କ୍ରିକେଟ୍‌ କ୍ରେଜ୍‌: ଟିକେଟ୍‌ ପାଇଁ ରାତିରୁ ଲାଇନ୍‌ ଲଗାଇଛନ୍ତି ଲୋକେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀ ଟି-ଟ୍ୱେଣ୍ଟିକୁ ମଝିରେ ଆଉ ମାତ୍ର ୩ ଦିନ। ଆସନ୍ତା ୨୦ ତାରିଖରେ ବାରବାଟୀ ମ୍ୟାଚ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି। ସକାଳ ୯ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଏଥିପାଇଁ ଓସିଏ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ଆଇନ ଶୃଙ୍ଖଳା ଦୃଷ୍ଟିରୁ କାଉଣ୍ଟର ନିକଟରେ ବ୍ୟାରିକେଡ ଲଗାଯିବା ସହ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସାଧାରଣ ଦର୍ଶକଙ୍କ ପାଇଁ ୧୨, ୫୨୯ଟି  […]

tikat-payni-bhida-2

Rakesh Mallick
  • Published: Saturday, 16 December 2017
  • , Updated: 16 December 2017, 04:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାରବାଟୀ ଟି-ଟ୍ୱେଣ୍ଟିକୁ ମଝିରେ ଆଉ ମାତ୍ର ୩ ଦିନ। ଆସନ୍ତା ୨୦ ତାରିଖରେ ବାରବାଟୀ ମ୍ୟାଚ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି। ସକାଳ ୯ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଏଥିପାଇଁ ଓସିଏ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା। ଆଇନ ଶୃଙ୍ଖଳା ଦୃଷ୍ଟିରୁ କାଉଣ୍ଟର ନିକଟରେ ବ୍ୟାରିକେଡ ଲଗାଯିବା ସହ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସାଧାରଣ ଦର୍ଶକଙ୍କ ପାଇଁ ୧୨, ୫୨୯ଟି  ଟିକେଟ୍ ବିକ୍ରି କରାଯିବ। ଟିକେଟ୍ କିଣିବାକୁ ରାତି ଅଧରୁ ଲମ୍ବା ଲାଇନ୍ ଲଗାଇଛନ୍ତି ଦର୍ଶକ। ସେପଟେ ୭୫ଟି ସିସିଟିଭି ନଜରରେ ରହିଛି ପୂରା ବାରବାଟୀ ଷ୍ଟାଡିୟମ। ମ୍ୟାଚ୍ ପାଇଁ ଆସନ୍ତା ୧୮ ତାରିଖ ଅପରାହ୍ନରେ ଉଭୟ ଟିମ୍ ଇଣ୍ଡିଆ ଓ ଶ୍ରୀଲଙ୍କା ଦଳ ଭୁବନେଶ୍ୱର ପହଞ୍ଚିବେ। ୧୯ ତାରିଖରେ ଉଭୟ ଦଳ ନେଟ୍ ପ୍ରାକ୍ଟିସ କରିବେ। ଏବଂ ୨୦ ତାରିଖ ସନ୍ଧ୍ୟାରେ ଶ୍ରୀଲଙ୍କା ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ।

https://youtu.be/tv426vbRPcc

Related story