ଚେନ୍ନାଇଠାରୁ ହାରିଲା ଦିଲ୍ଲୀ

ପୁନେ: ଆଇପିଏଲ୍‌ର ୩୦ ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଦିଲ୍ଲୀ ଡେୟାର  ଡେଭିଲ୍‌ସକୁ ୧୩ ରନ୍‌ରେ ପରାସ୍ତ କରିଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୧୧ ରନ୍‌ କରିଥିଲା। ୨୧୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ ୫ ୱିକେଟ୍ ହରାଇ ମାତ୍ର ୧୯୮ ରନ୍‌ କରିପାରିଥିଲା। ଏହି ବିଜୟ ସହିତ ଚେନ୍ନାଇ ପଏଣ୍ଟ ଟେବୁଲ୍‌ରେ ଶୀର୍ଷ ସ୍ଥାନ ହାସଲ କରିନେଇଛି। ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟଚ୍‌ରେ ଦିଲ୍ଲୀ […]

dhoni

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 06:32 PM IST

ପୁନେ: ଆଇପିଏଲ୍‌ର ୩୦ ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଦିଲ୍ଲୀ ଡେୟାର  ଡେଭିଲ୍‌ସକୁ ୧୩ ରନ୍‌ରେ ପରାସ୍ତ କରିଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୧୧ ରନ୍‌ କରିଥିଲା। ୨୧୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦିଲ୍ଲୀ ୫ ୱିକେଟ୍ ହରାଇ ମାତ୍ର ୧୯୮ ରନ୍‌ କରିପାରିଥିଲା। ଏହି ବିଜୟ ସହିତ ଚେନ୍ନାଇ ପଏଣ୍ଟ ଟେବୁଲ୍‌ରେ ଶୀର୍ଷ ସ୍ଥାନ ହାସଲ କରିନେଇଛି।

ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟଚ୍‌ରେ ଦିଲ୍ଲୀ ଟସ୍‌ ଜିତି ଚେନ୍ନାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଚେନ୍ନାଇ ପକ୍ଷରୁ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଧୁଆଁଧାର ବ୍ୟାଟିଂ କରି ମାତ୍ର ୨୨ଟି ବଲରେ ୫ଟି ଛକା ଓ ଦୁଇଟି ଚଉକା ବଳରେ ୫୨ ରନ୍‌ ସଂଗ୍ରହ କରିଥିଲେ।

ଅଧିନାୟକଙ୍କ ବିସ୍ଫୋରକ ପାଳି ଯୋଗୁଁ ଦଳ ୪ ୱିକେଟ୍‌ ହରାଇ ୨୧୧ ରନ୍‌ର ବିଶାଳ ସ୍କୋର କରିପାରିଥିଲା। ଚେନ୍ନାଇ ପକ୍ଷରୁ ରାଇଡୁ ମଧ୍ୟ ୪୧ ରନ୍‌ ସଂଗ୍ରହ କରିଥିଲେ।

ସେହିପରି ଦିଲ୍ଲୀ ପକ୍ଷରୁ ଋଷଭ ପନ୍ଥ ୪୫ଟି ବଲ୍‌ ଖେଳି ସର୍ବାଧିକ ୭୯ ରନ୍‌ କରିଥିଲେ। ବିଜୟ ସଙ୍କର ୫୪ ରନ୍‌ ସଂଗ୍ରହ କରିଥିବା ବେଳେ ଅଧିନାୟକ ଶ୍ରେୟସ ଆୟର ମାତ୍ର ୧୩ ରନ୍‌ କରି ରନ୍‌ ଆଉଟ ହୋଇଯାଇଥିଲେ।

 

Related story