କେବଳ ଭାରତ ନୁହେଁ, ପାକିସ୍ତାନ ଟାର୍ଗେଟରେ ଆଉ ଦୁଇ ଦେଶ

ନୂଆଦିଲ୍ଲୀ: ପଡ଼ୋଶୀ ପାକିସ୍ତାନ ସର୍ବଦା ଭାରତ ସହ ଶତ୍ରୁତା ରଖିଆସିଛି। ଏହା ଯୁଦ୍ଧକ୍ଷେତ୍ରରେ ସୀମିତ ଥିଲା କିନ୍ତୁ ବର୍ତ୍ତମାନ ପାକିସ୍ତାନ ଏହାକୁ କ୍ରିକେଟ୍ ମଇଦାନ ପର୍ଯ୍ୟନ୍ତ ଟାଣିଆଣିଛି। ପାକିସ୍ତାନ ବର୍ତ୍ତମାନ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ଠାରୁ ମିଳିଥିବା ଅପମାନର ନିଆଁରେ ଜଳୁଛି। ଏହି କ୍ରୋଧରେ ସେ କ୍ରିକେଟ୍ ଜଗତରେ ଯୁଦ୍ଧ ଘୋଷଣା କରିଛି। ଏପରିକି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ରମିଜ ରାଜା କହିଛନ୍ତି ଯେ ଯଦି କ୍ରିକେଟ୍ ଜଗତରେ ଆମକୁ ଏପରି ଅବରୋଧ କରାଯାଏ, […]

ramiz-raja

ramiz-raja

Ranjit Kumar Jena
  • Published: Tuesday, 21 September 2021
  • Updated: 21 September 2021, 08:00 PM IST

Sports

Latest News

ନୂଆଦିଲ୍ଲୀ: ପଡ଼ୋଶୀ ପାକିସ୍ତାନ ସର୍ବଦା ଭାରତ ସହ ଶତ୍ରୁତା ରଖିଆସିଛି। ଏହା ଯୁଦ୍ଧକ୍ଷେତ୍ରରେ ସୀମିତ ଥିଲା କିନ୍ତୁ ବର୍ତ୍ତମାନ ପାକିସ୍ତାନ ଏହାକୁ କ୍ରିକେଟ୍ ମଇଦାନ ପର୍ଯ୍ୟନ୍ତ ଟାଣିଆଣିଛି। ପାକିସ୍ତାନ ବର୍ତ୍ତମାନ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ଠାରୁ ମିଳିଥିବା ଅପମାନର ନିଆଁରେ ଜଳୁଛି। ଏହି କ୍ରୋଧରେ ସେ କ୍ରିକେଟ୍ ଜଗତରେ ଯୁଦ୍ଧ ଘୋଷଣା କରିଛି। ଏପରିକି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ମୁଖ୍ୟ ରମିଜ ରାଜା କହିଛନ୍ତି ଯେ ଯଦି କ୍ରିକେଟ୍ ଜଗତରେ ଆମକୁ ଏପରି ଅବରୋଧ କରାଯାଏ, ତେବେ ଭବିଷ୍ୟତରେ ଆମେ ଏହା ଉପରେ କୌଣସି ବିଚାର କରିବୁ ନାହିଁ। ସେ ପାକିସ୍ତାନୀଙ୍କୁ ଉସକାଇ କହିଛନ୍ତି ଯେ ଆମେ ଏହାର ବଦଲା ମଇଦାନରେ ନେବୁ।

