୨୩ ବର୍ଷରୁ କମ୍ ସି.କେ ନାଇଡୁ କ୍ରିକେଟ୍ ଟ୍ରଫି: ପ୍ରଥମ ଇନିଂସରେ ଓଡ଼ିଶାଠାରୁ ଆସାମ ୨୪୫ରନରେ ଆଗୁଆ

ବଲାଙ୍ଗିର: ଶନିବାରଠାରୁ ବଲାଙ୍ଗିରର ଗାନ୍ଧି ଷ୍ଟାଡିୟମଠାରେ ଆରମ୍ଭ ହୋଇଥିବା ୨୩ ବର୍ଷରୁ କମ୍ ସି.କେ ନାଇଡୁ କ୍ରିକେଟ୍ ଟ୍ରଫିର ପ୍ରଥମ ଇନିଂସରେ ଓଡ଼ିଶାଠାରୁ ଆସାମ ୨୪୫ ରନରେ ଆଗୁଆ ରହିଛି। ଓଡ଼ିଶା ପ୍ରଥମ ଇନିଂସରେ ମାତ୍ର ୧୧୭ ରନରେ ଆଉଟ୍ ହୋଇଯାଇଥିଲା। ଜବାବରେ ଆସାମ ସମସ୍ତ ୱିକେଟ୍ ହରାଇ ପ୍ରଥମ ଇନିଂସରେ କରିଛି ୩୬୨ ରନ୍। ରାହୁଲ ହଜାରିକା ଦ୍ୱିଶତକ ଓ ୱାସିକର ରେହମନଙ୍କ ଶତକ ବଳରେ ଦଳ ଏହି ସ୍କୋର ଛିଡ଼ା କରିପାରିଛି। ରାହୁଲ ୨୭୨ […]

Odisha vs assom

Rakesh Mallick
  • Published: Sunday, 01 November 2015
  • , Updated: 01 November 2015, 01:46 PM IST

ବଲାଙ୍ଗିର: ଶନିବାରଠାରୁ ବଲାଙ୍ଗିରର ଗାନ୍ଧି ଷ୍ଟାଡିୟମଠାରେ ଆରମ୍ଭ ହୋଇଥିବା ୨୩ ବର୍ଷରୁ କମ୍ ସି.କେ ନାଇଡୁ କ୍ରିକେଟ୍ ଟ୍ରଫିର ପ୍ରଥମ ଇନିଂସରେ ଓଡ଼ିଶାଠାରୁ ଆସାମ ୨୪୫ ରନରେ ଆଗୁଆ ରହିଛି। ଓଡ଼ିଶା ପ୍ରଥମ ଇନିଂସରେ ମାତ୍ର ୧୧୭ ରନରେ ଆଉଟ୍ ହୋଇଯାଇଥିଲା। ଜବାବରେ ଆସାମ ସମସ୍ତ ୱିକେଟ୍ ହରାଇ ପ୍ରଥମ ଇନିଂସରେ କରିଛି ୩୬୨ ରନ୍। ରାହୁଲ ହଜାରିକା ଦ୍ୱିଶତକ ଓ ୱାସିକର ରେହମନଙ୍କ ଶତକ ବଳରେ ଦଳ ଏହି ସ୍କୋର ଛିଡ଼ା କରିପାରିଛି। ରାହୁଲ ୨୭୨ ବଲରୁ ୨୬ଟି ଚୌକା ଓ ୩ଟି ଛକା ମାରି ୨୦୯ ରନ୍ ସଂଗ୍ରହ କରିଥିଲେ। ସେହିପରି ରେହମନ ୧୮ଟି ଚୌକା ମାରି ୧୧୦ ରନ୍ ସଂଗ୍ରହ କରିଥିଲେ। ତେବେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ତିନି ଜଣ ବ୍ୟାଟ୍ସମ୍ୟାନ୍ ଶୂନରେ ଆଉଟ୍ ହୋଇଥିଲେ।

ଅନ୍ୟପକ୍ଷରେ ପ୍ରଥମ ଇନିଂସରେ ମାତ୍ର ୧୧୭ ରନରେ ଆଉଟ୍ ହୋଇଯାଇଥିବା ଓଡ଼ିଶା ଦଳ ଆଜି  ତାର ଦ୍ୱିତୀୟ ଇନିଂସ ଖେଳ ଆରମ୍ଭ କରିଛି। ଦଳ ଦୁଇଟି ୱିକେଟ୍ ହରାଇ ୪୩ ରନ୍ କରିଛି।

Related story