ଭାରତକୁ ପଛରେ ପକାଇ WTC ପଏଣ୍ଟ ଟେବୁଲର ଟପ୍‌ ୩ରେ ଅଷ୍ଟ୍ରେଲିଆ

ଗାବା: ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ୯ ୱିକେଟରେ ହରାଇଛି ଅଷ୍ଟ୍ରେଲିଆ। ଏହି ବିଜୟ ସହ ଘରୋଇ ଟିମ୍‌ ୫ ମ୍ୟାଚ୍‌ ବିଶିଷ୍ଟ ଆଶେସ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ଏଥିସହ ବିଜୟ ପରେ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ପଏଣ୍ଟ ଟେବୁଲରେ ଉପରକୁ ଉଠିଛି। ଅଷ୍ଟ୍ରେଲିଆ ଏବେ ପଏଣ୍ଟ ଟେବୁଲର ଟପ୍‌ ୩ରେ ପହଞ୍ଚି ଯାଇଛି। ଫଳରେ ଭାରତ ଟପ୍‌ ୩ରେ ଥିବା ବେଳେ ଏବେ ୪ର୍ଥକୁ ଖସି ଯାଇଛି। ୨୦୨୧-୨୩ ଆଇସିସି ବିଶ୍ୱ […]

AUS1

Hemant Lenka
  • Published: Saturday, 11 December 2021
  • , Updated: 11 December 2021, 10:44 AM IST

ଗାବା: ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ ଇଂଲଣ୍ଡକୁ ୯ ୱିକେଟରେ ହରାଇଛି ଅଷ୍ଟ୍ରେଲିଆ। ଏହି ବିଜୟ ସହ ଘରୋଇ ଟିମ୍‌ ୫ ମ୍ୟାଚ୍‌ ବିଶିଷ୍ଟ ଆଶେସ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ଏଥିସହ ବିଜୟ ପରେ ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ(WTC) ପଏଣ୍ଟ ଟେବୁଲରେ ଉପରକୁ ଉଠିଛି। ଅଷ୍ଟ୍ରେଲିଆ ଏବେ ପଏଣ୍ଟ ଟେବୁଲର ଟପ୍‌ ୩ରେ ପହଞ୍ଚି ଯାଇଛି। ଫଳରେ ଭାରତ ଟପ୍‌ ୩ରେ ଥିବା ବେଳେ ଏବେ ୪ର୍ଥକୁ ଖସି ଯାଇଛି।

୨୦୨୧-୨୩ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ରାଉଣ୍ଡରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳିଛି। ଆଉ  ପ୍ରଥମ ମ୍ୟାଚରେ ହିଁ ବିଜୟ ହାସଲ କରି ଦଳ ନିଜର ଦବଦବା ଦେଖାଇଛି।

ଇଂଲଣ୍ଡକୁ ୯ ୱିକେଟରେ ହରାଇବା ପରେ ଅଷ୍ଟ୍ରେଲିଆ WTC ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଏବେ ଦଳ ପାଖରେ ୧୨ ପଏଣ୍ଟ ଓ ବିଜୟ ପ୍ରତିଶତ ୧୦୦ ରହିଛି। ଶ୍ରୀଲଙ୍କା WTC ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ରହିଛି। ଦଳ ପାଖରେ ୨୪ ପଏଣ୍ଟ ରହିଛି। ଶ୍ରୀଲଙ୍କା ଗୋଟିଏ ଟେଷ୍ଟ ସିରିଜ୍‌ରେ ୨ଟି ମ୍ୟାଚ୍‌ ଖେଳି ଦୁଇଟି ଯାକ ଜିତିଛି।


୩ନଂ ସ୍ଥାନରେ ପାକିସ୍ତାନ ରହିଛି। ପାକିସ୍ତାନ ଏବେ ସୁଦ୍ଧା ୨ଟି ଟେଷ୍ଟ ସିରିଜ୍‌ରେ ୪ଟି ମ୍ୟାଚ୍‌ ଖେଳିଛି। ଏଥିରୁ ୩ଟିରେ ଜିତିବା ବେଳେ ଗୋଟିଏରେ ହାରିଛି। ତେଣୁ ଦଳ ପାଖରେ ୩୬ ଏପଣ୍ଟ ଥିଲେ ମଧ୍ୟ ବିଜୟ ହାର ୭୫% ରହିଛି। ତେଣୁ ଦଳ ୩ୟ ସ୍ଥାନରେ ଅଛି।

ପାକିସ୍ତାନ ପଛକୁ ଭାରତ ରହିଛି। ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ରାଉଣ୍ଡ ୨୦୨୧-୨୩ରେ ୨ଟି ସିରିଜ୍‌ରେ ୫ଟି ମ୍ୟାଚ୍‌ ଖେଳିଛି। ଏଥିରୁ ବିରାଟ ବାହିନୀ ୩ଟିରେ ଜିତିଥିବା ବେଳେ ଗୋଟିଏ ହାରିଛି ଓ ୧ଟି ମ୍ୟାଚ୍‌ ଡ୍ର ରହିଛି। ଇଂଲଣ୍ଡ ବିପକ୍ଷ ସିରିଜ୍‌ର ଗୋଟିଏ ମ୍ୟାଚ୍‌ ଖେଳାଯାଇନି। ତେଣୁ ଭାରତର ବିଜୟ ପ୍ରତିଶତ ୫୮.୩୩% ଓ ପଏଣ୍ଟ ସଂଖ୍ୟା ୪୨ ରହିଛି।

ଏହାବାଦ ୫ମରେ ୱେଷ୍ଟଇଣ୍ଡିଜ, ୬ଷ୍ଠରେ ଇଂଲଣ୍ଡ, ୭ମରେ ଡିଫେଣ୍ଡିଂ ବିଶ୍ୱ ଟେଷ୍ଟ ଚାମ୍ପିୟନ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ୮ମରେ ରହିଛି।

Related story