ଚଣ୍ଡିଗଡ: ପୂର୍ବତନ ସୁଟର ସିପ୍ପି ସିଦ୍ଧୁଙ୍କୁ ଗୁଳିକରି ହତ୍ୟା ଅଭିଯୋଗ

ଚଣ୍ଡିଗଡ: ଜାତୀୟ ସ୍ତରର ଖ୍ୟାତନାମା ସୁଟର ଓ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଶୁଖମନପ୍ରୀତ ସିଂହ ଓରଫ ସିପ୍ପି ସିଦ୍ଧୁଙ୍କ ଗୁଳିବିଦ୍ଧ ମୃତ ଶରୀର ଚଣ୍ଡିଗଡସ୍ଥିତ ଏକ ଜନଗହଳୀ ପୂର୍ଣ୍ଣ ପାର୍କ ନିକଟରୁ ମଳିଛି। ସେ ଘରୁ ମାର୍କେଟକୁ କୌଣସି କାମରେ ଯାଉଥିବା ବେଳେ ତାଙ୍କୁ ରବିବାର ଦିନ କେହି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା କରିଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଚଣ୍ଡିଗଡ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗଠନ କରାଯାଇଛି। ଏହି […]

sippy-sidhu759

Rakesh Mallick
  • Published: Tuesday, 22 September 2015
  • , Updated: 22 September 2015, 12:14 PM IST

ଚଣ୍ଡିଗଡ: ଜାତୀୟ ସ୍ତରର ଖ୍ୟାତନାମା ସୁଟର ଓ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଶୁଖମନପ୍ରୀତ ସିଂହ ଓରଫ ସିପ୍ପି ସିଦ୍ଧୁଙ୍କ ଗୁଳିବିଦ୍ଧ ମୃତ ଶରୀର ଚଣ୍ଡିଗଡସ୍ଥିତ ଏକ ଜନଗହଳୀ ପୂର୍ଣ୍ଣ ପାର୍କ ନିକଟରୁ ମଳିଛି। ସେ ଘରୁ ମାର୍କେଟକୁ କୌଣସି କାମରେ ଯାଉଥିବା ବେଳେ ତାଙ୍କୁ ରବିବାର ଦିନ କେହି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା କରିଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଚଣ୍ଡିଗଡ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗଠନ କରାଯାଇଛି। ଏହି ଟିମ ପ୍ରତିଟି ଦିଗକୁ ତନ ତନ କରି ତଦନ୍ତ କରିବା ପରେ ସରକାରଙ୍କୁ ରିପୋର୍ଟ ଦେବ। ସୂଚନାଯୋଗ୍ୟ, ଏହି ସୁଟର ଜଣଙ୍କ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ଏସଏସ ସିଦ୍ଧୁଙ୍କ ପୁତ୍ର।

Related story