ଟି-୨୦ରେ ଏହି ବୋଲର୍ କଲେ ବିଶ୍ୱ ରେକର୍ଡ, ଦେଖନ୍ତୁ ଭିଡିଓ

ଲଣ୍ଡନ: ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କଲିନ୍ ଆକରମ୍ୟାନ୍ ଟି-୨୦ କ୍ରିକେଟର ଗୋଟିଏ ମ୍ୟାଚରେ ୭ ୱିକେଟ୍ ନେଇ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ବୁଧବାର ବର୍ମିଂହାମ୍ ବିୟର୍ସ ବିପକ୍ଷ ଖେଳାଯାଇଥିବା ଟି-୨୦ ବ୍ଲାଷ୍ଟର ମ୍ୟାଚରେ ଲିସେଷ୍ଟରଶାୟର୍ ପକ୍ଷରୁ ଖେଳି ଆକରମ୍ୟାନ୍ ୧୮ ରନ୍ ନେଇ ୭ ୱିକେଟ୍ ହାସଲ କରିଛନ୍ତି। ଏହା ଟି-୨୦ କ୍ରିକେଟର ଶ୍ରେଷ୍ଠ ବୋଲିଂ ଫିଗର୍। 0️⃣3️⃣4️⃣W0️⃣1️⃣0️⃣1️⃣1️⃣1️⃣1️⃣1️⃣W2️⃣W0️⃣W0️⃣W1️⃣1️⃣W1️⃣W Colin Ackermann takes 7/18 – the best bowling figures in T20 history […]

colin-

colin-

Ranjit Kumar Jena
  • Published: Thursday, 08 August 2019
  • Updated: 08 August 2019, 04:02 PM IST

Sports

Latest News

ଲଣ୍ଡନ: ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କଲିନ୍ ଆକରମ୍ୟାନ୍ ଟି-୨୦ କ୍ରିକେଟର ଗୋଟିଏ ମ୍ୟାଚରେ ୭ ୱିକେଟ୍ ନେଇ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ବୁଧବାର ବର୍ମିଂହାମ୍ ବିୟର୍ସ ବିପକ୍ଷ ଖେଳାଯାଇଥିବା ଟି-୨୦ ବ୍ଲାଷ୍ଟର ମ୍ୟାଚରେ ଲିସେଷ୍ଟରଶାୟର୍ ପକ୍ଷରୁ ଖେଳି ଆକରମ୍ୟାନ୍ ୧୮ ରନ୍ ନେଇ ୭ ୱିକେଟ୍ ହାସଲ କରିଛନ୍ତି। ଏହା ଟି-୨୦ କ୍ରିକେଟର ଶ୍ରେଷ୍ଠ ବୋଲିଂ ଫିଗର୍।

ଆକରମ୍ୟାନଙ୍କ ଏହି ଘାତକ ବୋଲିଂ ବଳରେ ଲିସେଷ୍ଟରଶାୟର୍ ୫୫ ରନରେ ମୁକାବିଲାକୁ ଜିତି ନେଇଥିଲା। ଆକରମ୍ୟାନ୍ ୭ଟିରୁ ୬ଟି ୱିକେଟ୍ କେବଳ ଦୁଇ ଓଭର ବ୍ୟବଧାନରେ ନେଇଛନ୍ତି। ୧୯୦ ରନର ଲକ୍ଷ୍ୟର ପିଛା କରୁଥିବା ବର୍ମିଂହାମ୍ ଟିମ୍ ତା'ର ଶେଷ ୮ ୱିକେଟ୍ ମାତ୍ର ୨୦ ରନରେ ହରାଇ ବସିଥିଲା। ବର୍ମିଂହାମର ପୂରା ଟିମ୍ ୧୩୪ ରନରେ ଅଲଆଉଟ୍ ହୋଇଯାଇଥିଲା।

ଆକରମ୍ୟାନ୍ ନିଜ ବୋଲିଂ ଦ୍ୱାରା ମାଇକେଲ୍ ବର୍ଜେସ୍, ସ୍ୟାମ୍ ହେନ୍, ୱିଲ୍ ରୋଡ୍ସ, ଲିଆମ୍ ବ୍ୟାଙ୍କସ, ଆଲେକ୍ସ ଥମସନ୍, ହେନରୀ ବ୍ରୁକ୍ସ ଓ ଯୀତନ ପଟେଲଙ୍କ ୱିକେଟ୍ ନେଇଛନ୍ତି। ସେ ମ୍ୟାଲେସିଆ ବୋଲର ଅରୁଲ୍ ସୁପିୟାହୋଙ୍କ ରେକର୍ଡ ଭାଙ୍ଗିଛନ୍ତି। ୨୦୧୧ରେ ସେ ସମରସେଟ୍ ପକ୍ଷରୁ ଖେଳି ଗ୍ଲାମରଗାନ୍ ବିପକ୍ଷ ମ୍ୟାଚରେ ୫ ରନ୍ ଦେଇ ୬ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos