୧୧ଥରର ବିଶ୍ୱ ବିଜେତା ଏବେ ପାରାଲିସିସ୍‌ରେ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଟ୍ରାକ୍ ସାଇକ୍ଲିଂ ରେସ୍‌ରେ ଦୁଇ ଥରର ଚାମ୍ପିୟନ୍ ଏବଂ ୧୧ଥର ବିଶ୍ୱ ବିଜେତା ଜର୍ମାନୀର କ୍ରିଷ୍ଟିନା ଭୋଗେଲ ଏବେ ପାରାଲିସିସ୍‌ରେ ପଡ଼ିଛନ୍ତି। ଏହି ଖବର ପ୍ରଚାର ହେବା ପରେ ସାରା ବିଶ୍ୱରେ ଶୋକର ଛାୟା ଖେଳି ଯାଇଛି। ଏକ ଦୁର୍ଘଟଣା ପରେ ୨୭ ବର୍ଷୀୟ କ୍ରିଷ୍ଟିନା ପାରାଲିସିସ୍‌ର ଶିକାର ହୋଇଥିବା ଜଣାପଡ଼ିଛି। ପ୍ରାୟ ଦୁଇ ମାସ ତଳେ କ୍ରିଷ୍ଟିନା ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ସ୍ପାଇନାଲ୍‌କର୍ଡରେ ଗୁରୁତର ଆଘାତ ଲାଗିଥିଲା । ସେବେଠାରୁ […]

c5

Hemant Lenka
  • Published: Monday, 10 September 2018
  • , Updated: 10 September 2018, 02:43 PM IST
ନୂଆଦିଲ୍ଲୀ: ଅଲିମ୍ପିକ୍ସ ଟ୍ରାକ୍ ସାଇକ୍ଲିଂ ରେସ୍‌ରେ ଦୁଇ ଥରର ଚାମ୍ପିୟନ୍ ଏବଂ ୧୧ଥର ବିଶ୍ୱ ବିଜେତା ଜର୍ମାନୀର କ୍ରିଷ୍ଟିନା ଭୋଗେଲ ଏବେ ପାରାଲିସିସ୍‌ରେ ପଡ଼ିଛନ୍ତି। ଏହି ଖବର ପ୍ରଚାର ହେବା ପରେ ସାରା ବିଶ୍ୱରେ ଶୋକର ଛାୟା ଖେଳି ଯାଇଛି।
ଏକ ଦୁର୍ଘଟଣା ପରେ ୨୭ ବର୍ଷୀୟ କ୍ରିଷ୍ଟିନା ପାରାଲିସିସ୍‌ର ଶିକାର ହୋଇଥିବା ଜଣାପଡ଼ିଛି।
ପ୍ରାୟ ଦୁଇ ମାସ ତଳେ କ୍ରିଷ୍ଟିନା ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ସ୍ପାଇନାଲ୍‌କର୍ଡରେ ଗୁରୁତର ଆଘାତ ଲାଗିଥିଲା । ସେବେଠାରୁ ସେ ଚିକିତ୍ସାଧୀନ ଥିଲେ। ଏବେ ସେ ଗଣମାଧ୍ୟମକୁ ପାରାଲିସିସରେ ପଡ଼ିଥିବା ଜଣାଇଛନ୍ତି।
କିନ୍ତୁ ନୂଆ ସେ ଏକ ସାକ୍ଷାତକାରରେ କହିଛନ୍ତି, ଏବେ ମୋ ପାଖରେ ଆଉ କୌଣସି ଉପାୟ ନାହିଁ । ଆଉ ପୂର୍ବଭଳି ଚାଲି ପାରୁନାହିଁ। ମୁଁ ସର୍ବଦା ଫିଟ୍ ରହିବାକୁ ଚାହେଁ। କିନ୍ତୁ ମୋ ଭାଗ୍ୟରେ ବୋଧେ ଏହା ଆଉ ନାହିଁ । ଲାଗୁଛି, ସାରା ଜୀବନ ଏହି ଅବସ୍ଥାରେ ମୁଁ ରହିବି।”
କ୍ରିଷ୍ଟିନା ଜର୍ମାନ୍ ଟ୍ରାକ୍ ସାଇକ୍ଲିଂ ଟିମ୍ ଇତିହାସର ସବୁଠାରୁ ସଫଳ ଆଥ୍‌ଲେଟ୍‌।
ସେ ଜୁନ୍‌ରେ ଏକ ଟ୍ରେନିଂ ସେସନ୍ ବେଳେ ନେଦରଲ୍ୟାଣ୍ଡସ୍‌ର ଜଣେ ଯୁବ ସାଇକ୍ଲିଷ୍ଟଙ୍କ ସହ ଧକ୍କା ହେବା ଫଳରେ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପରେ ବର୍ଲିନ୍  ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଅନେକ ଅସ୍ତ୍ରୋପଚାର କରାଯାଇଥିଲା । ହେଲେ କୌଣସି ସୁଫଳ ମିଳି ନଥିଲା। ତାଙ୍କ ଜୀବନ ସିନା ବଞ୍ଚି ଯାଇଥିଲା, ହେଲେ ସେ ସବୁଦିନ ପାଇଁ ପାରାଲିସିସ୍‌ରେ ପଡ଼ିଛନ୍ତି। ଏହା ପୂର୍ବରୁ ୨୦୦୯ରେ ମଧ୍ୟ ସେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ, ଯେଉଁଥିରେ ଦୁଇଦିନ ପର୍ଯ୍ୟନ୍ତ ତାଙ୍କୁ ଆର୍ଟିଫିସିଆଲ୍ କୋମାରେ ରହିବାକୁ ପଡ଼ିଥିଲା।

Related story