ପିସିବି ମୁଖ୍ୟ ରାଜା ଆଜି ଏକ ଭିଡିଓ ଜାରି କରି କହିଛନ୍ତି, ପ୍ରଥମେ ଆଗ ଟାର୍ଗେଟରେ ଗୋଟିଏ ଦେଶ (ଭାରତ) ରହୁଥିଲା। ଏବେ ଏଥିରେ ଆଉ ଦୁଇ ଟିମ୍ ଯୋଡ଼ି ହୋଇଛନ୍ତି। ସେମାନେ ହେଉଛନ୍ତି ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ। ଇଂଲଣ୍ଡର ନିଷ୍ପତ୍ତିରେ ଆମେ ମର୍ମାହତ। କିନ୍ତୁ ଆମେ ଏହାର ଆଶଙ୍କା କରିଥିଲୁ, କାରଣ ଦୁର୍ଭାଗ୍ୟବଶତ ଏହି ପାଶ୍ଚାତ୍ୟ ଦଳ ଏକତ୍ରିତ ହୋଇ ପରସ୍ପରକୁ ସମର୍ଥନ କରିବାକୁ ଚେଷ୍ଟା କରୁଛନ୍ତି।

ରାଜା କହିଛନ୍ତି, ସୁରକ୍ଷାକୁ ନେଇ ନ୍ୟୁଜିଲ୍ୟାଣ୍ଡକୁ କେଉଁ ଧମକ ମିଳିଥିଲା, ତାହା ନକହି ସେମାନେ ଚାଲିଗଲେ। ଆଉ ଏହାକୁ ନେଇ ପୂରା ପାକିସ୍ତାନ ନିରାଶ ହୋଇଛି। ଆଉ ଇଂଲଣ୍ଡ ଯେଉଁ ନିଷ୍ପତ୍ତି ନେଲା, ତାହା ଆଶା ମୁତାବକ ଥିଲା। କିନ୍ତୁ ଆମ ସମସ୍ତଙ୍କ ପାଇଁ ଏହା ଏକ ଶିକ୍ଷା, କାରଣ ଏମାନେ ଯେତେବେଳେ ଗସ୍ତ କରନ୍ତି ଆମେ ସେମାନଙ୍କ ସୁରକ୍ଷା ପାଇଁ ସବୁକିଛି କରିଥାଉ।

https://twitter.com/TheRealPCB/status/1440018674740514824?s=20

ରାଜା ଆହୁରି କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡର ଏହି ନିଷ୍ପତ୍ତି ପରେ ଆଗାମୀ ଦିନରେ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ଗସ୍ତକୁ ନେଇ ମଧ୍ୟ ସନ୍ଦେହ ଦେଖା ଦେଇଛି। ରାଜା କହିଛନ୍ତି, ଆମେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ଖେଳିବୁ, ଯାହା ପ୍ରଭାବିତ ହୋଇପାରେ ଏବଂ ଅଷ୍ଟ୍ରେଲିଆ ପୂର୍ବରୁ ହିଁ ଏହା ଉପରେ ପୁନର୍ବିଚାର କରୁଛି। ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ସମସ୍ତେ ଗୋଟିଏ ଗ୍ରୁପର। ଆମେ ଏହାର ଅଭିଯୋଗ କାହା ନିକଟରେ କରିବୁ।

ସୂଚନା ପ୍ରଥମେ ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍‌ ଟିମ୍ ସୁରକ୍ଷା କାରଣ ଦର୍ଶାଇ ପ୍ରଥମ ଦିନିକିଆର ଟସ୍ ପଡ଼ିବା ପୂର୍ବରୁ ପାକିସ୍ତାନ ଗସ୍ତ ବାତିଲ କରିଥିଲା। ଏହା ପରେ ସୋମବାର ଇଂଲଣ୍ଡ କ୍ରିକେଟ୍ ଟିମ୍ ତା'ର ମହିଳା ଓ ପୁରୁଷ ଟିମକୁ ପାକିସ୍ତାନ ନପଠାଇବାକୁ ନିଷ୍ପତ୍ତି ନେଇଛି। ତେବେ ଦୁଇ ବଡ଼ ଟିମ୍ ଗସ୍ତ ବାତିଲ କରିବା ଦ୍ୱାରା ଏବେ ପାକିସ୍ତାନରେ ଅସନ୍ତୋଷ ଦେଖା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story