କ୍ରୀଡାବିତଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦେବାରେ ଓଡ଼ିଶା ଦେଶରେ ଦ୍ୱିତୀୟ

ଭୁବନେଶ୍ୱର: କ୍ରୀଡାବିତଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦେବାରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ନାଁ କରିଛି ଓଡିଶା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ସମୀକ୍ଷା ବୈଠକ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଓଡିଶାରେ ୪୩ ଜଣ କ୍ରୀଡାବିତଙ୍କୁ ପୋଲିସ ବିଭାଗର ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ସେଥିମଧ୍ୟରୁ ୩୭ ଜଣ ହେଉଛନ୍ତି ମହିଳା। ସେହିପରି ବର୍ତ୍ତମାନ ସୁଦ୍ଧା ପୋଲିସ ବିଭାଗରେ ଚାକିରି ପାଇଁ ୩୦୦ ଜଣଙ୍କ […]

cm review on sports person appointment in odisha police

Rakesh Mallick
  • Published: Thursday, 08 October 2015
  • , Updated: 08 October 2015, 02:09 PM IST

ଭୁବନେଶ୍ୱର: କ୍ରୀଡାବିତଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦେବାରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ନାଁ କରିଛି ଓଡିଶା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ସମୀକ୍ଷା ବୈଠକ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଓଡିଶାରେ ୪୩ ଜଣ କ୍ରୀଡାବିତଙ୍କୁ ପୋଲିସ ବିଭାଗର ବିଭିନ୍ନ ପଦ ପଦବୀରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ସେଥିମଧ୍ୟରୁ ୩୭ ଜଣ ହେଉଛନ୍ତି ମହିଳା। ସେହିପରି ବର୍ତ୍ତମାନ ସୁଦ୍ଧା ପୋଲିସ ବିଭାଗରେ ଚାକିରି ପାଇଁ ୩୦୦ ଜଣଙ୍କ ଆବେଦନ ସରକାରଙ୍କ ବିଚାରାଧୀନ ରହିଛି। ଆବେଦନ ଯାଞ୍ଚ କରିବା ସହ ନିଯୁକ୍ତି ପ୍ରକ୍ରିୟା ତ୍ୱାରାନ୍ୱିତ କରିବାକୁ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଗୃହ ସଚିବ, ପୋଲିସ ଡିଜି  ଏବଂ କ୍ରୀଡା ସଚିବ ପ୍ରମୁଖ ଉପସ୍ଥିତ ଥିଲେ।

କ୍ରୀଡାବିତଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦେବାରେ ହରିଆଣା ପ୍ରଥମ ସ୍ଥାନରେ ରହିଛି। ହରିଆଣା ସରକାର  ୫୦ ଜଣ କ୍ରୀଡାବିତଙ୍କୁ ପୋଲିସ୍ ଚାକିରି ଦେଇଥିବା ଜଣାପଡିଛି।

Related story