କରୋନାରେ ଆକ୍ରାନ୍ତ ହେବାରୁ ଇଂଲଣ୍ଡ ଗଲେନି ଅଶ୍ୱିନ

ଚେନ୍ନାଇ: ଟିମ ଇଣ୍ଡିଆର ଅଲରାଉଣ୍ଡ ରବିଚନ୍ଦ୍ରନ ଅଶ୍ୱିନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ଦଳର ଅନ୍ୟ ଖେଳାଳିଙ୍କ ସହ ଏଜବାଷ୍ଟନ ଟେଷ୍ଟ ପାଇଁ ଇଂଲଣ୍ଡ ଗସ୍ତରେ ଯାଇ ନାହାନ୍ତି। ଜୁଲାଇ ୧ରୁ ୫ ଯାଏ ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ଥିବା ୫ମ ଟେଷ୍ଟ ଖେଳଯିବ। ଏହାପୂର୍ବରୁ ଭାରତୀୟ ଟିମ୍ ଇଂଲଣ୍ଡରେ ଅଭ୍ୟାସ ମ୍ୟାଚ ମଧ୍ୟ ଖେଳିବ। ହେଲେ କରୋନା ଯୋଗୁ ଅଶ୍ୱିନ ଇଂଲଣ୍ଡ ଗସ୍ତରେ ଯାଇ ପାରି ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଶ୍ୱିନ […]

ashwin

Hemant Lenka
  • Published: Tuesday, 21 June 2022
  • , Updated: 21 June 2022, 09:29 PM IST

ଚେନ୍ନାଇ: ଟିମ ଇଣ୍ଡିଆର ଅଲରାଉଣ୍ଡ ରବିଚନ୍ଦ୍ରନ ଅଶ୍ୱିନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଥିପାଇଁ ଦଳର ଅନ୍ୟ ଖେଳାଳିଙ୍କ ସହ ଏଜବାଷ୍ଟନ ଟେଷ୍ଟ ପାଇଁ ଇଂଲଣ୍ଡ ଗସ୍ତରେ ଯାଇ ନାହାନ୍ତି। ଜୁଲାଇ ୧ରୁ ୫ ଯାଏ ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ଥିବା ୫ମ ଟେଷ୍ଟ ଖେଳଯିବ। ଏହାପୂର୍ବରୁ ଭାରତୀୟ ଟିମ୍ ଇଂଲଣ୍ଡରେ ଅଭ୍ୟାସ ମ୍ୟାଚ ମଧ୍ୟ ଖେଳିବ।

ହେଲେ କରୋନା ଯୋଗୁ ଅଶ୍ୱିନ ଇଂଲଣ୍ଡ ଗସ୍ତରେ ଯାଇ ପାରି ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଶ୍ୱିନ ବର୍ତ୍ତମାନ କ୍ୱାରେଣ୍ଟିନରେ ଅଛନ୍ତି। ସେ ସୁସ୍ଥ ହେବା ପରେ ଯାଇ ଇଂଲଣ୍ଡ ଗସ୍ତ କରିବେ। ବିସିସିଆଇ ଆଶା ରଖିଛି ଯେ ଜୁଲାଇ ୧ରୁ ଆରମ୍ଭ ହେଉଥିବା ଟେଷ୍ଟ ପୂର୍ବରୁ ହିଁ ସେ ସୁସ୍ଥ ହୋଇଯିବେ। କିନ୍ତୁ ଅଭ୍ୟାସ ମ୍ୟାଚ୍‌ରେ ସେ ଖେଳି ପାରିବେ ନାହିଁ।

ଅଶ୍ୱିନଙ୍କୁ ବାଦ ଦେଲା ଟିମ୍ ଇଣ୍ଡିଆର ଅଧିକାଂଶ ସଦସ୍ୟ ଅଭ୍ୟାସ ଆରମ୍ଭ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଶେଷ ହେବା ପରେ ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡଙ୍କ ସହ ଋଷଭ ପନ୍ତ ଓ ଶ୍ରେୟସ ଆୟର ଇଂଲଣ୍ଡ ଗସ୍ତରେ ଯାଇଛନ୍ତି। ଆଜି ହିଁ ସେମାନେ ଉଡ଼ାଣ ଭରିଛନ୍ତି।

ଅନ୍ୟପକ୍ଷରେ ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ ଖେଳିବାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତର ସୀମିତ ଓଭର ଟିମ୍‌ ୨୩ କିମ୍ବା ୨୪ ତାରିଖରେ ଉଡ଼ାଣ ଭରିବ। ଏହି ସିରିଜ୍‌ରେ ଭିଭିଏସ୍‌ ଲକ୍ଷ୍ମଣ ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ ଦାୟିତ୍ୱ ତୁଲାଇବେ। ଏହି ଟୁରରେ ଟିମ ଇଣ୍ଡିଆ ୨୬ ଓ ୨୮ ତାରିଖରେ ଦୁଇଟି ଟି-୨୦ ମ୍ୟାଚ ଖେଳିବ।

Related story