଂକ୍ଷା ଶର୍ମା ତାଙ୍କ ବିରୋଧରେ ଏକ ମାମଲା ଦର୍ଜ କରିଛନ୍ତି। କେବଳ ଯୁବରାଜଙ୍କ ଉପରେ ନୁହେଁ ଯୁବାରଜଙ୍କ ମା’ ଓ ଭାଇ’ଙ୍କ ଉପରେ ମଧ୍ୟ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଛନ୍ତି ଆକାଂକ୍ଷା। ଆକାଂକ୍ଷା ହେଉଛନ୍ତି ଯୁବରାଜଙ୍କ ଭାଇ ଜୋରାବର ସିଂଙ୍କ ପତ୍ନୀ। ଏହି ଆକାଂକ୍ଷା ଶର୍ମା ବିଗବସ୍ ୧୦ରେ ମଧ୍ୟ ଅଶଂଗ୍ରହଣ କରିଥିଲେ। ବିଗବସ୍‌ରେ ମଧ୍ୟ ଆକାଂକ୍ଷା ଯୁବରାଜଙ୍କ ବିରୋଧରେ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ। ଆକାଂକ୍ଷା ଦର୍ଜ କରିଥିବା ମାମଲାରେ ଆସନ୍ତା ୨୧ ତାରିଖ ଦିନ ଶୁଣାଣି ହେବ। ପୂର୍ବରୁ ମଧ୍ୟ ଆକାଂକ୍ଷା ଏଭିଳି ଅନେକ ଆଭିଯୋଗ ଆଣି ଚର୍ଚ୍ଚା ଘେରକୁ ଆସିଥିଲେ। ଏବଂ ଏହି ଅଭିଯୋଗର ସତ୍ୟାସତ ଆସନ୍ତା ୨୧ ତାରିଖରେ କୋର୍ଟରେ ସମ୍ନାକୁ ଆସିବ।

Related story