ରାଜ୍ୟଗୋଷ୍ଠୀ କ୍ରୀଡ଼ା: ବିଭିନ୍ନ ବର୍ଗରେ ଭାରତ ହାତେଇଲା ୬ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ଭାରତକୁ ୬ଟି ସ୍ୱର୍ଣ୍ଣପଦକ ମିଳିଛି। ୫୦କେଜି ବର୍ଗ କୁସ୍ତିରେ ଭିନେଶ ଫୋଗଟଙ୍କୁ ସ୍ୱର୍ଣ୍ଣ ମିଳିଛି। ସେହିପରି ୧୨୫ କେଜି କୁସ୍ତିରେ ସୁମିତ ମଲ୍ଲିକ ସ୍ୱର୍ଣ୍ଣ ଜିତିଛନ୍ତି।  ୬୨କେଜି ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ପୂର୍ବରୁ ସାକ୍ଷୀ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇଥିଲେ। ଜାଭେଲିନରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।  ଜାଭେଲିନରେ ୮୬.୪୭ମିଟର ଦୂରକୁ ଫିଙ୍ଗି ନୀରଜ ଭାରତ […]

AP4_14_2018_000011B

Rakesh Mallick
  • Published: Saturday, 14 April 2018
  • , Updated: 14 April 2018, 02:42 PM IST

ନୂଆଦିଲ୍ଲୀ: ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ଭାରତକୁ ୬ଟି ସ୍ୱର୍ଣ୍ଣପଦକ ମିଳିଛି। ୫୦କେଜି ବର୍ଗ କୁସ୍ତିରେ ଭିନେଶ ଫୋଗଟଙ୍କୁ ସ୍ୱର୍ଣ୍ଣ ମିଳିଛି। ସେହିପରି ୧୨୫ କେଜି କୁସ୍ତିରେ ସୁମିତ ମଲ୍ଲିକ ସ୍ୱର୍ଣ୍ଣ ଜିତିଛନ୍ତି।  ୬୨କେଜି ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ପୂର୍ବରୁ ସାକ୍ଷୀ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇଥିଲେ।

ଜାଭେଲିନରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି।  ଜାଭେଲିନରେ ୮୬.୪୭ମିଟର ଦୂରକୁ ଫିଙ୍ଗି ନୀରଜ ଭାରତ ପାଇଁ ଆଥଲେଟିକସରେ ପ୍ରଥମ ସ୍ୱର୍ଣ୍ଣ ପଦକ ପାଇଛନ୍ତି।

ବକ୍ସିଂରେ ଆଜି ଦୁଇଟି ସ୍ୱର୍ଣ୍ଣ ମିଳିଛି।  ମେରିକମ୍ ଓ ଗୌରବ ସୋଲାଙ୍କି  ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବକ୍ସିଂର ୪୮କେଜି ବର୍ଗରେ ମେରିକମ୍ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଥିଲେ।  ନର୍ଥନ ଆୟରଲାଣ୍ଡର କ୍ରିଷ୍ଟିନା ଓହାରାଙ୍କୁ ୫-୦ରେ ପରାସ୍ତ କରି ପ୍ରଥମଥର ପାଇଁ ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ଜିତିଛନ୍ତି। ବକ୍ସିଂର ୫୨କେଜି ବର୍ଗରେ ଗୌରବ ସୋଲାଙ୍କି ସ୍ୱର୍ଣ୍ଣପଦକ ହାତେଇଛନ୍ତି। ସେହିପରି ୬୦କେଜି ବର୍ଗରେ ମନୀଷ କୌଶିକ ରୌପ୍ୟ ପଦକ ପାଇଥିବା ବେଳେ ୪୯କେଜି ବର୍ଗରେ ଅମିତ ଫଙ୍ଗଲ୍ ରୌପ୍ୟ ପଦକ ଜିତିଛନ୍ତି।

୫୦ମିଟର ରାଇଫଲ ସୁଟିଂରେ ସଞ୍ଜୀବ ରାଜପୁତ ଭାରତ ପାଇଁ  ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତ ବର୍ତ୍ତମାନ ସୁଦ୍ଧା ୨୩ଟି ସ୍ୱର୍ଣ୍ଣ ପଦକ ସହ ତୃତୀୟ ସ୍ଥାନରେ ରହିଛି।

Related story