ଦିଲ୍ଲୀ ବୋଲରଙ୍କ କମାଲ, ୧୧୫ରେ ଅଟକିଲା ପଞ୍ଜାବ

ମୁମ୍ବାଇ: କରୋନା ଦ୍ୱାରା ପ୍ରଭାବିତ ହୋଇଥିଲେ ହେଁ ଦିଲ୍ଲୀ କ୍ୟାପିଟାଲ୍ସର ବୋଲରମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ବୋଲରଙ୍କ ଶାଣିତ ବୋଲିଂ ଯୋଗୁ ପଞ୍ଜାବ କିଙ୍ଗସ ନିର୍ଦ୍ଧାରତ ୨୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୧୧୫ ରନ୍‌ କରିପାରିଛି। ଫଳରେ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୧୬ ରନ୍‌ର ଟାର୍ଗେଟ ମିଳିଛି। ପଞ୍ଜାବ ପାଇଁ ଜିତେଶ ଶର୍ମାଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟର ଦିଲ୍ଲୀ ବୋଲରଙ୍କୁ ମୁକାବିଲା କରିବାରେ ସମର୍ଥ ହୋଇନାହାନ୍ତି। ଟସ୍‌ ହାରି […]

Punjab

Hemant Lenka
  • Published: Wednesday, 20 April 2022
  • , Updated: 20 April 2022, 09:19 PM IST

ମୁମ୍ବାଇ: କରୋନା ଦ୍ୱାରା ପ୍ରଭାବିତ ହୋଇଥିଲେ ହେଁ ଦିଲ୍ଲୀ କ୍ୟାପିଟାଲ୍ସର ବୋଲରମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ବୋଲରଙ୍କ ଶାଣିତ ବୋଲିଂ ଯୋଗୁ ପଞ୍ଜାବ କିଙ୍ଗସ ନିର୍ଦ୍ଧାରତ ୨୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୧୧୫ ରନ୍‌ କରିପାରିଛି। ଫଳରେ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୧୬ ରନ୍‌ର ଟାର୍ଗେଟ ମିଳିଛି। ପଞ୍ଜାବ ପାଇଁ ଜିତେଶ ଶର୍ମାଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟର ଦିଲ୍ଲୀ ବୋଲରଙ୍କୁ ମୁକାବିଲା କରିବାରେ ସମର୍ଥ ହୋଇନାହାନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ ୩୩ ରନ୍‌ରେ ତା’ର ପ୍ରଥମ ୱିକେଟ ହରାଇଥିଲା। ୯ ରନ୍‌ କରି ଶିଖର ଧୱନ ସ୍ପିନର ଲଳିତ ଯାଦବଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ମୟଙ୍କ ଅଗ୍ରୱାଲ(୨୪), ଜନ୍ନି ବେୟାରଷ୍ଟୋ(୯), ଲିଆମ ଲିଭିଙ୍ଗ ଷ୍ଟୋନ(୨) ସମସ୍ତଙ୍କୁ ନିରାଶ କରିଥିଲେ। ୩୩ ରନ୍‌ରେ ପ୍ରଥମ ୱିକେଟ ହରାଇଥିବା ପଞ୍ଜାବ ୫୪ ରନ୍‌ ବେଳକୁ ୪ଟି ୱିକେଟ ହରାଇ ସଂଘର୍ଷ ଆରମ୍ଭ କରିଥିଲେ।

ଜତେଶ ଶର୍ମା(୩୨) ଓ ଶାହରୁଖ ଖାନ(୧୨) କିଛି ସମୟ ପାଇଁ ଲଢ଼ିଥିଲେ। ହେଲେ ଅକ୍ଷର ପଟେଲ ୩୨ ରନ୍‌ କରିଥିବା ଜିତେଶ ଶର୍ମାଙ୍କୁ ଆଉଟ କରି ପଞ୍ଜାବକୁ ୫ମ ଝଟକା ଦେଇଥିଲେ। କାଗିସୋ ରାବଡା(୨) ଓ ନାଥନ ଇଲ୍ଲିସ୍‌(୦)ଙ୍କୁ କୁଲଦୀପ ଯାଦବ ଗୋଟିଏ ଓଭର୍‌ରେ କ୍ଲିନବୋଲ୍ଡ କରି ପଞ୍ଜାବର ଲାଇନଅପ୍‌କୁ ଛିନଛତ୍ର କରି ଦେଇଥିଲେ।

ଶାହରୁଖ ଖାନ ୧୨ଙ୍କ ୱିକେଟ ଖଲୀଲ ଅହମଦ ନେଇଥିବା ବେଳେ ରାହୁଲ ଚହର(୧୨)ଙ୍କ ୱିକେଟ ଲଳିତ ଯାଦବ ନେଇ ପଞ୍ଜାବକୁ ୯ମ ଝଟକା ଦେଇଥିଲେ। ଇନିଂସର ଶେଷ ବଲରେ ଅର୍ଶଦୀପ ସିଂହ(୯) ରନ୍‌ ଆଉଟ ହୋଇଥିଲେ। ଶେଷ ପରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭର୍‌ରେ ସମସ୍ତ ୱିକେଟ ହରାଇ ୧୧୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଦିଲ୍ଲୀ ପକ୍ଷରୁ ଶାର୍ଦ୍ଦୁଲ ଠାକୁରଙ୍କ ଛାଡ଼ି ଦେଲେ ବାକି ସବୁ ବୋଲର ୱିକେଟ ପାଇଛନ୍ତି। ଖଲୀଲ ଅହମଦ, ଲଳିତ ଯାଦବ, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ୨ଟି ଲେଖା ୱିକେଟ ନେଇଥିବା ବେଳେ ମୁସ୍ତାଫିଜୁରଙ୍କୁ ଗୋଟିଏ ସଫଳତା ମିଳିଛି।

Related story