ବେନ ଷ୍ଟୋକ୍ସ ହେଲେ ଇଂଲଣ୍ଡର ନୂଆ ଟେଷ୍ଟ କ୍ୟାପ୍ଟେନ

ଲଣ୍ଡନ: ବିଶ୍ୱର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ମିଳିଛି ଗୁରୁ ଦାୟିତ୍ୱ। ତାଙ୍କୁ ଇଂଲିଶ ଟେଷ୍ଟ ଟିମ୍‌ର ନୂଆ କ୍ୟାପ୍ଟେନ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ଜୋ ରୁଟ୍‌ ଟେଷ୍ଟ ଫର୍ମାଟରେ ଇଂଲଣ୍ଡର କମାଣ ସମ୍ଭାଳୁଥିଲେ। କିନ୍ତୁ ତାଙ୍କ କ୍ୟାପ୍ଟେନ୍ସିରେ ଇଂଲଣ୍ଡ କ୍ରମାଗତ ସିରିଜ୍‌ ହାରି ଚାଲିଥିଲା। ଏଥିପାଇଁ କିଛି ଦିନ ତଳେ ରୁଟ୍‌ ଟେଷ୍ଟ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଏବେ ଇସିବି ବେନ ଷ୍ଟୋକ୍ସଙ୍କୁ ରୁଟଙ୍କ ସ୍ଥାନରେ ନିଯୁକ୍ତି ଦେଇଛି। ଅଷ୍ଟ୍ରେଲିଆଠାରୁ ଇଂଲଣ୍ଡ […]

Ben-stokes

Hemant Lenka
  • Published: Thursday, 28 April 2022
  • , Updated: 28 April 2022, 04:27 PM IST

ଲଣ୍ଡନ: ବିଶ୍ୱର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ମିଳିଛି ଗୁରୁ ଦାୟିତ୍ୱ। ତାଙ୍କୁ ଇଂଲିଶ ଟେଷ୍ଟ ଟିମ୍‌ର ନୂଆ କ୍ୟାପ୍ଟେନ ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ଜୋ ରୁଟ୍‌ ଟେଷ୍ଟ ଫର୍ମାଟରେ ଇଂଲଣ୍ଡର କମାଣ ସମ୍ଭାଳୁଥିଲେ। କିନ୍ତୁ ତାଙ୍କ କ୍ୟାପ୍ଟେନ୍ସିରେ ଇଂଲଣ୍ଡ କ୍ରମାଗତ ସିରିଜ୍‌ ହାରି ଚାଲିଥିଲା। ଏଥିପାଇଁ କିଛି ଦିନ ତଳେ ରୁଟ୍‌ ଟେଷ୍ଟ ଟିମ୍‌ର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଏବେ ଇସିବି ବେନ ଷ୍ଟୋକ୍ସଙ୍କୁ ରୁଟଙ୍କ ସ୍ଥାନରେ ନିଯୁକ୍ତି ଦେଇଛି।

ଅଷ୍ଟ୍ରେଲିଆଠାରୁ ଇଂଲଣ୍ଡ ୦-୪ରେ ଆଶେସ ସିରିଜ୍‌ ହାରିଥିଲା। ଏହାପରେ ୱେଷ୍ଟଇଣ୍ଡିଜ୍‌ ଠାରୁ ମଧ୍ୟ ଦଳ ସିରିଜ୍‌ ହାରିଛି। ବର୍ତ୍ତମାନ ଇଂଲଣ୍ଡ ଆଇସିସି ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଛି। ଏପରି ସ୍ଥିତି ପାଇଁ ରୁଟ ନିଜକୁ ଦାୟୀ କରି କିଛି ଦିନ ତଳେ ଅଧିନାୟକ ପଦ ଛାଡ଼ିଥିଲେ।

ଆଜି ଇସିବି ପକ୍ଷରୁ କୁହାଯାଇଛି ଯେ “ଦୁରହାମର ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡ ପୁରୁଷ ଟେଷ୍ଟ ଟିମ୍‌ର, ଅଧିନାୟକ ଭାବେ ନିଯୁକ୍ତି ଦିଆଯାଉଛି। ସେ ଇଂଲଣ୍ଡର ୮୧ତମ ଅଧିନାୟକ ଭାବେ ଦାୟିତ୍ୱ ଗ୍ରହଣ କରିବେ।” ବେନ ଷ୍ଟୋକ୍ସଙ୍କ ଆଗରେ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାରତ ବିପକ୍ଷରେ ସ୍ଥଗିତ ଥିବା ଟେଷ୍ଟ ସିରିଜ୍‌ର ୫ମ ଟେଷ୍ଟ। ଜୁଲାଇ ମଧ୍ୟ ଭାଗରେ ଏହି ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଆଇପିଏଲ ପୂର୍ବରୁ ଏହି ଟେଷ୍ଟ ସିରିଜ୍ ଖେଳାଯାଇଥିଲା। କିନ୍ତୁ କରୋନା ଯୋଗୁ ସିରିଜର ୪ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଭାରତ ୨-୧ରେ ଆଗୁଆ ରହିଛି। ଷ୍ଟୋକ୍ସ ଏହି ସିରିଜରେ କେମିତି ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।


ସୂଚନାଯୋଗ୍ୟ, ରୁଟ ଇଂଲଣ୍ଡ ପାଇଁ ୬୪ଟି ଟେଷ୍ଟରେ କ୍ୟାପ୍ଟେନ୍ସି କରିଥିବା ବେଳେ ୨୭ଟିରେ ଜିତିଛନ୍ତି ଓ ୨୬ଟିରେ ହାରିଛନ୍ତି। ଇଂଲଣ୍ଡର ପ୍ରଥମ ଅଧିନାୟ ଭାବେ ସେ ଏତେ ସଂଖ୍ୟକ ମ୍ୟାଚ୍ ଜିତିଛନ୍ତି। ତାଙ୍କ ବିଜୟ ହାର ୪୨.୧୮%।

Related story