ନବମ ଶ୍ରେଣୀରୁ କ୍ୟାପଟେନ୍ କଳା ଶିଖିଥିଲେ ରୋହିତ୍ ଶର୍ମା

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ରୋହିତ୍ ଶର୍ମା ପୁଣିଥରେ ନିଜର ଦମଦାର କ୍ୟାପଟେନଶିପର ପରିଚୟ ଦେଇଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମଥର ଆଇପିଏଲ୍ ଟ୍ରଫି ଜିତି ରେକର୍ଡ ସ୍ଥାପନ କରିଛନ୍ତି। ତେବେ ରୋହିତଙ୍କ ଭିତରେ କ୍ୟାପଟେନଶିପ୍ କଳା ପିଲାଦିନରୁ ଥିଲା। ଏହା ଆମେ କହୁନୁ, କହିଛନ୍ତି ତାଙ୍କ ପିଲାଦିନର କୋଚ୍ ଦିନେଶ ଲାଡ୍। ଭାରତୀୟ କ୍ରିକେଟ୍ ଟିମର ସୀମିତ ଓଭର ଭାଇସ୍ କ୍ୟାପଟେନ୍ ରୋହିତଙ୍କ ଆତ୍ମଜୀବନୀ ‘ଦି ହିଟ୍ ମ୍ୟାନ୍: ଦି ରୋହିତ୍ ଶର୍ମା ଷ୍ଟୋରୀ’ରେ […]

rohit

Ranjit Kumar Jena
  • Published: Thursday, 12 November 2020
  • , Updated: 12 November 2020, 05:45 PM IST

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ରୋହିତ୍ ଶର୍ମା ପୁଣିଥରେ ନିଜର ଦମଦାର କ୍ୟାପଟେନଶିପର ପରିଚୟ ଦେଇଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମଥର ଆଇପିଏଲ୍ ଟ୍ରଫି ଜିତି ରେକର୍ଡ ସ୍ଥାପନ କରିଛନ୍ତି। ତେବେ ରୋହିତଙ୍କ ଭିତରେ କ୍ୟାପଟେନଶିପ୍ କଳା ପିଲାଦିନରୁ ଥିଲା। ଏହା ଆମେ କହୁନୁ, କହିଛନ୍ତି ତାଙ୍କ ପିଲାଦିନର କୋଚ୍ ଦିନେଶ ଲାଡ୍।

ଭାରତୀୟ କ୍ରିକେଟ୍ ଟିମର ସୀମିତ ଓଭର ଭାଇସ୍ କ୍ୟାପଟେନ୍ ରୋହିତଙ୍କ ଆତ୍ମଜୀବନୀ 'ଦି ହିଟ୍ ମ୍ୟାନ୍: ଦି ରୋହିତ୍ ଶର୍ମା ଷ୍ଟୋରୀ'ରେ ଦିନେଶ ଲାଡ୍ ଏହି କଥା କହିଛନ୍ତି। ଲାଡ୍ କହିଛନ୍ତି, ସ୍କୁଲ୍ ସମୟରୁ ହିଁ ରୋହିତ ନିଜ ଦମରେ ମ୍ୟାଚ୍ ଜିତାଇବାର କଳା ଜାଣିଥିଲେ। ତାଙ୍କ ଭିତରେ ନେତୃତ୍ୱର ଦକ୍ଷତା ଥିଲା। ସେ ୱିକେଟ୍ ନେବା ସହ ଶତକ ମଧ୍ୟ ମାରୁଥିଲେ। ରୋହିତ୍ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ମୁଁ ତାଙ୍କୁ ଟିମର କ୍ୟାପଟେନ୍ କରିଥିଲି।

ଲାଡ୍ ଆହୁରି କହିଛନ୍ତି, ରୋହିତ୍ ଖୁବ୍ ଆକ୍ରମଣାତ୍ମକ ଥିଲେ ଏବଂ ସର୍ବଦା ମ୍ୟାଚ୍ ଜିତିବାକୁ ଚାହୁଁଥିଲେ। ଏହା ସହ ବିଜୟରେ ସେ ନିଜର ଯୋଗଦାନ ଦେବାକୁ ଚାହୁଁଥିଲେ। ମୁଁ ତାଙ୍କୁ ସର୍ବଦା କ୍ରିଜ୍ ଭିତରେ ଶାନ୍ତ ରହିବ ଖେଳିବାକୁ ପରାମର୍ଶ ଦେଉଥିଲି। କାରଣ ରୋହିତ୍ ଟେକନିକରେ ବେଶ୍ ମଜଭୁତ୍ ଥିଲେ ଏବଂ କ୍ରିଜ୍ ଭିତରେ ସେଟ୍ ହେବା ତାଙ୍କୁ ଆଉଟ୍ କରିବା ଅସମ୍ଭବ ଥିଲା।

ପ୍ରସିଦ୍ଧ କ୍ରିକେଟ୍ ସ୍ତମ୍ଭକାର ବିଜୟ ଲୋକାପଲ୍ଲୀ ଓ ଜି କ୍ରିଷ୍ଣନଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ ରୋହିତଙ୍କ ସ୍ୱର୍ଣ୍ଣିମ ଯାତ୍ରାର କିଛି ଅଜଣା କଥା ଉଲ୍ଲେଖ ହୋଇଛି। ଏହା ସହ ତାଙ୍କର ସାଥୀ ଖେଳାଳି, କୋଚ୍ ଓ ସାଙ୍ଗମାନେ ମଧ୍ୟ ରୋହିତଙ୍କ ସମ୍ବନ୍ଧରେ ଅନେକ କିଛି କହିଛନ୍ତି। ଏହି ପୁସ୍ତକ ନଭେମ୍ବର ୧୮ ତାରିଖରେ ଉନ୍ମୋଚିତ ହେବ।

ସୂଚନାଯୋଗ୍ୟ, ରୋହିତଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପଞ୍ଚମଥର ଆଇପିଏଲ୍ ବିଜେତା ହୋଇଛି। ଫାଇନାଲରେ ଦିଲ୍ଲୀ ୨୦ ଓଭରରେ ୧୫୬ ରନ୍ କରିଥିଲେ। ଏହାର ଜବାବରେ ମୁମ୍ବାଇ ୧୮.୪ ଓଭରରେ ୫ ୱିକେଟ୍ ହରାଇ ମ୍ୟାଚକୁ ଏକତରଫା ଜିତି ନେଇଥିଲା। ରୋହିତ୍ ଏହି ମ୍ୟାଚରେ ୬୮ ରନର ଇନିଂସ୍ ଖେଳିଥିଲେ।

Related story