ଚହଲଙ୍କୁ କ୍ୟାଟ୍ରିନା ଓ କୁଲଦୀପଙ୍କୁ ଜ୍ୟାକଲିନ୍ ପସନ୍ଦ: ଗୁମର ଖୋଲିଲେ ରୋହିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ସିରିଜକୁ ୪-୧ରେ କବଜା କରିନେଇଛି। ଆସନ୍ତା ୭ ତାରିଖ ଠାରୁ ଦୁଇ ଦେଶ ମଧ୍ୟରେ ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ରାଞ୍ଚିରେ ଖେଳାଯିବ। ଦିନିକିଆ ସିରିଜ ବିଜୟ ପରେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଏବେ ଖୁସି ମୁଡରେ ଅଛନ୍ତି। ଏଭଳି ସ୍ଥିତିରେ ବିସିସିଆଇ ଏକ ଭିଡ଼ିଓ ପୋଷ୍ଟ କରିଛି, ଯେଉଁଥିରେ ରୋହିତ ଶର୍ମା, କୁଲଦୀପ ଯାଦବ ଓ ଚହଲଙ୍କୁ ମସ୍ତି ମୁଡ଼ରେ […]

rohit-yuzvendra

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 12:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ସିରିଜକୁ ୪-୧ରେ କବଜା କରିନେଇଛି। ଆସନ୍ତା ୭ ତାରିଖ ଠାରୁ ଦୁଇ ଦେଶ ମଧ୍ୟରେ ଟି-୨୦ ସିରିଜ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚ୍ ରାଞ୍ଚିରେ ଖେଳାଯିବ। ଦିନିକିଆ ସିରିଜ ବିଜୟ ପରେ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ଏବେ ଖୁସି ମୁଡରେ ଅଛନ୍ତି। ଏଭଳି ସ୍ଥିତିରେ ବିସିସିଆଇ ଏକ ଭିଡ଼ିଓ ପୋଷ୍ଟ କରିଛି, ଯେଉଁଥିରେ ରୋହିତ ଶର୍ମା, କୁଲଦୀପ ଯାଦବ ଓ ଚହଲଙ୍କୁ ମସ୍ତି ମୁଡ଼ରେ ଦେଖିବାକୁ ମିଳିଛି।

ଏହି ଭିଡିଓରେ ରୋହିତ ଶର୍ମା ଆଙ୍କର ହୋଇ କୁଲଦୀପ ଓ ଚହଲଙ୍କୁ ପ୍ରଶ୍ନ ପଚାରୁଛନ୍ତି। ଯେଉଁଥିରେ ରୋହିତଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଚହଲ କହିଛନ୍ତି ଏମିତି ମୁଁ ବହୁତ ଟକେଟିଭ୍ କିନ୍ତୁ ଯଦି ଝିଅ ମାନଙ୍କ କଥା ଉଠେ ତେବେ ମୋର ବୋଲତି ବନ୍ଦ ହୋଇଯାଏ। କିନ୍ତୁ କୁଲଦୀପ କହିଛନ୍ତି ଯେ ଏପରି ପରିସ୍ଥିତିକୁ ସେ ହ୍ୟାଣ୍ଡଲ୍ କରିପାରିବେ। ଆଉ ଏକ ପ୍ରଶ୍ନରେ ଉତ୍ତର ଦେଇ ଚହଲ କହିଛନ୍ତି ଯେ ତାଙ୍କୁ କ୍ୟାଟ୍ରିନା ବହୁତ ପସନ୍ଦ ସେହିପରି କୁଲଦୀପଙ୍କ ପସନ୍ଦ ଜ୍ୟାକଲିନ୍ ବୋଲି ସେ କହିଛନ୍ତି।

Related story