ଭାରତକୁ ବକ୍ସିଂ ଓ ଟ୍ରିପଲ୍ ଜମ୍ପରେ ମିଳିଲା ୩ ସ୍ୱର୍ଣ୍ଣ, ହକିରେ ବ୍ରୋଞ୍ଜ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ୨ ସ୍ୱର୍ଣ୍ଣ ସହ ହକି ଟିମ୍‌କୁ ବ୍ରୋଞ୍ଜ ପଦକ ମିଳିଛି। ବକ୍ସିଂରେ ଭାରତ ୨ ଖେଳାଳି ଜିତିଲେ ସ୍ୱର୍ଣ୍ଣ। ୪୮ କେଜି ବର୍ଗ ମହିଳା ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ନିତୁ ଘଂଘାସ। ସେ ଫାଇନାଲରେ ଇଂଲଣ୍ଡର ବିଶ୍ୱ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ବିଜେତା ଡେମି-ଜାଡେ ରେଜଟାନଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ସୂଚନା ଥାଉକି ୨୧ ବର୍ଷିୟ ନିତୁ ସେମିଫାଇନାଲାରେ କାନାଡ଼ାର ଖେଳାଳିଙ୍କୁ ପରାଜିତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲେ। […]

Gold

  • Published: Sunday, 07 August 2022
  • , Updated: 07 August 2022, 07:38 PM IST

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ୨ ସ୍ୱର୍ଣ୍ଣ ସହ ହକି ଟିମ୍‌କୁ ବ୍ରୋଞ୍ଜ ପଦକ ମିଳିଛି। ବକ୍ସିଂରେ ଭାରତ ୨ ଖେଳାଳି ଜିତିଲେ ସ୍ୱର୍ଣ୍ଣ। ୪୮ କେଜି ବର୍ଗ ମହିଳା ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ନିତୁ ଘଂଘାସ। ସେ ଫାଇନାଲରେ ଇଂଲଣ୍ଡର ବିଶ୍ୱ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ବିଜେତା ଡେମି-ଜାଡେ ରେଜଟାନଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ସୂଚନା ଥାଉକି ୨୧ ବର୍ଷିୟ ନିତୁ ସେମିଫାଇନାଲାରେ କାନାଡ଼ାର ଖେଳାଳିଙ୍କୁ ପରାଜିତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲେ।

ସେହିପରି ୪୮-୫୧ କେଜି ବର୍ଗ ପୁରୁଷ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଅମିତ ପଙ୍ଗଲ। ସେ ଫାଇନାଲରେ ଇଂଲଣ୍ଡର କିଆରନ୍ ମ୍ୟାକଡୋନାଲ୍ଡଙ୍କୁ  ୫-୦ ପଏଣ୍ଟରେ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି।

[caption id="attachment_755582" align="aligncenter" width="650"] ଫାଇନାଲ ଜିତିଥିବା ଅମିତ ପଙ୍ଗଲ।[/caption]

ସେହିପରି ମହିଳା ହକିରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ମହିଳାଙ୍କ ବ୍ରୋଞ୍ଜ ପଦକ ହାସଲ କରିଛି। ପେନାଲିଟି ସୁଟ୍ ଆଉଟରେ ନ୍ୟୁଜିଲାଣ୍ଡକୁ ୨-୧ରେ ହରାଇଲା ଭାରତ। ନିର୍ଦ୍ଧାରିତ ସମୟରେ ୧-୧ ଗୋଲ୍‌ରେ ଖେଳ ବରାବର ରହିଥିଲା। ଫଳରେ ଦୀର୍ଘ ୧୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳକୁ ପଦକ ମିଳିଛି। ୨୦୦୬ ମସିହାରେ ଭାରତୀୟ ମହିଳା ହକି ଟିମ ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ ପଦକ ହାସଲ କରିଥିଲା।

[caption id="attachment_755593" align="aligncenter" width="650"] ସ୍ୱର୍ଣ୍ଣ ପଦକ ଜିତିଥିବା ଏଲଧସ ପୌଲ୍।[/caption]

ସେହିପରି ଟ୍ରିପଲ୍ ଜମ୍ପରେ ଭାରତକୁ ଆଜି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ଏଲଧସ ପୌଲ୍। ଅବଦୁଲ୍ଲା ଆବୁବାକର ଜିତିଲେ ରୌପ୍ୟ ପଦକ। ସେମାନେ ଯଥାକ୍ରମେ ୧୭.୩ ମିଟର ଓ ୧୭.୨ ମିଟର ଡେଇଁ ପଦକ ହାସଲ କରିଥିଲେ।

ପୁରୁଷ ବର୍ଗରେ ୧୦ କିଲୋମିଟର ରେସ ୱାକରେ ସନ୍ଦୀପ କୁମାର ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୪୫କୁ ବୃଦ୍ଧି। ଭାରତକୁ ମିଳିଲାଣି ୧୬ ସ୍ୱର୍ଣ୍ଣ, ୧୨ ରୌପ୍ୟ ଓ ୧୭ ବ୍ରୋଞ୍ଜ ପଦକ।

[caption id="attachment_755597" align="aligncenter" width="650"] ବ୍ରୋଞ୍ଜ ବିଜୟୀ ଭାରତୀୟ ମହିଳା ହକି ଦଳ।[/caption]

ସେପଟେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ପିଭି ସିନ୍ଧୁ। ସେମିଫାଇନାଲରେ ସେ ସିଙ୍ଗାପୁରର ଜିଆ ମିନ୍ ୟୋଙ୍କୁ ୨୧-୧୯, ୨୧-୧୭ରେ ହରାଇଛନ୍ତି। ଭାରତୀୟ ସଟଲର ଲାସଖ୍ୟ ସେନ୍ ବ୍ୟାଡମିଣ୍ଟନ୍ ପୁରୁଷ ସିଙ୍ଗଲ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣି ୨ ଭାରତୀୟ ଖେଳାଳି ସ୍ୱର୍ଣ୍ଣ ପଦକ ଜିତିବା ନେଇ ଆଶା ପ୍ରକାଶ ପାଇଛି।

 

Related story