ରଙ୍ଗୀନ ମିଜାଜ ଗେଲଙ୍କ ଚର୍ଚ୍ଚିତ ଆଫେୟାର୍ସ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ନିଜ ମନର ମାଲିକ। କ୍ରିକେଟ୍ ଗ୍ରାଉଣ୍ଡରେ ଖୁବ୍ ଧୁମ୍ ମଚେଇଥିବା ଗେଲ୍ କେତେବେଳେ କ’ଣ କରିବେ, ତାହା କେହି ଜାଣନ୍ତି ନାହିଁ। ସେ କେବେ ସନ୍ନ୍ୟାସ ନେବା କଥା କୁହନ୍ତି ତ କେବେ ମନା ବି କରିଦିଅନ୍ତି। ତେଣୁ ରଙ୍ଗୀନ ମିଜାଜର ଗେଲ୍ ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାଏ। କେବଳ ଏତିକି ନୁହେଁ, ଅଷ୍ଟ୍ରେଲିଆରେ ମ୍ୟାଚ୍ ଚାଲିଥିବା ବେଳେ ଜଣେ ମହିଳା ଉପସ୍ଥାପିକାଙ୍କ ସହ […]

gayle1

Ranjit Kumar Jena
  • Published: Thursday, 15 August 2019
  • , Updated: 15 August 2019, 06:03 PM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ନିଜ ମନର ମାଲିକ। କ୍ରିକେଟ୍ ଗ୍ରାଉଣ୍ଡରେ ଖୁବ୍ ଧୁମ୍ ମଚେଇଥିବା ଗେଲ୍ କେତେବେଳେ କ'ଣ କରିବେ, ତାହା କେହି ଜାଣନ୍ତି ନାହିଁ। ସେ କେବେ ସନ୍ନ୍ୟାସ ନେବା କଥା କୁହନ୍ତି ତ କେବେ ମନା ବି କରିଦିଅନ୍ତି। ତେଣୁ ରଙ୍ଗୀନ ମିଜାଜର ଗେଲ୍ ନିଜର ବ୍ୟକ୍ତିଗତ ଜୀବନରେ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହିଥାଏ। କେବଳ ଏତିକି ନୁହେଁ, ଅଷ୍ଟ୍ରେଲିଆରେ ମ୍ୟାଚ୍ ଚାଲିଥିବା ବେଳେ ଜଣେ ମହିଳା ଉପସ୍ଥାପିକାଙ୍କ ସହ ଖରାପ ବ୍ୟବହାରକୁ ନେଇ ମଧ୍ୟ ଗେଲ୍ ସମାଲୋଚନାର ଶିକାର ହୋଇଥିଲେ। ଆସନ୍ତୁ ଗେଲଙ୍କ ଗାର୍ଲଫ୍ରେଣ୍ଡଙ୍କ ତାଲିକା ଉପରେ ନଜର ପକାଇବା।

ଶର୍ଲିନ୍ ଚୋପ୍ରା: ୨୦୧୦ ଆଇପିଏଲ୍ ସମୟରେ ଶର୍ଲିନ୍ ଚୋପ୍ରାଙ୍କ ସହ ଗେଲଙ୍କ ରୋମାନ୍ସ ଖବର ସାମ୍ନାକୁ ଆସିଥିଲା। କୋଲକାତାରେ ବିଳମ୍ବିତ ରାତିରେ ହୋଇଥିବା ଏକ ପାର୍ଟିରେ ଗେଲ୍ ଓ ଶର୍ଲିନଙ୍କୁ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା। ଦୁହିଁଙ୍କର ସେହି ଡ୍ୟାନ୍ସ ୟୁଟ୍ୟୁବରେ ଖୁବ୍ ଭାଇରାଲ୍ ହୋଇଥିଲା। ଶର୍ଲିନ୍ ଭାରତର ଜଣେ ପରିଚିତ ମଡେଲ୍। ସେ ପ୍ଲେ'ବୟ ମ୍ୟାଗାଜିନ୍ ପାଇଁ ନ୍ୟୁଡ୍ (ନଗ୍ନ) ପୋଜ୍ ଦେଇଥିଲେ। ତେବେ ଶର୍ଲିନ୍ ପରେ ଗେଲଙ୍କ ସହ ଆଫେୟାର୍ ଖବରକୁ ଖଣ୍ଡନ କରିଥିଲେ। ଶର୍ଲିନ୍ କହିଥିଲେ ଯେ, ଗେଲ୍ ତାଙ୍କୁ ଡେଟିଂ ଅଫର୍ ଦେଇଥିଲେ।

ନାନସୀଙ୍କ ସହ ବିବାହ ଏବଂ ପରେ ବିଚ୍ଛେଦ: କ୍ରିସ୍ ଗେଲ୍ ଓ ନାନସୀଙ୍କ ମଧ୍ୟ ଲମ୍ବା ସମୟ ଧରି ରୋମାନ୍ସ ଚାଲିଥିଲା। ଜାମାଇକାରେ ରହୁଥିବା ନାନସୀ ପରେ ଗେଲଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଏପରିକି ଦୁହେଁ ଛାଡ଼ପତ୍ର ଦେଇ ପରସ୍ପରଠାରୁ ଅଲଗା ହୋଇଥିଲେ।

ଏବେ ନତାଶାଙ୍କ ସହ ସମ୍ପର୍କ: କୁହାଯାଏ ଯେ, ନତାଶା ଗେଲଙ୍କର ପ୍ରଥମ ଗାର୍ଲଫ୍ରେଣ୍ଡ। ଗେଲଙ୍କ ସହ ତାଙ୍କୁ ୨୦୦୫ରେ ଆଇସିସିର ଏକ ପୁରସ୍କାର ସମାରୋହରେ ଦେଖିବାକୁ ମିଳିଥିଲା। କିନ୍ତୁ ଦିନ ପରେ ଦୁହେଁ ଅଲଗା ହୋଇଯାଇଥିଲା। ଏହା ପରେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଗେଲ୍ ନାନସୀଙ୍କ ସହ ରୋମାନ୍ସ ଆରମ୍ଭ କରିଥିଲେ। କିନ୍ତୁ ଦୁହିଁଙ୍କର ଅଲଗା ହେବା ପରେ ଗେଲଙ୍କ ଜୀବନକୁ ପୁଣି ନତାଶା ଫେରିଥିଲେ। ନାନସୀଙ୍କ ସହ ବିବାବ ବିଚ୍ଛେଦ କାରଣ ନତାଶା ଥିବା କୁହାଯାଏ।

ନତାଶା ଏପ୍ରିଲ୍, ୨୦୧୬ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ, ଯାହାର ନା ବ୍ଲସ୍ ରଖାଯାଇଛି। ଗେଲ୍ ଓ ନତାଶା ବିବାହ କରିଛନ୍ତି କି ନାହିଁ, ତାହା କେହି ଜାଣନ୍ତି ନାହିଁ। କେହି ନତାଶାଙ୍କୁ ଗେଲଙ୍କ ପତ୍ନୀ ବୋଲି କହୁଥିବା ବେଳେ କେହି କୁହନ୍ତି ଯେ, ସେମାନଙ୍କର ବିବାହ ହୋଇନାହିଁ।

Related story