ଗେଲଙ୍କ ଆଉ ଏକ ବିସ୍ଫୋରକ ଇନିଂସ୍

ନୂଆଦିଲ୍ଲୀ: ସେଣ୍ଟ କିଟ୍ସରେ ମଙ୍ଗଳବାର ରାତିରେ ଖେଳାଯାଇଥିବା କ୍ୟାରିବିୟାନ୍ ପ୍ରିମିୟର ଲିଗ୍ (ସିପିଏଲ)ର ଜାମାଇକା ତାଲାୱାସ୍ ଓ ସେଣ୍ଟ କିଟ୍ସ ଓ ନେଭିସ୍ ପାଟ୍ରିଅଟ୍ସ ମ୍ୟାଚରେ ଏକାଧିକ ରେକର୍ଡ ସ୍ଥାପନ ହୋଇଛି। ଜାମାଇକା ପକ୍ଷରୁ ଖେଳୁଥିବା କ୍ରିସ୍ ଗେଲ୍ ଟି-୨୦ରେ ନିଜର ୨୨ତମ ଶତକ ହାସଲ କରିଛନ୍ତି। ଚଳିତମାସ ୪୦ ବର୍ଷରେ ପାଦ ଦେବାକୁ ଥିବା ଗେଲ୍ ୫୯ ଇନିଂସ୍ ପରେ ଟି-୨୦ରେ ଶତକ ମାରିଛନ୍ତି। ସେ ଶେଷଥର ପାଇଁ ଆଇପିଏଲ୍-୨୦୧୮ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଅପରାଜିତ […]

gayle

gayle

Ranjit Kumar Jena
  • Published: Wednesday, 11 September 2019
  • Updated: 11 September 2019, 05:55 PM IST

ନୂଆଦିଲ୍ଲୀ: ସେଣ୍ଟ କିଟ୍ସରେ ମଙ୍ଗଳବାର ରାତିରେ ଖେଳାଯାଇଥିବା କ୍ୟାରିବିୟାନ୍ ପ୍ରିମିୟର ଲିଗ୍ (ସିପିଏଲ)ର ଜାମାଇକା ତାଲାୱାସ୍ ଓ ସେଣ୍ଟ କିଟ୍ସ ଓ ନେଭିସ୍ ପାଟ୍ରିଅଟ୍ସ ମ୍ୟାଚରେ ଏକାଧିକ ରେକର୍ଡ ସ୍ଥାପନ ହୋଇଛି। ଜାମାଇକା ପକ୍ଷରୁ ଖେଳୁଥିବା କ୍ରିସ୍ ଗେଲ୍ ଟି-୨୦ରେ ନିଜର ୨୨ତମ ଶତକ ହାସଲ କରିଛନ୍ତି।

ଚଳିତମାସ ୪୦ ବର୍ଷରେ ପାଦ ଦେବାକୁ ଥିବା ଗେଲ୍ ୫୯ ଇନିଂସ୍ ପରେ ଟି-୨୦ରେ ଶତକ ମାରିଛନ୍ତି। ସେ ଶେଷଥର ପାଇଁ ଆଇପିଏଲ୍-୨୦୧୮ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଅପରାଜିତ ୧୦୪ ରନ୍ କରିଥିଲେ। ସେଣ୍ଟ କିଟ୍ସ ଏବଂ ନେଭିସ୍ ପ୍ୟାଟ୍ରିଅଟ୍ସ ବିପକ୍ଷରେ ଗେଲ୍ ୬୨ ବଲରେ ୧୧୬ ରନର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୦ ଛକା ଓ ୭ ଚୌକା ସାମିଲ୍ ଅଛି।

'ୟୁନିଭର୍ସ ବସ୍' ଭାବେ ପରିଚିତ ଗେଲ୍ ଚାଡୱିକ୍ ୱାଲଟନଙ୍କ ସହ ମିଶି ୧୬୨ ରନର ଭାଗୀଦାରୀ କରିଥିଲେ। ୱାଲଟନ୍ ୩୬ ବଲରେ ୮ ଛକା ଓ ୩ ଚୌକା ସହ ୭୩ ରନ୍ କରିଥିଲେ । ଗେଲଙ୍କ ଏହି ବିସ୍ଫୋରକ ଶତକ ବଳରେ ଜାମାଇକା ୨୦ ଓଭରରେ ୪ ୱିକେଟ୍ ହରାଇ ୨୪୧ ରନ୍ କରିଥିଲା। ଜାମାଇକାର ଇନିଂସରେ ମୋଟ ୨୧ ଛକା ମରାଯାଇଥିଲା, ଯାହା ଟି-୨୦ କ୍ରିକେଟ୍ ଇତିହାସରେ ଯୁଗ ଭାବେ ତୃତୀୟ ସର୍ବାଧିକ।

କେବଳ ଏତିକି ନୁହେଁ, ଏହି ମ୍ୟାଚରେ ମୋଟ ୩୭ ଛକା ମରାଯାଇଛି, ଯାହା ଟି-୨୦ କ୍ରିକେଟରେ ଯୁଗ୍ମ ଭାବେ ସର୍ବାଧିକା ଛକାର ରେକର୍ଡ। ୨୦୧୮ରେ ଆଫଗାନିସ୍ତାନ ପ୍ରିମିୟର୍ ଲିଗ୍ (ଏପିଏଲ)ରେ ଖେଳାଯାଇଥିବା ଲିଜେଣ୍ଡସ୍ ଓ କାବୁଲ ଜ୍ୱାନାନ୍ ମ୍ୟାଚରେ ମୋଟ ୩୭ ଛକା ମରାଯାଇଥିଲା। ଏହି ମ୍ୟାଚରେ ମଧ୍ୟ ଗେଲ୍ ଲିଜେଣ୍ଡସ୍ ପକ୍ଷରୁ ଖେଳି ୧୦ ଛକା ମାରିଥିଲେ।

କିନ୍ତୁ ଗତ ରାତିରେ ଖେଳାଯାଇଥିବା ମ୍ୟାଚରେ ଗେଲଙ୍କ ଶତକ ସତ୍ତ୍ୱେ ଜାମାଇକା ମୁକାବିଲା ହାରିଯାଇଥିଲା। ସେଣ୍ଟ କିଟ୍ସ ଏବଂ ପ୍ୟାଟ୍ରିଅଟ୍ସ ୧୮.୫ ଓଭରରେ ୬ ୱିକେଟ୍ ହରାଇ ୨୪୨ ରନ୍ କରି ମ୍ୟାଚକୁ ଜିତି ନେଇଥିଲା। ଏହାସହ ଟି-୨୦ କ୍ରିକେଟ୍ ଇତିହାସରେ ରନ୍ ଚେଜ୍ ମାମଲାରେ ଏହା ଦ୍ୱିତୀୟ ସର୍ବାଧିକ। ଏହା ପୂର୍ବରୁ ୨୦୧୮ରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଅଷ୍ଟ୍ରେଲିଆ ୨୪୪ ରନର ବିଜୟଲକ୍ଷ୍ୟକୁ ପିଛା କରିବାରେ ସଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos