ରୋହିତ୍, ରାହାଣେ ଆଉଟ୍, ଭାରତର ଅଧା ବ୍ୟାଟ୍ସମ୍ୟାନ୍ ଫେରିଲେ ଫ୍ୟାଭିଲିୟନ୍

ଅହମ୍ମଦାବାଦ: ଏଠାରେ ଚାଲିଥିବା ଭାରତ ଓ ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡ ଟିମର ସ୍ପିନର ଜ୍ୟାକ୍ ଲିଚ୍ ଦ୍ୱିତୀୟ ଦିବସରେ ଆରମ୍ଭରୁ ସଫଳତା ହାସଲ କରିଛନ୍ତି। ପ୍ରଥମ ଦିବସରେ ଅପରାଜିତ ଥିବା ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ଅଜିଙ୍କ୍ୟ ରାହାଣେ ଦ୍ୱିତୀୟ ଦିବସରେ ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନାହାନ୍ତି। ଉଭୟ ରାହାଣେ ଓ ରୋହିତଙ୍କ ଶିକାର କରିଛନ୍ତି ଲିଚ୍। ଭାରତର ସ୍କୋର ୧୧୪ ଥିବା ବେଳେ ରାହାଣେ (୭) ଏଲବିଡବ୍ଲ୍ୟୁ ହୋଇଥିବା […]

india

Ranjit Kumar Jena
  • Published: Thursday, 25 February 2021
  • , Updated: 25 February 2021, 03:18 PM IST

ଅହମ୍ମଦାବାଦ: ଏଠାରେ ଚାଲିଥିବା ଭାରତ ଓ ଇଂଲଣ୍ଡ ତୃତୀୟ ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡ ଟିମର ସ୍ପିନର ଜ୍ୟାକ୍ ଲିଚ୍ ଦ୍ୱିତୀୟ ଦିବସରେ ଆରମ୍ଭରୁ ସଫଳତା ହାସଲ କରିଛନ୍ତି। ପ୍ରଥମ ଦିବସରେ ଅପରାଜିତ ଥିବା ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ଅଜିଙ୍କ୍ୟ ରାହାଣେ ଦ୍ୱିତୀୟ ଦିବସରେ ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନାହାନ୍ତି।

ଉଭୟ ରାହାଣେ ଓ ରୋହିତଙ୍କ ଶିକାର କରିଛନ୍ତି ଲିଚ୍। ଭାରତର ସ୍କୋର ୧୧୪ ଥିବା ବେଳେ ରାହାଣେ (୭) ଏଲବିଡବ୍ଲ୍ୟୁ ହୋଇଥିବା ବେଳେ ରୋହିତ ମଧ୍ୟ ସମାନ ଢଙ୍ଗରେ ଆଉଟ୍ ହୋଇଛନ୍ତି। ରୋହିତ୍ ୯୬ ବଲରେ ୧୧ ଚୌକା ସହ ୬୬ ରନ୍ କରିଛନ୍ତି।

ସେହିପରି ଋଷଭ ପନ୍ତ ମଧ୍ୟ ନିରାଶ କରିଛନ୍ତି। ଜବରଦସ୍ତ ଫର୍ମରେ ଥିବା ପନ୍ତ ମାତ୍ର ୧ ରନ୍ କରି ଜୋ ରୁଟଙ୍କ ବଲରେ ଆଉଟ୍ ହୋଇଛନ୍ତି। ଶେଷ ଖବର ଲେଖା ହେଲା ବେଳକୁ ଭାରତ ୬ ୱିକେଟ୍‌ ହରାଇ ୧୧୭ ରନ୍ କରିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ୧୧୨ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ଭାରତ ଏବେ ୫ ରନରେ ଆଗୁଆ ରହିଛି। ରବିଚନ୍ଦ୍ରନ୍ ଅଶ୍ୱିନ୍ ୨ ଓ ୱାଶିଂଟନ୍ ସୁନ୍ଦର କୌଣସି ରନ୍ ନକରି ଅପରାଜିତ ଅଛନ୍ତି।

Related story