ଚାଇନା ଓପନ୍: ସିନ୍ଧୁ ଜିତିଲେ, ସାଇନା ବିଦା

ଚାଙ୍ଗଝୁ (ଚାଇନା): ଡିଫେଣ୍ଡିଂ ଚାମ୍ପିୟନ୍ ପିଭି ସିନ୍ଧୁ ଚଳିତ ଚାଇନା ଓପନ୍ ସୁପର୍-୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଶୁଭାରମ୍ଭ କରିଥିବା ବେଳେ ଭାରତର ଅନ୍ୟତମ ଷ୍ଟାର୍ ଶଟଲର୍ ସାଇନା ନେହ୍ୱାଲ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଭାରତର ଟପ୍ ବ୍ୟାଡମିଣ୍ଟନ ଖେଳାଳି ସିନ୍ଧୁ ପ୍ରଥମ ରାଉଣ୍ଡରେ ପୂର୍ବତନ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଲି ଜ୍ୟୁରୁଇଙ୍କୁ ସିଧାସଳଖ ୨୧-୧୮, ୨୧-୧୨ ଗେମରେ ପରାସ୍ତ କରିଛନ୍ତି। ଏହି ମୁକାବିଲାକୁ ଜିତିବା ପାଇଁ ସିନ୍ଧୁ ମାତ୍ର ୩୪ ମିନିଟ୍ […]

sindhu

sindhu

Ranjit Kumar Jena
  • Published: Wednesday, 18 September 2019
  • Updated: 18 September 2019, 05:13 PM IST

Sports

Latest News

ଚାଙ୍ଗଝୁ (ଚାଇନା): ଡିଫେଣ୍ଡିଂ ଚାମ୍ପିୟନ୍ ପିଭି ସିନ୍ଧୁ ଚଳିତ ଚାଇନା ଓପନ୍ ସୁପର୍-୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବିଜୟ ସହ ଶୁଭାରମ୍ଭ କରିଥିବା ବେଳେ ଭାରତର ଅନ୍ୟତମ ଷ୍ଟାର୍ ଶଟଲର୍ ସାଇନା ନେହ୍ୱାଲ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଭାରତର ଟପ୍ ବ୍ୟାଡମିଣ୍ଟନ ଖେଳାଳି ସିନ୍ଧୁ ପ୍ରଥମ ରାଉଣ୍ଡରେ ପୂର୍ବତନ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଲି ଜ୍ୟୁରୁଇଙ୍କୁ ସିଧାସଳଖ ୨୧-୧୮, ୨୧-୧୨ ଗେମରେ ପରାସ୍ତ କରିଛନ୍ତି।

ଏହି ମୁକାବିଲାକୁ ଜିତିବା ପାଇଁ ସିନ୍ଧୁ ମାତ୍ର ୩୪ ମିନିଟ୍ ସମୟ ନେଇଥିଲେ। ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ସିନ୍ଧୁଙ୍କ ପକ୍ଷେ ବିଶ୍ୱର ୨୦ ନମ୍ବର ଖେଳାଳି ଜ୍ୟୁରୁଇଙ୍କୁ ହରାଇବା ପାଇଁ ସେତେଟା ସଂଘର୍ଷ କରିବାକୁ ପଡ଼ିନଥିଲା। ଜ୍ୟୁରୁଇଙ୍କ ବିରୋଧରେ ସିନ୍ଧୁଙ୍କର ଏହା ଚତୁର୍ଥ ବିଜୟ। ତେବେ ସିନ୍ଧୁ ତାଙ୍କ ବିରୋଧରେ ତିନୋଟି ମ୍ୟାଚ୍ ମଧ୍ୟ ହାରିଛନ୍ତି।

ଲଣ୍ଡନ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସାଇନା ପ୍ରଥମ ରାଉଣ୍ଡରେ ବିଶ୍ୱର ୧୯ ନମ୍ବର ଖେଳାଳି ଥାଇଲ୍ୟାଣ୍ଡର ବୁସାନନ୍ ଅଙ୍ଗବାମରୁଙ୍ଗଫାନଙ୍କଠାରୁ ୧୦-୨୧, ୧୭-୨୧ ଗେମରେ ପରାସ୍ତ ହୋଇଛନ୍ତି। ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ସାଇନାଙ୍କର ଥାଲଇ୍ୟାଣ୍ଡ ଖେଳାଳିଙ୍କ ବିରୋଧରେ ଲଗାତାର ଦ୍ୱିତୀୟ ପରାଜୟ। ଆହତ ପରେ ପ୍ରତ୍ୟାବର୍ତ୍ତନ କରିଥିବା ୨୯ ବର୍ଷୀୟ ସାଇନାଙ୍କୁ ଫର୍ମ ହାସଲ କରିବା ସଂଘର୍ଷ କରିବାକୁ ପଡ଼ିଥିଲା। ସାଇନା ଚଳିତ ବର୍ଷ ଆରମ୍ଭରୁ ଇଣ୍ଡୋନେସିଆ ଓପନ୍ ଜିତିଥିଲେ, କିନ୍ତୁ ଏହା ପରେ ସେ ବାକି ସିଜନରେ ବିଡବ୍ଲ୍ୟୁଏଫ୍ ସର୍କିଟରେ କୌଣସି ପ୍ରତିଯୋଗିତାର ଫାଇନାଲରେ ସ୍ଥାନ ହାସଲ କରିପାରିନାହାନ୍ତି।

ପୁରୁଷ ସିଙ୍ଗଲ୍ସରେ ବି. ସାଇ ପ୍ରଣୀତ ପ୍ରଥମ ରାଉଣ୍ଡରେ ଥାଇଲ୍ୟାଣ୍ଡର ସୁପାନ୍ୟୁ ଅଭିହିଙ୍ଗସାନନଙ୍କୁ ୨୧-୧୦, ୨୧-୨୩, ୨୧-୧୪ ଗେମରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଣବ ଜେରି ଚୋପ୍ରା ଏବଂ ଏନ୍. ସିକ୍କି ରେଡ୍ଡିଙ୍କ ମିକ୍ସଡ ଡବଲ୍ସ ଯୋଡ଼ି ପ୍ରଥମ ରାଉଣ୍ଡରେ ଜର୍ମାନୀର ମାର୍କ ଲାମ୍ସଫ୍ୟୁସ୍ ଓ ଇସାବେଲ୍ ହର୍ଟରିଚଙ୍କଠାରୁ ୧୨-୨୧, ୨୧-୨୩ ଗେମରେ ହାରି ବିଦାୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story