ଇନ୍ଦୋର ଟି-୨୦ ମ୍ୟାଚ୍ ପାଇଁ ସର୍ବନିମ୍ନ ଟିକେଟ୍ ମୂଲ୍ୟ ୫୦୦ ଟଙ୍କା

ଇନ୍ଦୋର: ମଧ୍ୟ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏମପିସିଏ) ଏଠାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତାବର୍ଷ ଜାନୁଆରୀ ୭ ତାରିଖରେ ଖେଳାଯିବାକୁଥିବା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚର ଟିକେଟ୍ ଦର ଘୋଷଣା କରିଛି। ଦୁଇ ଦେଶ ମଧ୍ୟରେ ଏଠାରେ ଖେଳାଯିବାକୁଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ସାଧାରଣ ଦର୍ଶକଙ୍କ ପାଇଁ ସର୍ବନିମ୍ନ ଟିକେଟ୍ ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି। ଏ ନେଇ ଏମପିସିଏର ଜଣେ ଅଧିକାରୀ କହିଛନ୍ତି, ହୋଲକର ଷ୍ଟାଡିୟମରେ ଆୟୋଜିତ ଏହି ଟି-୨୦ ଅନ୍ତର୍ଜାତୀୟ ମୁକାବିଲାର ପ୍ରତ୍ୟକ୍ଷଦର୍ଶୀ […]

indvssl

Ranjit Kumar Jena
  • Published: Tuesday, 24 December 2019
  • , Updated: 24 December 2019, 08:17 PM IST

ଇନ୍ଦୋର: ମଧ୍ୟ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏମପିସିଏ) ଏଠାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତାବର୍ଷ ଜାନୁଆରୀ ୭ ତାରିଖରେ ଖେଳାଯିବାକୁଥିବା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚର ଟିକେଟ୍ ଦର ଘୋଷଣା କରିଛି। ଦୁଇ ଦେଶ ମଧ୍ୟରେ ଏଠାରେ ଖେଳାଯିବାକୁଥିବା ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ସାଧାରଣ ଦର୍ଶକଙ୍କ ପାଇଁ ସର୍ବନିମ୍ନ ଟିକେଟ୍ ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି।

ଏ ନେଇ ଏମପିସିଏର ଜଣେ ଅଧିକାରୀ କହିଛନ୍ତି, ହୋଲକର ଷ୍ଟାଡିୟମରେ ଆୟୋଜିତ ଏହି ଟି-୨୦ ଅନ୍ତର୍ଜାତୀୟ ମୁକାବିଲାର ପ୍ରତ୍ୟକ୍ଷଦର୍ଶୀ ହେବାକୁ ଚାହୁଁଥିବା ଦର୍ଶକଙ୍କ ପାଇଁ ଆମେ ଯଥାସମ୍ଭବ ଶସ୍ତାରେ ଟିକେଟ୍ ଉପଲବ୍ଧ କରିବାକୁ ଚାହୁଁଛୁ। ଏଥିପାଇଁ ଆମେ ସର୍ବନିମ୍ନ ଟିକେଟ୍ ଦର ୫୦୦ ଟଙ୍କା ଧାର୍ଯ୍ୟ ରଖିଥିବା ବେଳେ ସର୍ବାଧିକ ୪୯୨୦ ଟଙ୍କା ରହିଛି। ଏହି ଷ୍ଟାଡିୟମରେ ଦର୍ଶକଙ୍କ କ୍ଷମତା ୨୭ହଜାର ରହିଛି।

ଅଧିକାରୀ ଜଣକ କହିଛନ୍ତି, ଟିକେଟର ଅନଲାଇନ୍ ବୁକିଂ ବୁଧବାର ସକାଳ ୬ଟାରୁ ଆରମ୍ଭ ହେବ। ଭାରତୀୟ ଟିମ୍ ତା' ମାଟିରେ ଶ୍ରୀଲଙ୍କା ବିପକ୍ଷରେ ଜାନୁଆରୀ ୫ ତାରିଖରୁ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ସିରିଜର ତିନୋଟି ଯାକ ମ୍ୟାଚ୍ ଯଥାକ୍ରମେ ଗୌହାଟୀ, ଇନ୍ଦୋର ଓ ପୁଣେରେ ଖେଳାଯିବ।

Related story